Movie prime

୨୦୨୪ ପାଇଁ ରାହୁଲ କଲେ ବହୁତ୍ ବଡ଼ ମହା ଶପଥ, ୨୦୨୪ ରେ ମୋଦୀ କଣ କେହି ବି ମତେ ପରାସ୍ତ କରିପାରିବେନି...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ବଦଳିଲା ସ୍ଥାନ। ଇମ୍ଫାଲ ବଦଳରେ ଆଉ ଏକ ସ୍ଥାନରୁ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ରାହୁଲ୍ ଗାନ୍ଧୀ।
Special Report
ଆଇନ୍ ଏବଂ ଶୃଙ୍ଖଳା ଦର୍ଶାଇ ଏହି ଯାତ୍ରା ପାଇଁ ଅନୁମତି ଦେଲାନି ସ୍ଥାନୀୟ ପ୍ରଶାସନ। ଭାରତ ଯୋଡ଼ ଯାତ୍ରା ପରେ କଂଗ୍ରେସ ବର୍ତ୍ତମାନ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଛି। ଜାନୁଆରୀ ୧୪ ରେ ମଣିପୁର ର ଇମ୍ଫାଲ ରୁ ଏହି ଯାତ୍ରା ଆରମ୍ଭ ହେବାର୍ ଥିଲା।
ହେଲେ ଏବେ ଏହାର ସ୍ଥାନ ପରିବର୍ତ୍ତନ କରାଯାଇଛି। ରାହୁଲ୍ ଗାନ୍ଧୀ ଙ୍କ ନେତୃତ୍ୱରେ ଏହି ଯାତ୍ରା ଇମ୍ଫାଲ ଠାରୁ ୩୪ କିଲୋମିଟର ଦୂରରେ ଥିବା ଧୋବାଲ ରୁ ଆରମ୍ଭ ହେବ। କଂଗ୍ରେସ ଦଳ କହିଛି କି ସରକାର ଙ୍କ ସଟର ଯୋଗୁଁ ଏହି ପରିବର୍ତ୍ତନ କରାଯାଇଛି।
ଦଳ କହିଛି କି ସରକାର ସ୍ଥିର କରିଥିବା ସର୍ତ୍ତ ସହିତ ଇମ୍ଫାଲ ରେ ଯାତ୍ରା ଆରମ୍ଭ ହୋଇ ପାରିବ ନାହିଁ। ଯାହା ପରେ ଏହାର ଅବସ୍ଥାନ ପରିବର୍ତ୍ତନ କରାଯାଇ ଥିଲା।
Special Report
ପୂର୍ବରୁ ଏହି ଯାତ୍ରା ଅନ୍ୟ ଏକ ସ୍ଥାନରୁ ଆରମ୍ଭ ପାଇଁ ଅନୁମତି ମାଗିଥିବା ବେଳେ ଆଇନ ଓ ଶୃଙ୍ଖଳା ଦର୍ଶାଇ ପ୍ରଶାସନ ଅନୁମତି ଦେଇ ନଥିଲା। ଏହାପରେ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂ ଙ୍କୁ ଭେଟି ଥିଲେ।
ସେ ସର୍ତ୍ତ ସହ ଏହି ଯାତ୍ରା ପାଇଁ ଅନୁମତି ମଧ୍ୟ ଦେଇଥିଲେ। ଏଥିରେ ଏକ ସର୍ତ୍ତ ଥିଲା କି ଏହି ଯାତ୍ରାରେ କେବଳ ୧୦୦ ଲୋକ ହିଁ ଅଂଶ ଗ୍ରହଣ କରି ପାରିବେ। ଏହା ଠାରୁ ଅଧିକ ଲୋକଙ୍କୁ ମନୁମତି ଦିଆଯିବ ନାହିଁ।
ରାଜ୍ୟ ସଂଗ୍ରେସ ସଭାପତି କହିଛନ୍ତି କି ଏହି ସର୍ତ୍ତ ତାଙ୍କ ପାଇଁ ଖୁବ୍ ଚିନ୍ତା ଜନକ ଅଟେ। ଜାନୁଆରୀ ୧୪ ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏହି ଯାତ୍ରା ଉଦ୍ଘାଟନ କରିବାକୁ ଯାଉଛନ୍ତି।
ଏହି ଯାତ୍ରାକୁ ନେଇ ସାରା ଭାରତରେ ଖୁବ ଚର୍ଚ୍ଚା ମଧ୍ୟ ଲାଗି ରହିଛି। ଆଉ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।