Movie prime

ରାକ୍ଷସୀ ମା ଭାବୁଥିଲା ଛୁଆ ମରିଯାଉ, ହେଲେ ବିଧାତା ର କାମ ଥିଲା ଅଲଗା...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଠ ମାସ ର ପ୍ରିମ୍ୟାଚୁର ଶିଶୁ କନ୍ୟାକୁ ଜନ୍ମ ଦେଇଥିଲା ନିର୍ଦ୍ଦୟୀ ମାଆ।୧ କିଲୋ ୬ ସହ ଗ୍ରାମ ର ଓଜନର ଶିଶୁ କନ୍ୟା ୨୦ ଫୁଟ ପାଇପ୍ ରେ କରୁଥିଲା ସଂଘର୍ଷ।
Special Report
ଏବେ ସେହି ଶିଶୁ ପଛରେ ପାଞ୍ଚ ଜଣିଆ ଡାକ୍ତରୀ ଟିମ୍ ଲାଗିଛି ଓ ଚାଲିଛି ଚିକିତ୍ସା। କିଏ ଦାୟୀ? କୁଆଁରୀ ମାଆ ନା ଅଲୋଡା ଶିଶୁ କନ୍ୟା? ଆଠ ମାସରେ ପିଲାଟି ଜନ୍ମ ହୋଇଥିବା ବେଳେ ବୋରୱେଲ ଭିତରେ ନିଜର ସମୟ ସେ ବିତାଇଛି।
ଏବେ ପିଲାଟିକୁ ନୁଆ ଜୀବନ ଦେବା ପାଇଁ ତା ପଛରେ ଏବେ ପାଞ୍ଚ ଜଣିଆ ଡାକ୍ତରୀ ଟିମ୍ ଲାଗିଛି। ଚିକିତ୍ସା ପରେ ଜଣା ପଡ଼ିବ କି ଶିଶୁ କନ୍ୟା ର କେଉଁ କେଉଁ ଜାଗାରେ ଆଘାତ ଲାଗିଛି।
ରେଙ୍ଗାଲି ରେ ଥିବା ଏକ ବୋର୍ ୱେଲ ମଧ୍ୟରୁ ହିଁ ଏହି ଶିଶୁ କନ୍ୟା କୁ ଉଦ୍ଧାର କରା ଯାଇଛି। ଏବେ ନବଜାତ ଶିଶୁ କନ୍ୟା ଟି ମେଡିକାଲ ରେ ଭର୍ତି ହୋଇ ଯାଇଛି। ଏନେଇ ଏବେ ଭିମ୍ସା ର ଡ଼ାକ୍ତର ଲାଲ ମୋହନ ନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି।
Special Report
ସେ କହିଥିଲେ କି ଗତକାଲି ରାତି ନଅ ଟା ସମୟରେ ନବଜାତ ଶିଶୁ କନ୍ୟା କୁ ଭିମ୍ସା କୁ ଅଣା ଯାଇଥିଲା। ଶିଶୁ କନ୍ୟା ର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ବେଳେ ଶିଶୁ କନ୍ୟା ର ଶରୀର ର ତାପମାତ୍ରା ମଧ୍ୟ କମି ଯାଇଥିଲା।
ମେଡିକାଲ ରେ ତୁରନ୍ତ ଶିଶୁ କନ୍ୟା ର ଚିକିତ୍ସା ଆରମ୍ଭ ମଧ୍ୟ କରାଯାଇ ଥିଲା। କୁହା ଯାଉଛି କି ଏବେ ଶିଶୁ କନ୍ୟା ର ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି ପରିଲିଖିତ ହୋଇଛି। ଖୁବ୍ ଶୀଘ୍ର ମଧ୍ୟ ଶିଶୁ କନ୍ୟା ଭଲ ହୋଇ ଯିବା କଥା କୁହା ଯାଉଛି।
ଶିଶୁ କନ୍ୟା ଟି କୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି। ଲୋକ ମାନଙ୍କ ମନରେ ଗୋଟେ ପ୍ରଶ୍ନ କି ଏହି ଶିଶୁ କନ୍ୟା ଟି କାହାର? ଓ ତାର ମାଆ ତାକୁ କାହିଁକି ଏଭଳି ଫିଙ୍ଗି ଦେଇ ଚାଲିଗଲା।
ଏବେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଖୁବ ଚର୍ଚ୍ଚା ମଧ୍ଯ ଲାଗି ରହିଛି। ଲୋକମାନେ ମଧ୍ୟ ପିଲାଟିକୁ ନେଇ ଖୁବ୍ ଚିନ୍ତିତ ହୋଇ ଯାଇଛନ୍ତି ଆଉ ଯିଏ ଏଭଳି କାର୍ଯ୍ୟରେ ସାମିଲ୍ ତାକୁ କଡ଼ା ଦଣ୍ଡ ଦିଆଯାଉ ବୋଲି କହିଛନ୍ତି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।