ସାମ୍ନାକୁ ଆସିଲା ଯୌ-ତୁକ ନିର୍ଯାତନାର ଏମିତି ଚିତ୍ର ଯାହାକୁ ଆପଣ ଆଖିରେ ଦେଖିଲେ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ
Aug 21, 2023, 18:43 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବୋହୂକୁ ନି-ର୍ଯା-ତ-ନା ଦେବା ଅଭିଯୋଗ ଆସିଛି ଜଗତସିଂହପୁର ଏସ୍ଭିଏମ୍ କଲେଜର ଇତିହାସ ବିଭାଗର ଅଧ୍ୟାପିକା ସୁପ୍ରଭା ଜେନାଙ୍କ ନାଁରେ। ବୋହୂ ରଶ୍ମିତା ଜେନା ରୁଟି ପୋଡ଼ି ଦେବାରୁ ସୁପ୍ରଭା ତାଙ୍କୁ ତତଲା ତାୱାରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।

ଏମିତିକି ତାଙ୍କୁ ଚିମୁଟାରେ ବି ଆକ୍ରମଣ କରିଛନ୍ତି । ଏହାସହ ବଳପୂର୍ବକ ହେମଦସ୍ତା ବେକରେ ପକାଇ ତାଙ୍କୁ ସ୍ବାମୀ ଏବଂ ଶାଶୂ ମାରିବାକୁ ଉଦ୍ୟମ କରିଥିବା କହିଛନ୍ତି ରଶ୍ମିତା । ଜଗତସିଂହପୁର ଟାଉନ୍ ଉଗ୍ରତାରା କଲୋନୀର ଶାଶୂଘରେ ରଶ୍ମିତାଙ୍କୁ ଏଭଳି ନି-ର୍ଯା-ତ-ନା ଦିଆଯାଇଥିଲା।
ସୂଚନା ଅନୁଯାୟୀ, ଭୁବନ ଥାନା ଲତାବିଲ ଅଞ୍ଚଳର ବିଜେପି ପୂର୍ବତନ ନଗର ସଭାପତି ଭାଗୀରଥି ବେହେରାଙ୍କ ଏକମାତ୍ର ଝିଅ ରଶ୍ମିତା ୨୦୨୨ ମେ ମାସ ୧୭ ତାରିଖରେ ଜଗତସିଂହପୁରର ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସୁପ୍ରଭା ଜେନାଙ୍କ ପୁଅ ଖାରବେଳ ଦିଗ୍ବିଜୟ ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।

ବିବାହ ସମୟରେ ଶ୍ରୀ ବେହେରା ତାଙ୍କ ସାଧ୍ୟ ମୁତାବକ ଘରକରଣା ସାମଗ୍ରୀ ସହିତ ପାଞ୍ଚ ଭରି ସୁନା ଉପହାର ଭାବରେ ପ୍ରଦାନ କରିଥିଲେ। ତେବେ ବିବାହର ୨ ମାସ ପରେ ରଶ୍ମିତାଙ୍କୁ ସ୍ବାମୀ ଖାରବେଳ ନି-ର୍ଯା-ତ-ନା ଦେବା ଆରମ୍ଭ କରିଥିଲେ।
ଏପରିକି ଶାଶୂ ମଧ୍ୟ ତାଙ୍କୁ ମାରପିଟ୍ କରନ୍ତି ବୋଲି ଶ୍ରୀ ବେହେରା ଅଭିଯୋଗରେ ଦର୍ଶାଇଛନ୍ତି। ଦିନେ ରୁଟି ସେକିବା ବେଳେ ପୋଡ଼ିଯିବାରୁ ଶାଶୂ ତାୱାରେ ଚେଙ୍କ ଦେଇଥିଲେ। ଏହା ସହିତ ଚିମୁଟାରେ ଜଙ୍ଘକୁ ଚିମୁଟି ପକାଇଥିଲେ।

ହେମଦସ୍ତା ପୁଆରେ ବେକକୁ ଚପାଇ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗରେ ଦିଆ ଲଯାଇଛି। ରଶ୍ମିତାଙ୍କ ବାପା, ମା, ଭାଇ ଓ ଭାଉଜ ପୁନେରେ ରହୁଥିବା ବେଳେ ଖବରପାଇ ଝିଅକୁ ଘରକୁ ଆଣି ଚିକିତ୍ସା କରାଇଥିଲେ।
ଏହା ସହିତ ଝଅକୁ ଶାଶୂ ଏବଂ ସ୍ବାମୀ ନି-ର୍ଯା-ତ-ନା ଦେଉଥିବା ସଂପର୍କରେ ଭୁବନ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଧିକାରୀଙ୍କ ନିର୍ଦ୍ଦେଶରେ ଏସ୍ଆଇ ବିଜନ ସେଠୀଙ୍କ ନେତୃତ୍ୱରେ ଭୁବନ ପୁଲିସ ଜଗତସିଂହପୁର ଉଗ୍ରତାର କଲୋନିରୁ
ଶାଶୂ ସୁପ୍ରଭା ଏବଂ ସ୍ବାମୀ ଖାରବେଳଙ୍କୁ ଗିରଫ କରିଥିଲେ। ଭୁବନ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କାମାକ୍ଷାନଗର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।