Movie prime

ସାପ ଦେଖିବାକୁ Uk ରୁ ଭଦ୍ରକ ଦେଖନ୍ତୁ ସାପ ପ୍ରେମରେ ବିଦେଶୀ ଦମ୍ପତି ଦେଖନ୍ତୁ ଏହି VIRAL VIDEO

 
Special Report
ନମସ୍କାର ପାଠକ ବନ୍ଧୁ।ଆମର ଦନନ୍ଦିନ ସାଧାରଣ ଜୀବନରେ ଆମେ ସବୁବେଳେ କିଛି ମଜା ଏବଂ ଆକର୍ଷଣୀୟ କାର୍ଯ୍ୟ କରିବା ପାଇଁ କିଛି ସମୟ ବାହାର କରି ଏହାକୁ ଉପଭୋଗ କରୁ |
ସେହିଭଳି ଭାବେ ଏକ ୟୁକ୍ ସ୍ଥିତ ଦମ୍ପତି ଙ୍କ ହବି କିମ୍ବା ଆଗ୍ରହ ସମ୍ପର୍କ ରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ। ତାଙ୍କର ଏହି ଆଗ୍ରହର କୌଣସି ସୀମା ନାହିଁ। ନିଜ ଏହି ଆଗ୍ରହ ର ଭରପୁର ମଜା ନେବା ପାଇଁ ୟୁକ୍ ସ୍ଥିତ ଦମ୍ପତି,ଆସିପହଞ୍ଚି ଯାଇଛନ୍ତି ଓଡ଼ିଶା ଠାରେ।
ଓଡିଶା ରେ ଆସି ଭେଟିଲେଥିଲେ, ଓଡ଼ିଶା ଚର୍ଚ୍ଚିତ ସାପ ଧରାଳି ଙ୍କୁ ଭଦ୍ରକ ଜିଲ୍ଲାରେ । କଣ ରହିଛି ଏହି ଘଟଣା ରେ, ଆସନ୍ତୁ ଟିକେ ନଜର ପକେଇବା।
ସ୍ବାମୀ ହେଉଛନ୍ତି କେମିକାଲ ଇଂଜିନିୟର ଏବଂ ସ୍ତ୍ରୀ ହେଉଛନ୍ତି ଏକ ଡାକ୍ତଖାନା ରେ ସେବିକା। YouTube ରେ ଦେଖିବାକୁ ପସନ୍ଦ କରନ୍ତି ସାପ ଧରିବାର ମନୋରଞ୍ଜକ କୌଶଳ ର ଦୃଶ୍ୟ। ଫୋନ୍ ର କୋଠରୀ ଭିଆରେ ନୁହେଁ ଦେଖିବାକୁ ଚାହୁଁଥିଲେ ବାସ୍ତବ ଜୀବନରେ |
ଏହି ଆଗ୍ରହ ତାଙ୍କୁ ଟାଣି ଆସିଥିଲା ଓଡିଶା ର ଭଦ୍ରକ ସହର ଏବଂ ଏଠାରେ ଆସି ଭେଟିଥିଲେ ଭଦ୍ରକ ରେ ଥିବା ସାପ ଧରାଳି ମିର୍ଜା ଆସିଫ ଙ୍କୁ।
ଭଦ୍ରକ ରେ ଗୁରୁବାର ଠାରୁ ଆସି ମିର୍ଜା ଙ୍କ ସହ ପରିବାର ଭଳି ରହି ପ୍ରାୟ ୫ଦିନ ଧରି ବିଭିନ୍ନ ସ୍ଥାନ ରେ କିପରି ସାପ ଧରାହେଉଛି ତାହା ଦେଖିଥିଲେ।
ବ୍ରିଟେନ ଦମ୍ପତି ଙ୍କ କହିବା ଅନୁସାରେ ସେ ଏଠାରେ ମିର୍ଜା ଏବଂ ତାଙ୍କ ଟିମ୍ କୁ ନିଜ ସାହାଯ୍ୟ ଓ ସମର୍ଥନ ଜଣାଇବା ପାଇଁ ଆସିଥିଲେ। ସେ ସର୍ବଦା ମିର୍ଜା ଙ୍କୁ YouTube ଭିଡିଓ ରେ ଦେଖିଥିଲେ,
ତେଣୁ ଚାହୁଁଥିଲେ ଅସଲ ସ୍ୱରୂପ ରେ ମିର୍ଜା ଙ୍କୁ। ନିଜ ଜିବନ କୁ କିପରି ବାଜି ଲଗାଇ ସାପ ଙ୍କୁ ଧରି ସୁରକ୍ଷା ର ସହ ଜଙ୍ଗଲ ରେ ଛାଡ଼ିଥାନ୍ତି ତାହା ବିଦେଶୀ ଦମ୍ପତି ଦେଖୀ ଅତ୍ୟନ୍ତ ଖୁସି ହୋଇଥିଲେ।
ମିର୍ଜା ଆସିଫ୍ ମଧ୍ୟ ଦମ୍ପତି ଙ୍କୁ ଭେଟି ଅନେକ ଉତ୍ସୁକ ହୋଇଥିଲେ। ତାଙ୍କ ଏହି କାର୍ଯ୍ୟ ଦୁନିଆ ର ଦୂର ଦୂର କର୍ଣ୍ଣ ରେ ପହଞ୍ଚିଥିବା ରୁ ସେ ଅନେକ ଗର୍ବ ଅନୁଭବ କରିଛନ୍ତି।
କେତେ ଗୁଡିଏ ସାପ ଙ୍କୁ ଧରି ସମାଜ ସେବା କରିବା ଉଦ୍ଦେଶ୍ୟରେ ଅନିୟମିତ ଭାବରେ କଷ୍ଟ କରିଥାନ୍ତି,ହେଲେ ତାଙ୍କର ଏହି କଠିନ ପରିଶ୍ରମ ର ଫଳ ତାଙ୍କୁ ସରକାର ଠାରୁ କେବେ ମିଳିନାହିଁ। ସେଥିପାଇଁ ସାହାଯ୍ୟ ର ହାତ ବଢ଼ାଇଥିଲେ ବିଦେଶୀ ଦମ୍ପତି।
ୟୁକେ ର ଦମ୍ପତି ଭଦ୍ରକ ସହର ଆସି ଅନେକ ପ୍ରଫୁଳିତ ହୋଇଛନ୍ତି। ଭାରତ ଅନେକ ଥର ଆସିବା ସହ, ଭାରତ ର ପ୍ରଶଂସା କରୁଛନ୍ତି। ଏଠାକାର ଲୋକ ଏବଂ ଖାଦ୍ୟ ତାଙ୍କୁ ସର୍ବଦା ଆକର୍ଷୀୟ ଲାଗିଥାଏ ବୋଲି କହିଛନ୍ତି ବିଦେଶୀ ଦମ୍ପତି।