Movie prime

ସଙ୍କଟ ରେ ମୋଦୀଙ୍କ ଜୀବନ ! ଦେଖନ୍ତୁ ସାମ୍ନାକୁ ଆସିଲା ଏହି Visual

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକର ମହୀଶୂରରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ। ଏହି ରାଲିରେ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା।
କାରଣ ପ୍ରଧାନମନ୍ତ୍ରୀ ରାଲିରେ ବ୍ୟସ୍ତ ଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ସାଧାରଣ ଲୋକ ଓ ବିଜେପି କର୍ମୀ ଉପସ୍ଥିତ ରହିଥିଲେ। ଲୋକେ ବିଜେପି ପତାକା ଧରିଥିବା ବେଳେ ଫୁଲ ଫିଙ୍ଗୁ ଥିଲେ। 
ଏହି ସମୟରେ ଜଣେ ମହିଳା ଫୁଲ ସହିତ ମୋଦୀଙ୍କ ଉପରକୁ ଫୋନ ପିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଉକ୍ତ ଫୋନଟି ଗାଡ଼ିର ବୋନଟରେ ବାଜି ତଳେ ପଡ଼ିଯାଇଥିଲା।
ଏହି ଘଟଣା ଦେଖି ମୋଦୀ ମଧ୍ୟ କ’ଣ ଗୋଟେ ପଡ଼ିଲା ବୋଲି ତାଙ୍କ ଅଧିକାରୀଙ୍କୁ ଇଙ୍ଗିତ କରିଥିଲେ। ତେବେ ମୋବାଇଲ ଫୋନ ଗାଡି ଉପରେ ପଡିବା ଦେଖି ମୋଦୀଙ୍କ ସୁରକ୍ଷାରେ ନିୟୋଜିତ ଏସପିଜି ଯବାନମାନେ ତୁରନ୍ତ ମୋବାଇଲ ଫୋନକୁ ଗାଡ଼ିରୁ ଦୂରକୁ ଫିଙ୍ଗିଦେଇଥିଲେ।
ତେବେ ମୋବାଇଲ ଫୋନ ଜାଣିଶୁଣି ଫିଙ୍ଗାଯାଇଥିଲା ନା ଫୁଲ ପକାଇବାବେଳେ ଏହା ପଡିଯାଇଥିଲା ପୁଲିସ ତାହାର ଯାଞ୍ଚ କରିଥିଲା। ଏହି ଘଟଣାରେ ପୁଲିସ ଉକ୍ତ ମହିଳାଙ୍କୁ ସଙ୍ଗେସଙ୍ଗେ କାବୁ କରି ନେଇଥିଲେ।
ଆଉ ମହିଳାଙ୍କୁ ଏପରି କାହିଁକି କଲ ବୋଲି ପଚାରିବାରୁ ସେ କହିଥିଲେ, ‘ମୁଁ ଜଣେ ବିଜେପି କର୍ମୀ। ମୋବାଇଲ ଫିଙ୍ଗିବା ପଛରେ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। 
ଅଧିକ ଉତ୍ସାହିତ ହୋଇ ଫୁଲ ସହିତ ଭୁଲରେ ମୋବାଇଲ ଫୋନ୍‌ଟିକୁ ମୋଦୀଙ୍କ ଆଡକୁ ଫିଙ୍ଗି ଦେଇଥିଲି।’ ପଚରାଉଚରା ପରେ ଉକ୍ତ ମହିଳାଙ୍କୁ ତାଙ୍କ ମୋବାଇଲ ଫେରାଇ ଦିଆଯାଇଥିଲା।
ତଥାପି ଉକ୍ତ ମହିଳାଙ୍କୁ ସମନ ଜାରି କରାଯାଇଛି। ସେ ଥାନାରେ ପହଞ୍ଚିବା ପରେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଏଡିଜିପି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.