Movie prime

ସହିଦଙ୍କ ଶେଷ ନିଶ୍ବାସ ପୂର୍ବରୁ ସ୍ତ୍ରୀଙ୍କୁ ଶେଷଥର ପାଇଁ ଭିଡିଓ କଲ ଦେଖନ୍ତୁ ଏହି କୋହଭରା ଦୃଶ୍ୟ କାନ୍ଦି କାନ୍ଦି ଫାଟି ପଡୁଛି ସାରା ଗାଁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ସିଅଳଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍‌ ଗୋପାଳପୁର ଗ୍ରାମରେ ପହଞ୍ଚିଛି।
Special report
ଯବାନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବୁଧବାର ରାତିରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସହିଦ ପ୍ରକାଶ ଚନ୍ଦ୍ର ସିଅଳଙ୍କ ପାର୍ଥିବ ଶରୀର ବୁଧବାର ଅପରାହ୍ଣରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲା। 
ସେଠାରେ ସହିଦ ଯବାନଙ୍କୁ ବିଏସଏଫ ପକ୍ଷରୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ଏହାପରେ ପାର୍ଥିବ ଶରୀରକୁ ବାଲେଶ୍ଵର ଅଭିମୁଖେ ପଠାଯାଇଥିଲା। ପ୍ରକାଶଙ୍କ ପାର୍ଥିବ ଶରୀରକୁ ଜନ୍ମଭୂମି ଅଭିମୁଖେ ନିଆଯାଉଥିବା ବେଳେ
Special report
ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ଥାନୀୟ ଲୋକେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସହିଦଙ୍କ ପାର୍ଥିବ ଶରୀର ବାହାନଗାରେ ପହଞ୍ଚିବା ପରେ ଅନେକ ଲୋକ ଏକାଠି ହୋଇ ଗାଁ ମାଟିକୁ ପାଛୋଟି ନେଇଥିଲେ। 
 ଅନ୍ୟପଟେ ପ୍ରକାଶଙ୍କ ଘର ପରିବାର ଲୋକ ଓ ଅନ୍ୟ ଆତ୍ମୀୟଙ୍କ କାନ୍ଦବୋବାଳି ଫାଟି ପଡ଼ୁଥିଲା। ଖବର ଅନୁଯାୟୀ ଛତିଶଗଡର କାନକରରେ ମତଦାନ ଟିମକୁ ସୁରକ୍ଷା ଯୋଗାଇବା ପାଇଁ ମୁତୟନ ହୋଇଥିବା ସୈନ୍ୟମାନଙ୍କ ମଧ୍ୟରେ ସିଅଳ ଥିଲେ।
Special report
ସେ ଦୁର୍ଭାଗ୍ୟବଶତଃ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଏକ ଲ୍ୟାଣ୍ଡ୍‌ମାଇନ୍ ଉପରେ ପାଦ ପକେଇଦେଇଥିଲେ। ଫଳରେ ଏହା ବିସ୍ଫୋରଣ ହେବାରୁ ସେ ଗୁରୁତର ଆହତ ହୋଇଥିଲେ।
Special report
ଏଥିରେ ତାଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଏହାପରେ ପ୍ରକାଶ ଓ ଅନ୍ୟ ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ରାୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ବୁଧବାର ରାତିରେ ଗୋପାଳପୁର ଗ୍ରାମରେ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ପ୍ରକାଶ ଚନ୍ଦ୍ର ସିଅଳଙ୍କ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.