Movie prime

କଣ କହିବି ଆଜ୍ଞା : ତା ପାଇଁ ପୁଅ ରୁ ଝିଅ ହେଲି।ମତେ ସେ ସମ୍ପର୍କ ରଖି ଧୋକା ଦେଇ ଛାଡିଦେଲା..

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ମହିଳା ମାନଙ୍କ ସହିତ କିଭଳି ଘଟଣା ମାନ ଘଟୁଛି।ପ୍ରଥମେ ପ୍ରେମ ଏହା ପରେ ଧୋକା।ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଠାରେ।
Special report
ସେଠାରେ ନିଜ ପ୍ରେମ ପାଇଁ ଜଣେ ବ୍ୟକ୍ତି ପୁଅ ରୁ ଝିଅ ହୋଇ ଥିଲେ।ବିବାହ କରିବା ପାଇଁ ସ୍ବପ୍ନ ଦେଖିଥିଲେ।ହେଲେ ଝିଅ ହୋଇ ସାରିବା ପରେ ତାଙ୍କର ସବୁ ସ୍ବପ୍ନ ଯେପରି ଭାଙ୍ଗି ଯାଇଛି।ଆମେ ଆଜି ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ପ୍ରେମ କାହାଣୀ ବିଷୟ ରେ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ସୂଚନା ଅନୁସାରେ ସେଠାରେ ଦିପ ନାମକ ଜଣେ ମହିଳା ସୋନୁ ଙ୍କୁ ଖୁବ୍ ଭଲ ପାଉ ଥିଲେ।ଦିନ ଦିନ ସୋନୁ ଙ୍କ ପ୍ରତି ଦିପ ଙ୍କ ଭଲ ପାଇବା ବଢିବାରେ ଲାଗି ଥିଲା। ଦିପ କେବଳ ଗୋଟିଏ ସ୍ବପ୍ନ ଦେଖି ଥିଲେ।କେବେ ସେ ସୋନୁ ଙ୍କୁ ବିବାହ କରିବେ।
ହେଲେ ଅଳ୍ପ ଦିନ ମଧ୍ୟରେ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଯାଇ ଥିଲା।ସୋନୁ ତାଙ୍କ ଠାରୁ ଧୀରେ ଧିରେ ଅଲଗା ହେବାକୁ ଆରମ୍ଭ କରି ଥିଲେ। ଦିପ ଛୋଟ ଜାତି ର ହୋଇ ଥିବାରୁ ସୋନୁ ତାଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ବୋଲି କହି ଥିଲେ।ଯାହାକୁ ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।
Special report
ଦିପ ପୂର୍ବ ରୁ ପୁଅ ଥିଲେ।ସେ ସୋନୁ ଙ୍କ ସହିତ ସୋସିଆଲ ମିଡିଆରେ କଥା ହେଉ ଥିଲେ।ଧୀରେ ଧୀରେ ସେମାନଙ୍କ ପ୍ରେମ ବଢ଼ିବାକୁ ଲାଗିଲା।ସୋନୁ ତାଙ୍କୁ କହି ଥିଲେ କି ତୁ ପିଲା ଜନ୍ମ କରି ପାରିବୁ ନାହିଁ।ତୁ ଝିଅ ହୋଇ ଯା।
ଏହା ପରେ ମୁଁ ତୋତେ ବିବାହ କରିବି।ଏଥିରେ ଦିପ ରାଜି ହୋଇ ଯାଇଥିଲା।ସେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁଅ ରୁ ଝିଅ ହୋଇ ଯାଇ ଥିଲା।ଏଥିପାଇଁ ସୋନୁ ମଧ୍ୟ କିଛି ଟଙ୍କା ଦିପ କୁ ଦେଇ ଥିଲା।ଏହା ପରେ ଉଭୟ ଙ୍କ ପ୍ରେମ କିଛି ଦିନ ପାଇଁ ଚାଲି ଥିଲା।
ପରେ ସୋନୁ ଜାତି କୁ ଦିପ ଙ୍କ ସହିତ ଝଗଡ଼ା ଆରମ୍ଭ କରି ଥିଲା।ସେ ତାଙ୍କୁ ଛାଡି ଦେଇ ଚାଲି ଗଲା।ଏହା ପରେ ଦିପ ଏ ନେଇ ଥାନା ରେ ଅଭିଯୋଗ କରି ଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ଦିପ ଙ୍କୁ ନ୍ୟାୟ ମିଳିବ ବୋଲି ପୋଲିସ ଅଧିକାରୀ ମାନେ ସୂଚନା ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.