Movie prime

ଆଜି ସକାଳୁ ସକାଳୁ SDJM କୋର୍ଟ ରେ ହାଜର ହେଲେ ଅନୁଭବ ହେଲେ ବର୍ଷା ଙ୍କ ଦେଖା ଦର୍ଶନ ନାହିଁ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଙ୍କ ଛାଡ ପତ୍ର ମାମଲା ବିଷୟ ରେ ଶୁଣିଥିବେ।ଗତ ଚାରି ବର୍ଷ ହେଲାଣି ସେମାନଙ୍କ ଭିତରେ ବିବାଦ ଲାଗି ରହିଛି।
Special report
ଅନୁଭବ ମହାନ୍ତି କଟକ ପାରିବାରିକ କୋର୍ଟ ରେ ଛାଡ ପତ୍ର ମାମଲା ରୁଜୁ କରିଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘର ପକ୍ଷ ରୁ ନିର୍ଯାତିତ ହୋଇଛନ୍ତି ଓ ତାଙ୍କ ସ୍ଵାମୀ ଙ୍କ ସହିତ ରହିବା ପାଇଁ ଏକ ମାମଲା ରୁଜୁ କରିଥିଲେ।କିନ୍ତୁ ଏହି ଉଭୟ ମାମଲା କୁ କୋର୍ଟ ଗତ ଦଶ ତାରିଖ ଦିନ ଖାରଜ କରି ଦେଇଥିଲା।
ଏହା ପରେ ଉଭୟ ଙ୍କ ମଧ୍ୟ ରେ ବିବାଦ ଆଉ ଥମିବାର ନାଁ ନେଉ ନାହିଁ।ପ୍ରାୟ ପ୍ରତିଦିନ ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବର୍ଷା ଙ୍କ ବିରୋଧ ରେ କହୁଛନ୍ତି।ଓ ତାଙ୍କ ବିବାହ ର ଏତେ ବର୍ଷ ପରେ ବର୍ଷା ତାଙ୍କୁ ଶାରୀରିକ ସଂପର୍କ ରଖିବାକୁ ଦେଇ ନାହାନ୍ତି ବୋଲି ସେ କହିଥିଲେ।
କଟକ କୋର୍ଟ ଏହାକୁ ଖାରଜ କରିବା ପରେ ସେ ହାଇ କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି।କହିଛନ୍ତି କି ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନି ସେ ପର୍ଯ୍ୟନ୍ତ ସେ ଲଢ଼ୁ ଥିବେ।ନିକଟରେ ସେ ସବ ଡିଭିଜିନାଲ କୋର୍ଟ ରେ ହାଜର ହୋଇ ଥିଲେ।
Special report
କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ସେଠାକୁ ଆସି ନ ଥିଲେ।କଣ ପାଇଁ ସେ ସେଠାକୁ ଆସି ନ ଥିଲେ ବୋଲି ସମସ୍ତ ଙ୍କ ମନ ରେ ପ୍ରଶ୍ନ ରହିଛି।ଆଗରୁ ମଧ୍ୟ କଟକ ପାରିବାରିକ କୋର୍ଟ ରେ ବର୍ଷା ଙ୍କ ଅନୁପସ୍ଥିତି ଦେଖିବାକୁ ମିଳି ଥିଲା।ଓ ଶେଷ ରେ ବିଚାର ଶେଷ ହେବା ସମୟ ରେ ସେ କୋର୍ଟ କୁ ଆସି ଥିଲେ।
ଏହାକୁ ନେଇ ଧୀରେ ଧୀରେ ବିବାଦ ବଢିବାରେ ଲାଗିଛି।କିଛି ଦିନ ତଳେ ଅନୁଭବ ମହାନ୍ତି ଛାଡ ପତ୍ର ମାମଲା ପାଇବା ପାଇଁ ବର୍ଷା ଙ୍କୁ ଅନୁରୋଧ କରିଥିଲେ।ଏହାର ଭିଡିଓ ସେ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ।
ତାଙ୍କ ବାପା ଙ୍କ ଦେହ ଖରାପ ଥିବାରୁ ସେ ଜଲଦି ଛାଡ ପତ୍ର ପାଇଁ ଗୁହାରି କରିଥିଲେ।କିନ୍ତୁ ଏହାର କିଛି ସମୟ ପରେ ସେ ଏହି ଭିଡିଓ କୁ କାଟି ଦେଇଥିଲେ।
ବର୍ଷା ପ୍ରିୟଦର୍ଶିନୀ କେବଳ ଅନୁଭବ ଙ୍କୁ କନ୍ଦାଇ ବାକୁ ଚାହାନ୍ତି ବୋଲି ତାଙ୍କ ପ୍ରଶଂସକ ମାନେ ଏବେ କହୁଛନ୍ତି।ଆଗକୁ ଦେଖିବାକୁ ବାକି ରହିଲା କେବେ ଉଭୟ ଙ୍କ ମଧ୍ୟ ରେ ସବୁ କିଛି ସମାଧାନ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.