Movie prime

ସାହାଯ୍ୟ କରି ଫସିଲେ କି ରାଣୀ , ସାହାଯ୍ୟ କରୁଚ ଯଦି ଦେଖେଇ କାଈ ହଉଚ କହିବାରୁ ଚିହିଙ୍କି ଉଠିଲେ ରାଣୀ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯାତ୍ରା କଳାକାର ମାନଙ୍କ ଟାର୍ଗେଟ ରେ ଏବେ ରହିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା। ସେ ଏବେ ଏକା ଲଢେଇ କରୁ ଥିବାର ଦେଖିବାକୁ ମିଳିଛି।
Special report
ଅନେକ ଯାତ୍ରା କଳାକାର ଙ୍କ ମତରେ ରାଣୀ ପଣ୍ଡା ସାହଯ୍ୟ କରୁଛନ୍ତି କମ୍ ଓ ଦେଖେଇ ହେଉଛନ୍ତି ଅଧିକା। ଆଉ ରାଣୀଙ୍କ ମନ୍ତବ୍ୟରେ ମାଲିକ ହେଉଛନ୍ତି ଧୋକେବାଜ୍। ଯାହାକୁ କି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଯାତ୍ରା ପାର୍ଟି ର ଅନ୍ୟ କଳାକାର ମାନେ।
ନିଶା ମହାରଣା ଓ ରାଣୀ ପଣ୍ଡା ଙ୍କ ବିବାଦ ଆଜିକାର ନୁହେଁ ପୂର୍ବରୁ ମଧ୍ୟ ଦୁହେଁ ଅନେକ ଥର ମୁହାଁ ମୁହିଁ ହୋଇ ସାରିଛନ୍ତି। କେବଳ ସେ ଏକା ନୁହେଁ ବାବି ପଣ୍ଡା ଓ ଦଇତାରୀ ପଣ୍ଡା , ରାଣୀ ପଣ୍ଡା ଙ୍କ ସହ ଥିବା ଶତ୍ରୁତା ମଧ୍ୟ ଅନେକ ଦିନର ଅଟେ।
ଏହା ପୂର୍ବରୁ ମଧ୍ୟ ଅନେକ ଥର ଲୋକ ଲୋଚନକୁ ଆସି ସାରିଛି। ତେଣୁ ଏବେ ଏହା କୁହା ଯାଉଛି କି ପୂର୍ବର ରାଗ ଏବେ ହିଁ ରାଣୀ ପଣ୍ଡା ଙ୍କ ଉପରେ ଶୁଝା ଯାଉଛି ବୋଲି।
Special report
ନିଶା ମହାରଣା ଏହା କହିଛନ୍ତି କେତେ କିଏ ଦାନ କଲା ତାହା ସେ କେବଳ ହାଇଲାଇଟ୍ ହେବା ପାଇଁ କହିଥାଏ। ଆଉ ତାଙ୍କ ମତରେ ଯିଏ ଦିଏ ସେ କେବେ ହେଲେ ମଧ୍ୟ ଏହା ଜଣାଏ ନାହିଁ।
ଅନେକ କଳାକାର ମାନେ ମଧ୍ୟ ତାଙ୍କର ଏଭଳି ଦାନ କରି କହିବା କୁ ଦେଖେଇ ହେବା କହିଛନ୍ତି। ଆଉ ଏହାକୁ ସେମାନେ ଖୁବ ବିରୋଧ ମଧ୍ୟ କରିଛନ୍ତି କଳାକାର ମାନେ ମଧ୍ୟ ଦଇତାରୀ ପଣ୍ଡା ଓ ଯାତ୍ରା ମାଲିକ ମାନଙ୍କ ପ୍ରତି ତାଙ୍କର ବ୍ଯବହାର କୁ ଖୁବ୍ ବିରୋଧ କରିଛନ୍ତି।
ହେଲେ ରାଣୀ ପଣ୍ଡା ଏବେ ଯାତ୍ରା ପେଣ୍ଡାଲ ପଛ ପଟେ କାମ କରୁଥିବା ଲାଇଟ୍ ଓ ସାଉଣ୍ଡ କର୍ମଚାରୀ ମାନଙ୍କ ପାଇଁ ଲଢେଇ କରୁଛନ୍ତି। କିପରି ମାଲିକ ଆସିବେ ଆଉ ସେମାନଙ୍କ ସହାୟତା ରାଶି ପ୍ରଦାନ କରିବେ।
ସେଥିପାଇଁ ଲୋକମାନେ ମଧ୍ୟ ଏହା କହିବାକୁ ଲାଗିଲେଣି କି ଆଗକୁ ବୋଧ ହୁଏ ରାଣୀ ପଣ୍ଡା ଯାତ୍ରା କଳାକାର ସଂଘର ପ୍ରେସିଡେଣ୍ଟ ହେବାର ସମ୍ଭାବନା ରହିଛି। ତେବେ ଏହାକୁ ନେଇ ଆପଣଙ୍କ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।