Movie prime

ନୀଳଚକ୍ର ଛୁଇଁବ ସମୁଦ୍ର ଜଳ ଦେଖନ୍ତୁ ଆରମ୍ଭ ହେବ ମହା ପ୍ରଳୟ ଏମିତି ମିଳିବ ସର୍ବନାଶ ଆଭାସ - Malika Bachana

 
Special Report
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ କଳିଯୁଗ ଶେଷ ହେବ ଏହି କଥାର ଭୟ ସମସ୍ତଙ୍କ ମନରେ ରହିଛି। ତେବେ ସେହି ସମୟ ଧୀରେ ଧୀରେ ପାଖେଇ ଆସିଲାଣି ବୋଲି ଅନୁମାନ କରାଯାଉଛି।
Special Report
କାରଣ ଘଟୁଥିବା ଘଟଣା ଏହି ସମୟ ଖୁବ ଶୀଘ୍ର ଆସିବାର ସୂଚନା ଦେଉଅଛି। ମହାପୁରୁଷ ଅଚ୍ୟୁତ ନନ୍ଦ ୫୦୦ ବର୍ଷ ପୂର୍ବରୁ ଏହି କଥାର ଉଲ୍ଲେଖ କରିଛନ୍ତି ମାଲିକାରେ କି କଳିଯୁଗ ଶେଷ ହେବାର ଅନେକ ସଙ୍କେତ ରହିଛି। 
ପୌରାଣିକ ଗ୍ରନ୍ଥରେ ୪ଟି ଯୁଗ ମଧ୍ୟରୁ ସବୁଠୁ ଖରାପ ବା ଶାର୍ପିତ ଯୁଗ କଳିଯୁଗକୁ ହିଁ ମନାଯାଏ। ଯାହା ବର୍ତ୍ତମାନ ଚାଲିଛି। ଆଉ ଆପଣ ନିଜେ ଦେଖୁଥିବେ ପ୍ରତିଦିନ ଏବେ କେଉଁଭଳି ଭୟଙ୍କର ଘଟଣା ସବୁ ସାମ୍ନାକୁ ଆସୁଛି।
Special Report
କଳିଯୁଗରେ କେଉଁ ଭଳି ଘଟଣା ଘଟିବ ସେସବୁ ସମ୍ପର୍କରେ ଆମ ଗ୍ରନ୍ଥରେ ମଧ୍ୟ ଲେଖାଯାଇଛି। ବନ୍ଧୁଗଣ ସନାତନ ଧର୍ମରେ ସତ୍ୟଯୁଗ ହେଉଛି ପ୍ରଥମ । ଏହାକୁ ସତ୍ୟର ଯୁଗ ବୋଲି କୁହାଯାଏ। ପୁରାଣରେ କଳିଯୁଗର ଅବଧି ୪ଲକ୍ଷ ୩୨ ହଜାର ବର୍ଷ କୁହାଯାଇଛି। 
ତେବେ ବନ୍ଧୁଗଣ ମହାପୁରୁଷ ମାଳିକାରେ ଲେଖିଛନ୍ତି ଯେ, ଓଡ଼ିଶା ମାଟିରେ ଦୁର୍ଭିକ୍ଷ ପଡ଼ିବ। ଆଉ ଲକ୍ଷ୍ମୀ ନାରାୟଣ ଅନ୍ତର୍ଦ୍ଧାନ ହେବେ ଏବଂ ବହୁତ୍ ପାପ ଓଡ଼ିଶାରେ ବୁଡି ରହିବ। ଶସ୍ୟ ହାନି ହେବା ସହିତ ଚାଷୀ ଚିନ୍ତାରେ ରହିବ।
Special Report
ଆଉ ଆଗକୁ ଓଡ଼ିଶାରେ ଅଗ୍ନି ବୃଷ୍ଟି ହେବ। ପୁଣି ଥରେ ରାଜାଙ୍କ ଶାସନ ହେବ। ଏବଂ ମୋଗଲ ସାମ୍ରାଜ୍ୟର ଆକ୍ରମଣ ହେବ। ପାଣିରେ ବୁଡ଼ିବ ପୁରା ଶ୍ରୀମନ୍ଦିର ଆଉ ନୀଳଚକ୍ର ଉଚ୍ଚା ଉଠିବ ସମୁଦ୍ର। 
ଆଉ ସେହିସମୟରେ ମହାପ୍ରଭୁ ଛତିଆ ଚାଲିଯିବେ। ଏବଂ ଛତୁଆ ଶ୍ରୀକ୍ଷେତ୍ର ପାଲଟି ଯିବ। କଳିଯୁଗରେ ଋଷିଆ ଶରଣ ପଶିିବ ମହାପ୍ରଭୁ ନିକଟରେ। ଆଉ ପର୍ବତ ଶିଖରେ ଫୁଟିବ କଇଁ।
ଏହି ସମସ୍ତ ଘଟଣା ଘଟିବା ସମ୍ପର୍କରେ ମହାପୁରୁଷ ଅଚ୍ୟୁତ ନନ୍ଦ ମାଲିକାରେ ବର୍ଣନା କରିଯାଇଛନ୍ତି। ଯାହା ଏବେ ବେଳକୁ ବେଳ ସତ ହେବାରେ ଲାଗିଛି। ତେଣୁ ସମୟ ଅନୁଯାୟୀ ଏହି ସମସ୍ତ ସଙ୍କେତ ମଧ୍ୟ ସତ ହେବ।