Movie prime

ସମ୍ବଲପୁରୀ ଭାଷା କୁ ଗୁରୁତ୍ଵ ଦେବା କଥା କହିବା କଣ ମୋର ଭୁଲ୍, ପୁଣି ମୁଁହ ଖୋଲିଲେ ମନୋଜ ମିଶ୍ର ...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଦୀର୍ଘ ଦିନ ରୁ ଓଲିଉଡ ଅଭିନେତା ମନୋଜ ମିଶ୍ର ଙ୍କୁ ନେଇ ଅନେକ ବିବାଦ ଲାଗି ରହିଛି।ପୁଣି ଥରେ ଅଭିନେତା ମନୋଜ ମିଶ୍ର ଏଭଳି କିଛି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special report
ଗତ କାଲି ସେ ଏକ ଭିଡିଓ ଗଣ ମାଧ୍ୟମ ରେ ପୋଷ୍ଟ କରିଥିଲେ।ଏଥିରେ ସେ ସମ୍ବଲପୁରୀ ଭାଷା କୁ ନେଇ ନିଜ ମତ ପ୍ରକାଶ କରିଥିଲେ।ତାଙ୍କ କହିବା ଅନୁଯାୟୀ ପଶ୍ଚିମ ଓଡ଼ିଶା ର ଭାଷା ହେଉଚି ଆମ ଓଡ଼ିଶା ର ଗୋଟିଏ ଭାଷା।ଏହା ଉପରେ ଆପଣ ମାନେ ସମସ୍ତେ ଗୁରୁତ୍ଵ ଦିଅନ୍ତୁ।
ଏ ନେଇ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୁରୁତ୍ଵ ଦେଇଛନ୍ତି।ସେ କେନ୍ଦ୍ର ରେ ଏ ନେଇ ସୂଚନା ଦେଇଛନ୍ତି।ସମସ୍ତ ଙ୍କ ଭଳି ପଶ୍ଚିମ ଓଡ଼ିଶା ର ମଧ୍ୟ ନିଜସ୍ଵ ଭାଷା କହିବାର ଅଧିକାର ରହିଛି।ଆମ ଓଡ଼ିଆ ଭାଷା ପରି ସେଠାରେ ସମ୍ବଲପୁରୀ ଭାଷା କୁ ଗୁରୁତ୍ଵ ଦିଆ ଯାଉ।
ପିଲା ମାନେ ଏହି ଭାଷା ରେ ସ୍କୁଲ କଲେଜ ରେ ପାଠ ପଢନ୍ତୁ।ସେମାନଙ୍କୁ ଓଡ଼ିଆ ଭାଷା କହିବାକୁ ଅନେକ ଅସୁବିଧା ର ସାମ୍ନା କରିବାକୁ ପଡ଼ୁଛି।ମୁଁ ଏହି କଥା କହିବାରୁ ସମସ୍ତେ ମୋତେ ଦାୟୀ କରୁଛନ୍ତି। ଥରେ ଆପଣ ମାନେ ଭାବନ୍ତୁ ଏଥିରେ ମୋର ଭୁଲ କେଉଁ ଠାରେ ରହିଲା।
Special report
ଗୋଟିଏ ଭାଷା କୁ ଆଗକୁ ନେବା କଣ ମୋର ଭୁଲ ଥିଲା।ମୁଁ ଅନେକ ଓଡ଼ିଆ ସିନେମା ରେ ଅଭିନୟ କରିଛି।ହେଲେ ମୋତେ ତା କାହିଁ ସମ୍ବଲପୁର ବାସି ଏ ନେଇ ବିରୋଧ କରି ନାହାନ୍ତି।ତେବେ କଣ ପାଇଁ ମୋ ପଶ୍ଚିମ ଓଡ଼ିଶା ର ଫିଲ୍ମ କୁ ନେଇ ଏତେ ବିବାଦ ଦେଖା ଦେଲା।
ଆମ ଭଳି ସେମାନଙ୍କ ର ମଧ୍ୟ ବଞ୍ଚିବାର ଅଧିକାର ରହିଛି।ଆପଣ ମାନେ ଥରେ ତାଙ୍କ କଥା କୁ ଭାବନ୍ତୁ।ସମ୍ବଲପୁରୀ ଭାଷା ରେ ଗୋଟିଏ ସାହିତ୍ୟ ଏକାଡେମୀ ତିଆରି ହେଲେ ଭଲ ହୁଅନ୍ତା।ସେମାନେ ଏତେ ଆଉ ଅସୁବିଧା ର ସମ୍ମୁଖୀନ ହୁଅନ୍ତେ ନାହିଁ।
ଆମେ ଆଜି ଯାଏଁ ଲଢି ଆସିଛୁ।ନିଶ୍ଚୟ ରୂପେ ଆମ ଭାଷା ର ଉନ୍ନତି ହେବ।ଆମେ ସମସ୍ତେ ଏକାଠି ରହିଛୁ।କିଛି ଲୋକ ମୋତେ ଘୃଣା କରୁଛନ୍ତି।ହେଲେ ଏପରି କାହିଁକି କରୁଛନ୍ତି।
ମୋର ଏଥିରେ ଭୁଲ କଣ ରହିଛି।ନିଜ ଭାଷା ର ଉନ୍ନତି କରିବା କଣ ଭୁଲ ହୋଇ ଥାଏ।ଏଭଳି କହି ନିଜ ମନ୍ତବ୍ୟ ରଖିଛନ୍ତି ଅଭିନେତା ମନୋଜ ମିଶ୍ର।ଯାହାକୁ ନେଇ ପୁଣି ଥରେ ବିବାଦ ଲାଗି ରହିଛି।