Movie prime

ମୋର ସାପ କଣ କରିବ, ସେ ଆଉ ମୁଁ ସାଙ୍ଗ ହେଇଛୁ, ସାପ କୁ ନେଇ ଏମିତି କହିଲେ ମହିଳା ଜଣକ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଶୋଇବା ଘର ଭିତରେ ସାପ ମାନଙ୍କ ପାଇଁ ତିଆରି ହୋଇଛି ଘର। ଆଉ ଘର ଭିତରେ ତିଆରି ହୋଇଛି ବଡ ବଡ ହୁଙ୍କା। ଆପଣମାନେ ଏହି ଦୃଶ୍ୟ ଦେଖିଲେ ଭୟ କରିବେ ନିଶ୍ଚୟ ଆଉ କହିବେ ସାପ ମାନଙ୍କ ସହ କେମିତି ମଣିଷ ରହୁଛନ୍ତି ?
ଖାଲି ଏମାନେ ରହୁଛନ୍ତି ତାହା ନୁହେଁ ବରଂ ସାପଙ୍କ କ୍ଷୀର ରଖୁଛନ୍ତି ଆଉ ପୂଜା ମଧ୍ୟ କରୁଛନ୍ତି। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲାରେ। ଯେଉଁଠି ସାପ ପାଇଁ ମଣିଷ ନିଜ ଶୋଇବା ଘରେ ତିଆରି କରିଛି ଘର। 
ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି। କିନ୍ତୁ ମାଲକାନାଗିରି ଜିଲ୍ଲାର ନୀଳିମାଳି ଗାଁରେ ଏହା ଏକ ଏମିତି ପରିବାର ଯେଉଁ ମାନେ ନିଜର ବାସ ଗୃହର ଅଧା ଘର ସାପ ପାଇଁ ଛାଡି ଦେଇଛନ୍ତି। ଆଉ ସାପ ମାନଙ୍କ ସହ ଘରେ ବି ରହୁଛନ୍ତି।
Special report
ସେହି ପରିବାର ଲୋକଙ୍କ କହିବା ଅନୁଯାୟୀ କିଛି ବର୍ଷ ତଳେ ଘର ଭିତରେ ଗୋଟେ ଉଈ ହୁଙ୍କା ହେବା ପରେ ସାପ ମାନେ ଯିବା ଆସିବା ଆରମ୍ଭ କରିଥିଲେ। ଆଉ ଏସବୁ ଦେଖିବା ପରେ ସାପ ମାନଙ୍କ ପାଇଁ ଶୋଇବା ଘରେ ତିଆରି କରିଥିଲେ ହୁଙ୍କା । 
ଖାଲି ଘର ତିଆରି କରିଥିଲେ ତାହା ନୁହେଁ ବରଂ ପ୍ରତେକ ଦିନ ଘରେ ରହୁଥିବା ନାଗ ନାଗୁଣୀଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି ପରିବାର ଲୋକେ। ନିଜ ଘରର ସବୁତକ ଭାଗ ସାପ ମାନଙ୍କ ପାଇଁ ହୁଙ୍କା କରି ଗୋଟିଏ ବଖରା ରେ ୪ ପ୍ରାଣୀ କୁଟୁମ୍ବ ରହୁଛନ୍ତି।
ସାପ ମାନଙ୍କ ସହ ବାପା ମା ଡରି ଡରି ଶୋଉଥିବା ବେଳେ ପିଲା ମାନେ କିନ୍ତୁ ଅନ୍ୟ ଘରେ ଆଶ୍ରୟ ନେଇଥାନ୍ତି। ଦିନକୁ ଦିନ ସାପ ହୁଙ୍କା ବାଢୁଥିବା ବେଳେ ସାପ ମାନଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। 
ସବୁଠାରୁ ଜରୁରୀ କଥା ହେଲା ଏହି ଘରର ଲୋକେ ପ୍ରତିଦିନ ସକାଳୁ ଉଠି ଉଈ ହୁଙ୍କାର ପୂଜା କରିବା ସହ ଖାଦ୍ୟ ଭୋଗ ଆକାରରେ ଦେଉଛନ୍ତି। ତେବେ ଯେଉଁଠି ବିଷାକ୍ତ ସାପକୁ ଦେଖିଲେ ଲୋକେ ଭୟ କରନ୍ତି,
ଆଉ ତାଙ୍କୁ ମାରି ଦେଇଥାନ୍ତି ସେଠାରେ ବ୍ୟକ୍ତି ଜଣକ ସାପ ମାନଙ୍କୁ ପାଳିବା ସହ ତାଙ୍କର ଯତ୍ନ ମଧ୍ୟ ନେଉଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ବିପଦ ହୋଇଥିବା ବେଳେ ସେ ଏହା ଭଗବାନଙ୍କ ସେବା ଭାବି କରୁଛନ୍ତି ବୋଲି କହିଥିଲେ। ତେବେ ବନ୍ଧୁଗଣ ଯାହାକୁ ନେଇ ଏବେ ସାରା ଅଂଚଳରେ ଚର୍ଚ୍ଚା ବଢିଛି।