Movie prime

ସାମ୍ନାକୁ ଆସିଲେ ବିଜୟିନୀଙ୍କ ମା ଦେଖନ୍ତୁ କଣ କହିଲେ ମୁଁ ଝିଅ ଚାହୁଁ ନଥିଲି ବୋଲି ......

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲରୁ ଗୁରୁତର ଅବସ୍ଥାରେ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିଲା।
Special Report
ତେବେ ଶିଶୁକନ୍ୟାକୁ ତୁରନ୍ତ ବୁର୍ଲା ହସ୍ପିଟାଲକୁ ପଠାଯାଇଥିଲା। ତେବେ ବନ୍ଧୁଗଣ ଫିଙ୍ଗିଯାଇଥିବା ମାର ପରିଚୟ ମିଳିଛି। ଏନେଇ ସମ୍ବଲପୁର ଏସ୍ପି ଏହି ସୂଚନା ଦେଇଛନ୍ତି।
ବନ୍ଧୁଗଣ ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର। ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ। ମାନସିକ ଅବସ୍ଥା ଭଲ ନଥିବାରୁ ପୁଲିସ୍ ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି।
Special Report
ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ପୂରା ସୁସ୍ଥ ହେଲା ପରେ ପୁଲିସ୍ ତାଙ୍କୁ ପଚରାଉଚରା କରିବ। ତେବେ ଶିଶୁକନ୍ୟାକୁ ସେ ବୋରୱେଲ୍‌ରେ ଫିଙ୍ଗି ଥିବା ପୁଲିସ୍ ଆଗରେ ସ୍ୱୀକାର କରିଥିବା ଏସ୍‌ପି କହିଛନ୍ତି। 
ଶିଶୁକନ୍ୟାଟି ଜନ୍ମ ହେବାର ପ୍ରାୟ ୫/୬ ଘଣ୍ଟା ପରେ ସେ ତାକୁ ବୋରୱେଲ୍‌ରେ ଫିଙ୍ଗି ଦେଇଥିଲେ। ସେ ଏହାଠୁ ଅଧିକ କିଛି କହି ନାହାନ୍ତି। ସେ କେବଳ କାନ୍ଦୁଥିଲେ। ତାଙ୍କ ମାନସିକ ସ୍ଥିତି ଖରାପ ଥିବା ଦେଖି ତାଙ୍କୁ ପୁଲିସ୍ ପ୍ରଥମେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।
Special Report
ପୁଲିସ୍ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ମହିଳା ଜଣଙ୍କ ବିବାହିତା। ଏହି ଶିଶୁକନ୍ୟା ତାଙ୍କର ଦ୍ୱିତୀୟ ସନ୍ତାନ। ସେହିପରି ଶିଶୁକନ୍ୟାଟିକୁ ବୋରୱେଲ୍‌ରେ ଫିଙ୍ଗିବା ପୂର୍ବରୁ ତାଙ୍କର ମାନସିକ ସ୍ଥିତ ଭଲ ନଥିଲା।  
ତାପରେ ତାଙ୍କ ମାନସିକ ସ୍ଥିତି ଖରାପ ହୋଇଥିଲା, ସେ ନେଇ ତଦନ୍ତ କରାଯାଇ ନାହିଁ ବୋଲି ଏସ୍‌ପି କହିଛନ୍ତି। ମହିଳା ଜଣଙ୍କ ସୁସ୍ଥ ହୋଇ ଫେରିଲା ପରେ ଏସବୁ ଦିଗରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
ତେବେ ବନ୍ଧୁଗଣ ସୋମବାର ଶିଶୁକନ୍ୟାର ଏକୋଇଶିଆ ବୁର୍ଲା ହସ୍ପିଟାଲରେ କରାଯାଇ ତାର ନାମକରଣ ମଧ୍ୟ କରାଯାଇଥିଲା। ଶିଶୁକନ୍ୟା ମୃତ୍ୟୁ ସହ ଲଢି ବିଜୟ ପାଇଥିବାରୁ ତା ନା ବିଜୟିନୀ ରଖିଛନ୍ତି ହସ୍ପିଟାଲ କତ୍ତୃପକ୍ଷ।