Movie prime

ସକାଳୁ ସକାଳୁ ଲାଇଭ ଆସି ହାତ ଯୋଡିଲେ ମନୋଜ କହିଲେ ଅନୁଭବ ତମେ ଏମିତି କେମିତି କହି ପାରିଲ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଅଭିନେତା ମନୋଜ୍ ମିଶ୍ର ଙ୍କ ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏବେ ମନୋଜ୍ ମିଶ୍ର ଙ୍କ ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
Special report
ଏହି ଭିଡିଓ ରେ ମନୋଜ୍ ମିଶ୍ର ହାତ ଯୋଡ଼ି ଅନୁରୋଧ କରିଛନ୍ତି ଆଉ କହିଛନ୍ତି କି ସେ ତାଙ୍କର ସାନ ଭାଇଙ୍କୁ ହାତ ଯୋଡ଼ି କହୁଛନ୍ତି କି ସମସ୍ତେ ମିଶି ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଆଗକୁ ବଢ଼ାଇବା।
ସେ କହିଛନ୍ତି କି ସେ ମଧ୍ୟ ଏହା ଚାହୁଁ ଛନ୍ତି କି ଯେତେବେଳେ ସେ ବମ୍ବେ ର ଏୟାର ପୋର୍ଟ ରେ ପହଞ୍ଚିବେ ସେତେବେଳେ ସେଠାରେ ମଧ୍ୟ ପାପରାଜି ମାନଙ୍କ ଭିଡ଼ ଲାଗିଯିବ।
ସେଥିପାଇଁ ଏହି ଛୋଟ ଛୋଟ କଥାକୁ ନେଇ କଳି ନ ଲାଗିବାକୁ ମଧ୍ୟ ବାରଣ କରିଛନ୍ତି। ଆଉ ସେ ପଶ୍ଚିମ ଓଡ଼ିଶା ରେ ରାମ ଫିଲ୍ମ୍ କୁ ମଧ୍ୟ ହଟେଇବାର କୌଣସି ପ୍ଲାନ୍ କରି ନଥିବାର ମଧ୍ୟ କହିଥିଲେ। ସେ କହିଛନ୍ତି କି ସେ ଅରିନ୍ଦମ ଙ୍କୁ ମଧ୍ୟ ମାଇଣ୍ଡ ଗେମ୍ ଦେଖିବାକୁ ଫୋନ କରିଥିଲେ।
Special report
ଆଉ ଅରିନ୍ଦମ ମଧ୍ୟ ଫୋନ ଉଠେଇ ନଥିଲେ। ଏହାପରେ ସେ ଅନୁଭବ ମହାନ୍ତି ଙ୍କୁ ମଧ୍ୟ କଲ୍ କରିଥିଲେ ହେଲେ ଅନୁଭବ ମହାନ୍ତି ମଧ୍ୟ ତାଙ୍କର କଲ୍ ଉଠାଇ ନଥିଲେ କି ପରେ ମଧ୍ୟ ତାଙ୍କୁ କଲ୍ କରି ନଥିଲେ।
ସେଥିପାଇଁ ମନୋଜ୍ ମିଶ୍ର କହିଛନ୍ତି କି ଖାଲି ମୁହଁ ରେ ବଡ଼ ଭାଇ କହିଦେଲେ କିଛି ହେବ ନାହିଁ। ଏଭଳି ସେ ମେସେଜ ମଧ୍ଯ କରିଥିଲେ ହେଲେ ଅନୁଭବ ମହାନ୍ତି ତାହାର ସେ ଜବାବ ମଧ୍ୟ ଦେଇ ନଥିଲେ।
ସେ କହିଛନ୍ତି କି ଯିଏ ମାଇଣ୍ଡ ଗେମ୍ ଫିଲ୍ମ୍ କୁ ସପୋର୍ଟ କରୁ ନାହାଁନ୍ତି ସେ କହି ଦିଅନ୍ତୁ। କାରଣ ମନୋଜ୍ ମିଶ୍ର ମଧ୍ୟ ରାମ ଫିଲ୍ମ କୁ ସପୋର୍ଟ କରୁ ଥିବାର କହିଥିଲେ। ଏବେ ମାଇଣ୍ଡ ଗେମ୍ ୨୦ ଟି ବାହାର ରାଜ୍ଯ ରେ ମଧ୍ୟ ଲୋକ ଦେଖିବେ ବୋଲି ଏହା ଏବେ ନିଷ୍ପତ୍ତି ନିଆ ଯାଇଛି।
ମନୋଜ୍ ମିଶ୍ର ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।