Movie prime

ରିଲନୁହେଁ ରିଅଲ ଲାଇଫ ଦମନ ଦେଖନ୍ତୁ କେମିତି ସେବା ପାଲଟି ଯାଇଛି ମୂଳ ଧର୍ମ ଏମିତି ଡାକ୍ତରଙ୍କୁ ଶହେ ସଲାମ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ସୋସିଆଲ ମିଡିଆରେ ଲୋକମାନେ ସବୁ ଦେଶର, ସବୁ ଜିଲ୍ଲାର ଏବଂ ସବୁ ଅଞ୍ଚଳର ଖବର ପାଉଛନ୍ତି ।
Special report
ଆଉ ଲୋକମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ଖବର ଜାଣି ପାରୁଛନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଆପଣମାନେ ସମସ୍ତେ ତ ଦମନ ଫିଲ୍ମକୁ ନେଇ ଆସିଥିବା ଚର୍ଚ୍ଚା ବା ଏହି ଫିଲ୍ମ୍ ଦେଖିଥିବେ । 
ଏହି ଦମନ ଫିଲ୍ମ୍ ଲୋକମାନଙ୍କ ଠାରୁ ଅନେକ ଭଲପାଇବା ପାଇଥିଲା । ସେହି ଫିଲ୍ମର କାହାଣୀ ହେଉଛି ଓଡ଼ିଶାର ଏଭଳି ଏକ ସ୍ଥାନ ଅଛି ଯେଉଁଠାରେ ଡାକ୍ତରଖାନା ନାହିଁ ଆଉ ଡାକ୍ତରଖାନା ବହୁତ ଦୂରରେ ଅଛି ।
Special report
ସେଠାକୁ ଯିବା ପାଇଁ ହେଲେ ନଦୀ କିମ୍ବା ଅନ୍ୟ କିଛି ବାଟ ଦେଇ ଯିବ । ସେଥିପାଇଁ ସେହି ଅଞ୍ଚଳରେ ପୋଷ୍ଟ ପାଇଥିବା ଡାକ୍ତର ଗାଁ ଗାଁ ବୁଲି ଚିକିତ୍ସା କରୁଥିଲେ । ଏଭଳି ଏକ ଭଲ କାହାଣୀକୁ ନେଇ ଏହି ଫିଲ୍ମ୍ କରାଯାଇଥିଲା । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ରିଲର ଦମନ ଙ୍କୁ ନୁହେଁ ବରଂ ରିଅଲ ଦମନ ଙ୍କୁ ଦେଖିପାରିବେ । 
ଦମନ ଫିଲ୍ମରେ ଅଭିନେତା ବାବୁଶାନ୍ ପାହାଡିଆ ରାସ୍ତାକୁ ଯେଉଁଠାରେ ରାସ୍ତା ନାହିଁ ଯିବାକୁ ସେହି ସ୍ଥାନକୁ ଯାଇ ଲୋକମାନଙ୍କୁ ମେଲେରିଆ ପାଇଁ ବୁଝାଇଥିଲେ । ଆଉ ଔଷଧ ଦେଇଥିଲେ ଠିକ୍ ସେମିତି ଏହି ରିଅଲ ଡାକ୍ତର ଜଣକ ଏଭଳି ଏକ ପାହାଡିଆ ଅଞ୍ଚଳ
Special report
 ଯେଉଁ ଗାଁରେ ରାସ୍ତା ନାହିଁ ସେଠାକୁ ଯାଇ ଲୋକମାନଙ୍କୁ ମେଲେରିଆ ପାଇଁ ଔଷଧ ଦେଇଛନ୍ତି ।ଆଉ ତାଙ୍କର ରକ୍ତ ପରୀକ୍ଷା ବି କରିବାକୁ କିଟ୍ ନେଇଛନ୍ତି । ଏହାସହ ତାଙ୍କୁ ଅନେକ କଥା ବୁଝାଇଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ । 
ଏହି ଅଞ୍ଚଳରେ ବର୍ଷା ହେବା ପରେ ମ୍ୟାଲେରିଆ ହେବା କାରଣରୁ ଦୁର୍ଗମ ରାସ୍ତାରେ ଅର୍ଥାତ୍ ଯେଉଁ ଗାଁକୁ ରାସ୍ତା ନାହିଁ ସେଠାକୁ ସକାଳୁ ସକାଳୁ ଗାଡ଼ି ନେଇ ବାହାରି ପଡ଼ିଥିଲେ ଡାକ୍ତର ଆଉ ତାଙ୍କ ସହଯୋଗୀ । ଗାଡ଼ି ନେଇ ଯିବା ସମ୍ଭବ ନଥିଲା । ସେମାନେ ଚାଲି ଚାଲି ସେଠାକୁ ଯାଇଥିଲେ ।
ଆଉ ତିନିଟି ଗାଁରେ ପହଞ୍ଚି ଲୋକଙ୍କ ସେବା କରିଥିଲେ । ତିନିଟି ଗାଁର ୧୨୯ ଜଣ ଲୋକଙ୍କର ରକ୍ତ ପରୀକ୍ଷା କରିବା ପାଇଁ ନମୁନା ଆଣିଥିଲେ । ଡାକ୍ତର ସନ୍ତୋଷ ପ୍ରଧାନ, ସିଏଚଓ ବିଶ୍ୱଜିତ୍ ମହାନ୍ତି, ଦୀପ୍ତି ରଞ୍ଜନ ସେଠୀ ଏବଂ ମହିଳା ସ୍ବାସ୍ଥ୍ୟକର୍ମୀ ଜାନକୀ ଟକରି ହେଉଛନ୍ତି ରିଅଲ ଦମନ ।