Movie prime

ସାପୁଆ କେଳା ଲଗେଇ ବହୁତ୍ ଚାଲାଖ ରେ ନିଜ ସ୍ତ୍ରୀ ଆଉ ପିଲା କୁ ମାରିଥିଲା ସ୍ଵାମୀ, ହେଲେ ପୋଲିସ ଆଗରେ ମାନିଲା ସତ..

 
Special Report
ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ସ୍ତ୍ରୀ ଙ୍କ କଳହ ଯୋଗୁଁ ସୃଷ୍ଟି ହୋଇଛି ଏକ ଦୁଃଖଦ ଘଟଣା।ନିଜ ସ୍ତ୍ରୀ ଓ ପିଲା କୁ ମାରିବା ପାଇଁ ସ୍ଵାମୀ କରିଥିଲା ଏକ ଯୋଜନା।ସାପ ଆଣି ନିଜ ପିଲା ଓ ସ୍ତ୍ରୀ ଶୋଇ ଥିବା ଘରେ ଛାଡ଼ି ଦେଇଥିଲା।
ବିଷଧର ସାପ ର ବିଶ ଯୋଗୁଁ ଦୁଇ ଦୁଇ ଜଣ ଙ୍କ ଜୀବନ ଚାଲି ଯାଇଚି ବୋଲି ଶୁଣା ଯାଉଛି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅଞ୍ଚଳ ରେ।ଏଠାରେ ଜଣେ ମହିଳା ଓ ତାଙ୍କ ପିଲା ଙ୍କ ମୃ-ତ ଦେହ ଗତ କିଛି ଦିନ ତଳେ ଉଦ୍ଧାର କରା ଯାଇଥିଲା।
Special report
ସୂଚନା ଅନୁସାରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ପ୍ରବଳ କଳହ ଲାଗୁଥିଲା।ଉଭୟ ଙ୍କ ର ଏକ ଛୋଟ ଝିଅ ଟି ମଧ୍ୟ ଥିଲା।କଳହ ଦିନ କୁ ଦିନ ବଢିବା ପରେ ସ୍ଵାମୀ କରିଥିଲା ଏକ ବଡ ଯୋଜନା।ସାପୁଆ କେଳା ପାଖରୁ ଏକ ବିଷଧର ସାପ ନେଇ କି ଆସି ଥିଲା।
ଏହା ପରେ ନିଜ ଝିଅ ଓ ସ୍ତ୍ରୀ ଶୋଇ ଥିବା ଘର ଭିତରେ ସେହି ସାପ କୁ ଛାଡି ଦେଇଥିଲା।ସାପ ଟି ସେହି ଦିନ ରାତିରେ ଉଭୟ ଙ୍କୁ ମାରି ଦେଇଥିଲା।ଏହା ପରେ ମହିଳା ଙ୍କ ବାପା ଥାନା ରେ ଅଭିଯୋଗ କରିଥିଲେ କି ତାଙ୍କ ଝିଅ କୁ ମାରି ଦିଆ ଯାଇଚି।
ପୋଲିସ ଘଟଣା ବିଷୟ ରେ ଖବର ପାଇ ଥାନା ରେ ଏକ ଲିଖିତ ଅଭିଯୋଗ କୁ ଗ୍ରହଣ କଲେ।ଏ ବିଷୟରେ ମହିଳା ଙ୍କ ସ୍ଵାମୀ ଙ୍କୁ ପଚରା ଉଚରା କରା ଯାଇଥିଲା।ଶେଷ ରେ ସେ ସବୁକିଛି ସତ ସତ ମାନି ଯାଇଥିଲେ।ସେ ତାଙ୍କ ଝିଅ ଓ ସ୍ତ୍ରୀ କୁ ବିଷଧର ସାପ ମାଧ୍ୟମ ରେ ମାରି ଦେଇଥିଲା।
ଏହା ପରେ ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲା।ଅଭିଯୁକ୍ତ ସ୍ଵାମୀ କୁ ପୋଲିସ ଗିରଫ କରି ଏବେ ହାଜତ ରେ ଭର୍ତି କରିଛି।ପୂର୍ବ ରୁ ମହିଳା ଙ୍କ ବାପା ତାଙ୍କ ଝିଅ କୁ ତାଙ୍କ ସ୍ବାମୀ ବାଡେଇ ମାରି ଦେଇଚି ବୋଲି ଅଭିଯୋଗ କରିଥିଲେ।
ହେଲେ ପରେ ଅଭିଯୁକ୍ତ ସ୍ଵାମୀ ସବୁକିଛି ସତ ସତ ମାନି ଯାଇଥିଲା।ପୋଲିସ ଏବେ ଶବ କୁ ପୋଷ୍ଟ ମର୍ଟମ କରି ସତ୍କାର କରିବା ପାଇଁ ପଠାଇଛି।ଏହି ଘଟଣା ଟି ଏବେ ସେ ଅଞ୍ଚଳ ରେ ବ୍ୟାପିବାରେ ଲାଗୁଛି।