ଆଜ୍ଞା ରାତି ହେଲେ ମୋ ସ୍ତ୍ରୀ ମଦ ପି ମୋ ସହ ଖାଲି ଏଇ କାମ କରୁଛି ,ଏମିତି କିଛି ଅଭିଯୋଗ କରିଲା ସ୍ଵାମୀ
Updated: Sep 29, 2023, 18:16 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଜଣେ ବୋହୂ ଙ୍କ ନାମରେ ଏଭଳି କିଛି ଅଭିଯୋଗ ଆସିଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। କୁହା ଯାଇଛି କି ବୋହୂ ଜଣକ ସବୁବେଳେ ମଦ୍ୟପାନ କରନ୍ତି।
ଏଭଳି କି ତାଙ୍କ ଘରେ ଥିବା ସୁନା ଗହଣା ବିକି ମଧ୍ୟ ସେ ଦିନ ରାତି ମଦ୍ୟପାନ କରନ୍ତି। ଆଉ ଶାଶୁ ଏହା ମଧ୍ୟ କହିଛନ୍ତି କି ଘରେ ଥିବା ଚାଉଳ କୁ ବିକ୍ରୀ କରି ମଧ୍ୟ ତାଙ୍କର ବୋହୂ ମଦ୍ୟପାନ କରି ଥାଆନ୍ତି।
ଆଉ ତାକୁ ନେଇ ଯେତେବେଳ ତାଙ୍କର ପୁଅ ବୋହୂ ଉପରକୁ ହାତ ଉଠାଇ ଥିଲେ ସେତେବେଳେ ପୋଲିସ ତାଙ୍କ ଘରକୁ ଆସି ତାଙ୍କ ପୁଅକୁ ଉଠାଇ ନେଇଥିଲେ। ଏବଂ ତାଙ୍କୁ ଖୁବ ପିଟିଥିଲେ।ଶାଶୂ ଜଣକ ତାଙ୍କର ବୋହୂ ନାମରେ ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି କି କେବେ ହେଲେ ମଧ୍ୟ ଭାବି ନଥିଲେ କି ତାଙ୍କର ବୋହୁ ଏଭଳି ବାହାରିବ। ତାଙ୍କ ବୋହୂ ଙ୍କୁ ମଦ ନ ପିଇବା ପାଇଁ ଯେତେ ବାରଣ କରିଲେ ମଧ୍ୟ ତାଙ୍କର ବୋହୂ ଆଉ ବୁଝିବା ଅବସ୍ଥାରେ ନଥିଲେ।
ତାଙ୍କ ବୋହୂ ଏତେ ମାତ୍ରାରେ ମଦ ପିଇଥିଲେ ତାଙ୍କୁ ତାଙ୍କର ସାହି ପଡିଶା ମଧ୍ଯ ଏହା ପଚାରି ଥିଲେ କି ସେ ଏଭଳି ମଦୁଆ ବୋହୂ କେଉଁଠାରୁ ପାଇଛନ୍ତି। ଘରେ ଏକ ଛୋଟ ଝିଅ ଥିଲେ ମଧ୍ଯ ଝିଅ ସମ୍ମୁଖରେ ମଧ୍ୟ ସେ ଖୁବ୍ ମଦ ପିଇ ଥାଆନ୍ତି।
ଆଉ ଏତେ ନିଶାରେ ରହିବାରୁ ଯେତେବେଳେ ତାଙ୍କର ସ୍ୱାମୀ ତାଙ୍କ ଉପରେ ହାତ ଉଠାଇ ଦେଇଥିଲେ ସେତେବେଳେ ସେ ନିଜ ସ୍ଵାମୀ ନାମରେ ଥାନାରେ ଯାଇ ଅଭିଯୋଗ ମଧ୍ୟ କରିଥିଲେ।
ଏହାପରେ ପୋଲିସ୍ କୌଣସି କଥା ନବୁଝି ତାଙ୍କୁ ମାଡ଼ ମାରି ଗୋଡ଼ ହାତ ଭାଙ୍ଗି ଦେଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲାରେ , ଝାରପୋଖରିଆ ଥାନା ଅଞ୍ଚଳରେ।
ଏବଂ ଏହାକୁ ନେଇ ଏବେ ଝାରପୋଖରିଆ ଥାନା ପୋଲିସ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।