Movie prime

ରାଣୀ ଙ୍କ ବିଶାଳ ହୃଦୟ ! ସହିଦ୍ ଦେବାଶିଷ ଙ୍କ ଘରେ ପହଞ୍ଚି ନିଜ ହାତରୁ ଦେଲେ ୫୦ ହଜାର !

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଭଲଭାବେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗେଇ ଆସିଥାଆନ୍ତି । ଆପଣମାନେ ଏବେ ଘଟିଥିବା ଅଘଟଣ ବିଷୟରେ ତ ଜାଣିଥିବେ ।
ଆତଙ୍କବାଦୀମାନେ ବମ ପକାଇ ସେନା ଗାଡ଼ି ଉଡାଇ ଦେଇଥିଲେ । ଆଉ ସେଥିରେ ୫ ଜଣଙ୍କର ମୃ-ତ୍ୟୁ ହୋଇଥିଲା । ଏହି ୫ ଜଣ ସହିଦ ଯବାନଙ୍କ ମଧ୍ୟରେ ଥିଲେ ଓଡ଼ିଶା ରାଜ୍ୟର ଦେବାଶିଷ ବିଶ୍ଵାଳ । ତାଙ୍କୁ ହରାଇ ସାରା ରାଜ୍ୟବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ଏବେ ତାଙ୍କ ଘରେ ପହଞ୍ଚିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ସେଠାରେ ଅଭିନେତ୍ରୀ ଜଣକ ପହଞ୍ଚି ସେ ସହିଦ ଦେବାଶିଷଙ୍କ ଝିଅକୁ କୋଳେଇ ନେଲେ । ଆଉ ଏହାସହ ସେ ସେହି କୁନି ଝିଅର ହାତରେ ଦେଲେ ୫୦ ହଜାର ଟଙ୍କା ।
ଆଉ ଟଙ୍କା ଦେଇ ସେ କହିଥିଲେ ତାଙ୍କ ଭାଇ ଦେବାଶିଷଙ୍କ ଝିଅ ସହିତ ସେ ସବୁବେଳେ ରହିଛନ୍ତି । ଆଉ ତାକୁ ଭଲ ପାଠ ପଢ଼ାଇ ଭଲ ମଣିଷ ଟିଏ କରିବେ । ସେ ତାର ବାପା ଭଳି ବଡ ଯୋଦ୍ଧା ଟିଏ ହେବ । ରାନୀ ପଣ୍ଡା ସହିଦ ଯବାନ ଦେବାଶିଷଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ।
ପର୍ଶରୁ ବାହାର କରି ତାଙ୍କୁ ସହାୟତା ଦେଇଛନ୍ତି ନଗଦ ୫୦ ହଜାର ଟଙ୍କା । କୌଣସି ଓଡ଼ିଆ କଳାକାରମାନେ ବୀର ଯବାନଙ୍କୁ ଦେଖିବାକୁ ଆସିନଥିଲେ । କିନ୍ତୁ ଅଭିନେତ୍ରୀ ରାନୀ ପଣ୍ଡା ସହିଦ ଯବାନ ଦେବାଶିଷଙ୍କ ଗାଁରେ ପହଞ୍ଚିଥିଲେ । 
ମଶାଣିକୁ ଯାଇ ଯବାନଙ୍କର କୁହୁଳି ଥିବା ନିଆଁରେ କାନ୍ଦିଥିଲେ ଆଉ ଏହାପରେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ଦେବାଶିଷଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କ ସହ କଥା ହୋଇଥିଲେ ଆଉ ତାଙ୍କ ଝିଅର ଭବିଷ୍ୟତ ଗଢ଼ାଇବାକୁ ୫୦ ହଜାର ଟଙ୍କା ଦେଇଥିଲେ ।
ସେ ଦେବାଶିଷଙ୍କ ପରିବାର ପାଇଁ ଅନେକ କଥା ଭାବୁଛନ୍ତି । ଯେଉଁଠାରେ ଅନେକ ଟଙ୍କା ରୋଜଗାର କରୁଥିବା କଳାକାର ତାଙ୍କୁ ସାହାଯ୍ୟ କରିବାକୁ ଆସିଲେ ନାହିଁ ସେଠାରେ ପହଞ୍ଚିଥିଲେ ଅଭିନେତ୍ରୀ ରାନୀ ପଣ୍ଡା । ସତରେ ସେ ଜଣେ ବହୁତ ଭଲ ହୃଦୟବାନ ଲୋକ ଅଟନ୍ତି ।