Movie prime

ଘଟଣାରେ ଚାଞ୍ଚଲ୍ୟ ଏହି ସେଇ ଗଛ ଯେଉଁଠି ରାତିରେ ବାହାରୁଛି ଭୂତ ଦେଖନ୍ତୁ ମୁଁହ ଖୋଲି ସବୁ କହିଲେ ଗାଁ ଲୋକେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିର ଯୁଗରେ ଲୋକଙ୍କ ମନରେ ଏବେ ମଧ୍ୟ ଗୁଣି ଗାରେଡ଼ିର ଭୟ ରହିଛି। ଖୋର୍ଦ୍ଧା ଜିଲ୍ଲା କାଇପଦର ପଞ୍ଚାୟତ ଦଧିମାଛ ଗାଡ଼ିଆରେ ମାତିଛି ଭୂତ। ଗୁଣିଗାରେଡ଼ି ଭ-ୟରେ ଲୋକେ ଆତଙ୍କିତ।
Special report
କାଇପଦର ପଞ୍ଚାୟତ ଅନ୍ତର୍ଗତ ଦଧିମାଛ ଗାଡ଼ିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘ-ଟଣା ଦେଖିବାକୁ ମିଳିଛି। ପିଲାମାନଙ୍କ ଦେହରେ ଭୁତ ଲାଗିଯାଉଥିବା କଥା କହୁଛନ୍ତି ଗ୍ରାମବାସୀ। ଯେଉଁଥିପାଇଁ ଭୟରେ ଛାତ୍ରୀମାନଙ୍କୁ ସ୍କୁଲ ଛାଡ଼ୁ ନାହାନ୍ତି ଅଭିଭାବକ। ଏପରି କି ନିଜ ଘରେ ନ ରଖି ବନ୍ଧୁ ବାନ୍ଧବଙ୍କ ଘରେ ରଖିଛନ୍ତି। 
କେହି କେହି ଏହାକୁ ଗୁଣି ଗାରେଡ଼ି ସନ୍ଦେହ କରୁଥିବାବେଳେ ଗୁଣି ଗାରେଡ଼ିରୁ ମୁକ୍ତ ପାଇଁ ପୂଜା ପାଠର ସହାୟତା ନେଉଛନ୍ତି। ସେପଟେ ପ୍ରଶାସନ ତରଫରୁ ଗାଁରେ ସଚେତନତା ମଧ୍ୟ ଚାଲିଛି। ସେପଟେ ଭୂ-ତ ଭୟରେ ପିଲାମାନେ ସ୍କୁଲକୁ ଯାଉ ନାହାନ୍ତି।
ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଏମିତି ମାସେରୁ ଊର୍ଦ୍ଧ୍ବ ଦିନ ହେଲାଣି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲା କାଇପଦର ପଞ୍ଚାୟତ ଦଧିମାଛ ଗାଡ଼ିଆ ଗାଁର ଏକ ସାହିରେ କିଛି ଝିଅ ପିଲାଙ୍କୁ ଗୁଣି କରାଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।  Special report
ସେହିପରି ଆଉ ଏକ ପିଲାକୁ ରାତିରେ ମଶାଣି ପାଖରେ ଗଡୁ ଥିବାର ଦେଖିବାକୁ ମିଳିଥିଲା ବୋଲି ଗ୍ରାମବାସୀମାନେ କହିଛନ୍ତି। ତେବେ ଭୂତ ଭୟରେ ଗ୍ରାମରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ସୂଚନା ଅନୁସାରେ, ଏହି ଗାଁରେ ୬ ଜଣ ଝିଅ ପିଲା ଏହି ଗୁଣି ଗାରେଡ଼ିରେ ଆକ୍ରାନ୍ତ ହେବା ସନ୍ଦେହରେ ଗୁଣିଆର ସହଯୋଗ ଲୋଡ଼ିଛନ୍ତି।
ଝିଅ ମାନଙ୍କୁ ଗୁଣି କରାଯାଉଥିବା ସନ୍ଦେହରେ ବନ୍ଧୁ ବାନ୍ଧବ ଘରେ ଛାଡ଼ି ଦିଆଯାିଛି। ଗାଁରେ ଲୋକଙ୍କ ମଧ୍ୟରେ ଥିବା ଅନ୍ଧ ବିଶ୍ୱାସକୁ ନେଇ ଯୁକ୍ତିତର୍କ ମଧ୍ୟ ଚାଲୁଛି। ତେବେ ଗ୍ରାମବାସୀମାନେ ଭ-ୟଭୀ-ତ ଅବସ୍ଥାରେ ରହିଛନ୍ତି। ସେହିପରି ଭ-ୟରେ ସ୍କୁଲକୁ ଛାତ୍ରଛାତ୍ରୀ ମାନେ ଯାଉନଥିବା ଦେଖିବାକୁ ମିଳିଛି। 
ତେବେ ଦଧିମାଛ ଗାଡିଆ ଗ୍ରାମରେ ଥିବା ସ୍କୁଲରେ ମୋଟ ୨୮୮ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ଗତ ସୋମବାରଠାରୁ କ୍ରମାଗତ ଭାବେ ଉପସ୍ଥାନ କମ ରହୁଥିବା ଦେଖିବାକୁ ମିଳିଛି। ସେହିପରି ଆଜି ମଧ୍ୟ ମାତ୍ର ୭୮ ଜଣ ଛାତ୍ରଛାତ୍ରୀ ସ୍କୁଲ ଯାଇଥିବାବେଳେ ଅନେକ ସିଟ୍‌ ଖାଲି ପଡ଼ିଛି।
ସେପଟେ ଏହି ଘ-ଟଣା ପରେ ଗାଁରେ ପୋଲିସ୍ ଏବଂ ନିଜେ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଆଉ ଏପରି ଅନ୍ଧବିଶ୍ବାସରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।