ଗର୍ଭବତୀଙ୍କ ଉପରେ ଚଢ଼ିଗଲା ପିକଅପ ଭ୍ୟାନ ଦେଖନ୍ତୁ ଘଟୁ ଘଟୁ ଘଟିଗଲା ଏତେବଡ଼ ଅଘଟଣ - Exclusive
Nov 5, 2023, 18:16 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନେକ ସମୟରେ ସୋସିଆଲ ମିଡ଼ିଆରେ ସଡ଼କ ଦୁ-ର୍ଘ-ଟ-ଣା ଓ ଅନ୍ୟାନ୍ୟ ଘଟଣା ଦୁ-ର୍ଘ-ଟ-ଣା ବିଷୟରେ ଆମେ ଜାଣିବାକୁ ପାଇଥାଉ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଦୁ-ର୍ଘ-ଟ-ଣା ବିଷୟରେ ଆସନ୍ତୁ ଜାଣିବା।

ତେବେ ବନ୍ଧୁଗଣ ମର୍ମନ୍ତୁଦ ସଡ଼କ ଦୁ-ର୍ଘ-ଟ-ଣା ନେଲା ଗ-ର୍ଭ-ବ-ତୀ ପତ୍ନୀଙ୍କ ଜୀବନ। ଭଦ୍ରକ ଚାନ୍ଦବାଲି ନାଉଗୋରାଡ଼ା ଛକରେ ପଛପଟୁ ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ପିକ୍ଅପ୍ ଗାଡ଼ି।
ଘଟଣାରେ ପତ୍ନୀ ମୃ-ତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଅଛନ୍ତି। ମହିଳାଙ୍କ ମୃ-ତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି। ୪ ଘଂଟା କାଳ ଉଭୟ ପଟୁ ଗାଡ଼ି ଚଳାଚଳ ବନ୍ଦ ରହିଛି ।
ସୂଚନା ଅନୁସାରେ ଚାନ୍ଦବାଲି ହସ୍ପିଟାଲରେ ଡାକ୍ତରଙ୍କୁ ପତ୍ନୀଙ୍କୁ ଦେଖାଇବା ପରେ ଅଲଟ୍ରାସାଉଣ୍ଡ ପାଇଁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଦୁ-ର୍ଘ-ଟ-ଣା। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ମୁନି ଛକ ନିକଟରେ ଯାଉଥିଲେ ଏକ ନମ୍ବରବିହୀନ ପିକ୍ଅପ୍ ଭ୍ୟାନ।

ତେବେ ସେହି ରାସ୍ତାରେ ବାଇକରେ ଯାଉଥିବା ଦମ୍ପତ୍ତିକୁ ପିକ୍ଅପ୍ ଭ୍ୟାନ ଟି ଧକ୍କା ଦେଇଥିଲା। ଆଉ ଦମ୍ପତ୍ତିକୁ ଧକ୍କା ଦେଇ ଏକ ପୋଖରୀକୁ ଓଲଟି ପଡିଥିଲା। ଘଟଣା ସ୍ଥଳରୁ ସ୍ଥାନୀୟବାସି ଗୁରୁତର ଦମ୍ପତ୍ତିଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲ୍ ରେ ଭର୍ତ୍ତି କରିଥିଲେ।
ଦୁ-ର୍ଘ-ଟ-ଣା ରେ ସ୍ତ୍ରୀ ଅବସ୍ଥା ସଙ୍କଟପନ୍ନ ଥିବା ବେଳେ ସ୍ଵାମୀଙ୍କ ଅବସ୍ଥା ଗୁରୁତର ରହିଥିଲା। ଏହାପରେ ଉଭୟଙ୍କୁ ଚାନ୍ଦବାଲି ମେଡିକାଲରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
କଟକ ମେଡିକାଲ୍ ନିଆଯାଉଥିବା ବେଳେ ବାଟରେ ସ୍ତ୍ରୀ ଅନିତା ରାଉଳଙ୍କର ମୃ-ତ୍ୟୁ ହୋଇଛି। ଦୁ-ର୍ଘ-ଟ-ଣା ସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ପିକ୍ଅପ୍ ଭ୍ୟାନ ଚାଳକକୁ ଧନ ବିଲ ମଧ୍ୟରୁ କାବୁ କରିଛି।
ମୃ-ତ-କ ଅନିତା ରାଉଳ ଏବଂ ଗୁରୁତର ଥିବା ତାଙ୍କ ସ୍ଵାମୀ ଦେବବ୍ରତ ରାଉଳ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓରାସାହି ପଞ୍ଚାୟତ ବଘଟନା ଗାଁର। ତେବେ ବନ୍ଧୁଗଣ ଦୁ-ର୍ଘ-ଟ-ଣା ପରେ ସ୍ଥାନୀୟବାସି ଉତ୍ତ୍ୟକ୍ତ ହୋଇ ରାସ୍ତା ରୋକ କରିଛନ୍ତି।