Movie prime

ଆମ ପ୍ରିୟ ରାଷ୍ଟ୍ରପତି ସବୁ ଙ୍କ ପାଇଁ ଉଦାହରଣ, କାର ରୁ ଓହ୍ଲାଇ ଖାଲି ପାଦ ରେ ଚାଲି ଚାଲି ଗଲେ ଲିଙ୍ଗରାଜ ମନ୍ଦିର

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଡିଆ ଝିଅ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାଉସୀ ମା ଛକରୁ ରଥରୋଡ ହୋଇ ମନ୍ଦିର ଆସିଥିଲେ। ପ୍ରଥମେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଥିବା ଦେବୀ ପାଦହରା ପୁଷ୍କରିଣୀରେ ପାଦ ଧୋଇ ମନ୍ଦିରକୁ ପ୍ରବେଶ କରିଥିଲେ।
ତିନି ନିଯୋଗ ସମ୍ପାଦକ ରାଷ୍ଟ୍ରପତିଙ୍କୁ ମନ୍ଦିରକୁ ପାଛୋଟି ନେଇଥିଲେ। ତେବେ ବନ୍ଧୁଗଣ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। 
ସକାଳେ ପ୍ରାୟ ୯ଟା ବେଳେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଥିଲା। ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୩୦ ମିନିଟ ବିତାଇଥିଲେ। ରାଷ୍ଟ୍ରପତିଙ୍କ ଆସିବା ନିମନ୍ତେ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା, ଜଳାଭିଷେକ କରି ଆଶିର୍ବାଦ ନେଇଛନ୍ତି। ମନ୍ଦିର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପାଦକ କମଳାକାନ୍ତ ବଡୁଙ୍କୁ ରାଷ୍ଟ୍ରପତିଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନରେ ସହାୟତା କରିଥିଲେ। 
ଏହି ସମୟରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରାଖଇ ଭେଟି ଦେଲେ ସେବାୟତ। ମନ୍ଦିରରେ ରାଷ୍ଟ୍ରପତି ପ୍ରାୟ ୪୫ ମିନିଟ ରହିବା କାର୍ଯ୍ୟକ୍ରମ ରହିଥିଲା।
ଦର୍ଶନ ସାରି ୯ଟା ୫୫ ମିନିଟରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିଲେ। ଏହାପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ପହଞ୍ଚିବେ। 
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଖୋଦ କଟକ ଡିସିପି ସୁରକ୍ଷା ଦାୟିତ୍ୱରେ ରହିଥିଲେ। କାରକେଡ ରିହଲସଲରେ ୩୦ଟି ଗାଡି ସାମିଲ ହୋଇଥିଲା।
ସେଠାରେ ଆୟୋଜିତ ଇଣ୍ଡିଆନ ରାଇସ କଂଗ୍ରେସ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ୧ ଘଣ୍ଟା ରହି ପୁଣି ଭୁବନେଶ୍ୱର ଫେରିଆସି ଅପରାହ୍ନରେ ଦିଲ୍ଲୀ ଫେରିଯାଇଥିଲେ।