Movie prime

ସାମ୍ବାଦିକ ହେବାକୁ ପୁଞ୍ଜିଲାଲ ମେହେର ଙ୍କ ଚେଷ୍ଟା ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋ-ମା ମାମଲା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପାଟଣାଗଡର ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁରା ପରିବାରକୁ ହ-ତ୍ୟା କରିବାକୁ ଭଇଁଷା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର୍‌ ଷ-ଡ-ଯ-ନ୍ତ୍ର କରିଥଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା।
୨୦୧୮ ଫେବ୍ରୁଆରି ମାସ ୨୩ ତାରିଖରେ ଅଧାପକ ରବୀନ୍ଦ୍ର ସାହୁ ଓ ଭଇଁଷା ମହାବିଦ୍ୟାଳୟର ଅଧ୍ୟକ୍ଷା ସଞ୍ଜୁୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ବିବାହର ୫ ଦିନ ପରେ ଘରକୁ ଏକ ପାର୍ସଲ ଆସିଥିଲା। 
ଏହି ଗିଫ୍ଟ ପାର୍ସଲକୁ ଖୋଲିଲା ବେଳେ ଏହା ବି-ସ୍ଫୋ-ର-ଣ ଘଟି ସୌମ୍ୟଶେଖର, ତାଙ୍କ ଜେଜେ ମା’ଙ୍କର ମୃ-ତ୍ୟୁ ଘଟିଥିବା ବେଳେ ନବବଧୁ ରୀମା ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ପୁଞ୍ଜିଲାଲକୁ ଗିରଫ କରିଥିଲା।
ତେବେ ବନ୍ଧୁଗଣ ବର୍ତ୍ତମାନ ଖବର ଆସିଛି ବହୁ ଚର୍ଚ୍ଚିତ ପାର୍ସଲ ବୋ-ମାର ମୁଖ୍ୟ ଅ-ଭି-ଯୁ-କ୍ତ ପୁଞ୍ଜିଲାଲ ମେହେର ହେବେ ସାମ୍ବାଦିକ। ସେଥିପାଇଁ ସେ ବଲାଙ୍ଗୀର ଜିଲ୍ଲା କାରାଗାର ଭିତରେ ପରୀକ୍ଷା ଦେଇଛନ୍ତି। 
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସିଲାବସରେ ନାଁ ଲେଖାଇ ସ୍ନାତକୋତ୍ତର ପାଠ ପଢୁଥିଲେ ପୁଞ୍ଜିଲାଲ। ପୁଣି ଥରେ ଚର୍ଚ୍ଚାରେ ପୁଞ୍ଜିଲାଲ ମେହେର ।
ଏଥର ଜେଲ୍ ଭିତରେ ଥାଇ ମଧ୍ୟ ସାମ୍ବାଦିକତା ହେବାର ନିଶା ତାଙ୍କୁ ଚର୍ଚ୍ଚାକୁ ଟାଣି ଆଣିଛି। ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଦୀର୍ଘ ୫ ବର୍ଷ ହେଲା ବଲାଙ୍ଗୀର ଜିଲ୍ଲା ଜେଲ୍ ଭିତରେ ବିଚାରଧୀନ କଏଦୀ ଭାବେ ଅଛନ୍ତି । 
ପ୍ରଥମେ ପ୍ରଥମେ ଜେଲ୍ କର୍ତ୍ତୃପକ୍ଷ ଓ ପୋଲିସକୁ ନାକେଦମ କରୁଥିବା ପୁଞ୍ଜିଲାଲ ଏବେ କିନ୍ତୁ ନିଜ ସେଲ୍ ଭିତରେ ରହି ଦିନ ତମାମ୍ ଚୁପ୍ ଚାପ୍ ପଢୁଛନ୍ତି। ଶନିବାର ଜେଲ୍ ଭିତରେ ରହି ସାମ୍ବାଦିକତାର ସ୍ନାତକୋତ୍ତର ପ୍ରଥମ ସେମିଷ୍ଟାର ପ୍ରଥମ ପେପରର ପରୀକ୍ଷା ମଧ୍ଯ ଦେଇଛନ୍ତି।
ପରୀକ୍ଷକ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଧରି ଠିକ ଦିନ ଦୁଇଟାରେ ଜେଲ୍ ଭିତରକୁ ପ୍ରବେଶ କଲେ ଓ ୩ଘଣ୍ଟା ଧରି ଉତ୍ତର ଖାତାରେ ପୁଞ୍ଜିଲାଲ ପରୀକ୍ଷକଙ୍କ ଉପସ୍ଥିତିରେ ପରୀକ୍ଷା ଦେଇଥିବା ଜେଲ୍ କର୍ତ୍ତୃପକ୍ଷ ଓ ପରୀକ୍ଷକ କହିଛନ୍ତି।