Movie prime

ରାସ୍ତାରେ ବସିଥିଲେ ଭିନ୍ନକ୍ଷମ ଅଚାନକ ଗାଡ଼ି ଅଟକାଇ ଦୁଃଖ ବୁଝିଲେ Vk Pandian ଦେଖନ୍ତୁ ସେହି ସମୟର ଦୃଶ୍ୟ - ସିଧା ପ୍ରସାରଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଏହି ଭିଡିଓ ମାଧ୍ୟମ ରେ 5T ସଚିବ ଭି କେ ପଣ୍ଡିଆନଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । 5T ସଚିବ ଭି କେ ପଣ୍ଡିଆନ କାରକେଡରେ ଯାଉଥିଲେ ।
Special Report
ସେ ଯାଉଥିବା ରାସ୍ତାରେ ଜଣେ ଦିବ୍ୟାଙ୍ଗଙ୍କୁ ଦେଖି ଅଟକି ଗଲେ । ତାଙ୍କ ଠାରୁ ସେ ଅଭିଯୋଗ ପତ୍ର ଗ୍ରହଣ କରିଲେ । ଦିବ୍ୟାଙ୍ଗଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବାର ଘଣ୍ଟାଏ ଭିତରେ ସେ ତାଙ୍କ ସମସ୍ୟାର ସମାଧାନ କରିଲେ ।
5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ରାଜଗାଙ୍ଗପୁର ଗସ୍ତରେ ଆସିଥିଲେ । ସେ ସେଠାରେ ଅନେକ ପ୍ରକଳ୍ପ ଆରମ୍ଭ କରିବେ ବୋଲି କହିଥିଲେ । ଆଉ ସେଠାରେ ସେ ଅନେକ ପ୍ରକଳ୍ପ ଆରମ୍ଭ କରିବା ସହିତ ଦିବ୍ୟାଙ୍ଗଙ୍କ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରିଥିଲେ ।
Special Report
ଆଉ ଏକ ମାସ ଭିତରେ ସବୁ ଅଭିଯୋଗର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସଭା ସ୍ଥଳରେ ସେ ସମସ୍ତ ଲୋକମାନଙ୍କର ସମସ୍ୟା କଣ ପଚାରିଥିଲେ । ଆଉ ଏହାର ସମାଧାନ ମଧ୍ୟ କରିଥିଲେ । 
ସମସ୍ତଙ୍କ ସମସ୍ୟା ଶୁଣିଥିଲେ କିନ୍ତୁ ସେଥିରୁ ବାଦ୍ ପଡି ଯାଉଥିଲେ ରାଜଗାଙ୍ଗପୁର ଗ୍ରାମର ଦିବ୍ୟାଙ୍ଗ କ୍ରୀଡାବିତ୍ ବସନ୍ତ ନିମଷ୍ଟେଟ । ସେ ବହୁତ ପରେ ମଧ୍ୟ ତାଙ୍କର ଅଭିଯୋଗ ପତ୍ର ଦେଇ ପାରିନଥିଲେ । ସେ ପାଣ୍ଡିଆନଙ୍କ ଯିବା ବାଟରେ ଏହି ଅଭିଯୋଗ ପତ୍ର ଦେବା ପାଇଁ ପହଞ୍ଚିଥିଲେ ।
Special Report
ଆଉ ସଭା ସ୍ଥାନରୁ 5T ସଚିବ ଯାଉଥିବା ବେଳେ ତାଙ୍କ ନଜର ପଡ଼ି ଯାଇଥିଲା ରାସ୍ତାରେ ବସିଥିବା ଦିବ୍ୟାଙ୍ଗ ଜଣକ ଉପରେ । ଆଉ ସେ ଗାଡ଼ି ସେଠାରେ ଅଟକାଇଥିଲେ । କାର ଭିତରୁ ଓହ୍ଲାଇ ଆସିଥିଲେ 5T ସଚିବ ଆଉ ସେ ବସନ୍ତଙ୍କ ସହିତ କଥା ହୋଇ ତାଙ୍କ ଠାରୁ ଅଭିଯୋଗ ପତ୍ର ନେଇଥିଲେ । 
Special Report
ବସନ୍ତ ତାଙ୍କ କ୍ରୀଡା କ୍ୟାରିଅର ପାଇଁ ଏକ ସ୍ପୋର୍ଟସ ହ୍ୱିଲ ଚେୟାର ଦରକାର ବୋଲି ଅନୁରୋଧ କରିଥିଲେ । ଆଉ ହ୍ଵିଲ ଚେୟାର ଶୀଘ୍ର ମିଳିଯିବ ବୋଲି ପାଣ୍ଡିଆନ କହିଥିଲେ । ଅଭିଯୋଗ ଦେବାର ଏକ ଘଣ୍ଟା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ବସନ୍ତଙ୍କୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।
ଆଉ ଅତିଶୀଘ୍ର ହ୍ବିଲ ଚେୟାର ଦିଆଯିବ ବୋଲି କହିଥିଲେ । କ୍ରୀଡାବିତ୍ ବସନ୍ତ ଖେଳ ଖେଳି ଆମ ଭାରତକୁ ଅନେକ ସ୍ଵର୍ଣ୍ଣ ପଦକ ଦେଇଛନ୍ତି । ସେ ଏହି ସହାୟତା ପାଇଁ 5T ସଚିବ ଭି କେ ପଣ୍ଡିଆନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।