Movie prime

ସାମ୍ନା କୁ ଆସିଗଲା ବାବା ରାମଦେବ ଙ୍କ ପତଞ୍ଜଳି ର ରହସ୍ୟ।ଉପରେ ଉପରେ କମ୍ପାନୀ ଆଉ ଭିତରେ ଭିତରେ ଚାଲିଥିଲା ....

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ଷ ବର୍ଷ ଧରି ଯୋଗ ଗୁରୁ ବାବା ରାମଦେବ ଙ୍କ ସହ ପତାଞ୍ଜଳି କମ୍ପାନୀ ସହ କେନ୍ଦ୍ର ସରକାର ଙ୍କ ଚାଲିଥିବା ଗୁପ୍ତ ଅଥଚ ଭୟଙ୍କର ପିରତି ର ପର୍ଦ୍ଦା ଫାର୍ସ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ।
Special report
ଔଷଧୀୟ ବିଜ୍ଞାପନ ଜରିଆରେ ଶହେ କୋଟି ରୁ ଅଧିକ ଭାରତୀୟ ମାନଙ୍କୁ ଭୁଆଁ ବୁଲେଇ ଚାଲିଥିବା ପତାଞ୍ଜଳୀ କମ୍ପାନୀ ପ୍ରତି କେନ୍ଦ୍ର ସରକାର ଙ୍କ ଅହେତୁକ ଦରଦ କୁ କଡ଼ା ଭାଷାରେ ଭର୍ତ୍ସନା କରି ସୁପ୍ରିମ କୋର୍ଟ ଟିପ୍ପଣୀ ଦେଇଛନ୍ତି।
ଆଉ ଏହା ସବୁଠାରୁ ଉଦବେଗ ର କଥା ବୋଲି କୁହା ଯାଇଛି। ବିଶ୍ଵ ଦରବାର ରେ ପ୍ରସିଦ୍ଧି ଲାଭ କରିଥିବା ଯୋଗଗୁରୁ ରାମଦେବ ବର୍ତ୍ତମାନ୍ ସମୟରେ ଆଇନ୍ କୁ ଫାଙ୍କି ଚାଲିଛନ୍ତି। କୋଭିଡ଼ ଭଳି ଆତଙ୍କ ସୃଷ୍ଟି କରିଥିବା
ମହାମାରୀ ସମ୍ପର୍କରେ ଡାକ୍ତରୀ ବିଜ୍ଞାନ ସମର୍ଥିତ ଅଭିଯାନ କୁ ବିରୋଧ କରି ପତଞ୍ଜଳି କରିଥିବା ପ୍ରଚାର କୁ କାହିଁକି ଅପରାଧ ହୋଲି ଏଯାଏଁ ବିବେଚନା କରାଯାଇ ନାହିଁ ଏବଂ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ବିରୁଦ୍ଧରେ କାହିଁକି କେନ୍ଦ୍ର ସରକାର ପାଟି ଚୁପ୍ କରିଛନ୍ତି,
Special report
ଏହାକୁ ନେଇ ମଧ୍ୟ ସୁପ୍ରିମ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ବାରମ୍ବାର ପତଞ୍ଜଳି ର ଦୋଷ କୁ ଲୁଚାଇ ଆସିଛନ୍ତି। ଆଉ ଏହି ପତଞ୍ଜଳି ଏବଂ କେନ୍ଦ୍ର ସରକାର ଙ୍କ ମଧ୍ୟରେ ଚାଲିଥିବା ପିରତି ଏବେ ସମସ୍ତଙ୍କ ସାମ୍ନା ରେ ଧରା ପଡି ଯାଇଛି।
ସୁପ୍ରିମ କୋର୍ଟ ରାମଦେବ ବାବା ଙ୍କ କମ୍ପାନୀ ପତଞ୍ଜଳି ର ସେହି ବିଜ୍ଞାପନ ଉପରେ ରୋକ୍ ଲଗାଇ ଛନ୍ତି ଯାହା ଦାବୀ କରୁଛି କି ଡ୍ରଗ ଏବଂ ମ୍ୟାଜିକ ରୀମେଡି ୯୪ ଆକ୍ଟ ଅନୁସାରେ ବଡ଼ ବଡ଼ ରୋଗର ଉପଚାର କରୁଛି।
ସୁପ୍ରିମ କୋର୍ଟ ବାବା ରାମଦେବ ଓ ବାଳକୃଷ୍ଣ ଆଚାର୍ଯ୍ୟ ଙ୍କ ବିରୁଦ୍ଧରେ ଅବମାନନା ନୋଟିସ ଜାରୀ କରିଛନ୍ତି। ଖାଲି ସେତିକି ନୁହେଁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ନୋଟିସ ଜାରୀ କରି ପଚାରିଛନ୍ତି କି
ତାଙ୍କ ବିରୁଦ୍ଧରେ କେଉଁ ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆ ଯିବ। ଏଥି ପାଇଁ ୧ ବର୍ଷରୁ ଅଧିକ ଜେଲ ଦଣ୍ଡ ମିଳି ପାରେ ଆପଣଙ୍କୁ କଣ ଲାଗୁଛି ବାବା ରାମଦେବ ଙ୍କ ବିରୁଦ୍ଧରେ କେନ୍ଦ୍ର ସରକାର କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି?

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.