Movie prime

ସରକାର ଙ୍କ ଉପରେ ରାଗରେ ନିଆଁ ହୋଇଗଲେ ପପୁ ପମ ପମ, ଇଲେକ୍ସନ ବେଳେ ମୁଣ୍ଡ ରେ ଆମକୁ ବସାଉଛ ଆଉ ଏବେ ପଚାରୁନ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଓଲିଉଡ ରେ ଜୋରଦାର ବିବାଦ ଲାଗି ରହିଛି। ଏହାକୁ ନେଇ ଆନ୍ଦୋଳନ କରିବାକୁ ଅଭିନେତା ଅଭିନେତ୍ରୀ ଓ ପ୍ରଯୋଜକ ମାନେ ମଧ୍ୟ ରାଜ ରାସ୍ତାକୁ ଓହ୍ଲାଇଛନ୍ତି।
Special report
ସେମାନେ ବିଧାନ ସଭା ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି। ଆଉ ସେଥି ମଧ୍ୟରେ କମେଡିଆନ ତଥା ଅଭିନେତା ପପୁ ପମପମ୍ ମଧ୍ୟ ସାମିଲ ଅଛନ୍ତି। ସେ ଓଡିଆ ସିନେମା କୁ ପ୍ରମୋଟ୍ କରିବା ପାଇଁ ଏହି ଆନ୍ଦୋଳନ କରିଛନ୍ତି।
ସେ କହିଥିଲେ କି ତାଙ୍କର ଅଧିକାର ପାଇଁ ସେ ବହୁତ୍ କମ୍ ସମୟରେ ହିଁ ସରକାର ଙ୍କ ସାମ୍ନା କୁ ଆସି ଥାନ୍ତି। ବହୁତ୍ ଦିନ ତଳେ ପ୍ରଶାନ୍ତ ନନ୍ଦ ଓ ମହେଶ୍ୱତା ଙ୍କ ସମୟରେ ଏଭଳି କିଛି ଘଟଣା ଘଟିଥିଲା।
ଏବେ ବହୁତ୍ ଖରାପ୍ ସମୟ ଦେଇ ଓଡିଆ ସିନେମା ଗତି କରୁଛି। ସେ କହିଥିଲେ କି ସିନେମା କରିବା ଚକ୍କର ରେ କେହି ନାହାଁନ୍ତି ବରଂ ଏଠି ସବୁ କଜିଆ କରିବା ଚକ୍କର ରେ ଅଛନ୍ତି। ଛୋଟ ଛୋଟ କଥାକୁ ନେଇ ବଡ଼ ବଡ଼ କଥା ହେଉଛି।
Special report
ହିନ୍ଦୀ ଓ ତେଲୁଗୁ ସିନେମା ଆସିଲେ ଲୋକମାନେ ଖୁବ୍ ଦେଖୁଛନ୍ତି ମାତ୍ର ସେମାନେ ଆଉ ଓଡିଆ ସିନେମା ଦେଖିବାକୁ ଆଦୌ ଆସୁ ନାହାଁନ୍ତି। ଆଉ ଓଡିଆ ସିନେମା ଆଗକୁ ଲୋକ ଦେଖିବେ କି ନାହିଁ ସେ ସମ୍ପର୍କରେ ମଧ୍ଯ ଆଦୌ ଜଣା ନାହିଁ।
ଆଉ ଏହି ଫିଲ୍ମ୍ ପାଇଁ ଯଦି ହଇରାଣ ହେବେ ତେବେ କେବଳ ପ୍ରଯୋଜକ ମାନେ ହିଁ ହଇରାଣ ହେବେ। କାରଣ ସେମାନେ ଫିଲ୍ମ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ କହିଥାନ୍ତି ମାତ୍ର ତାଙ୍କୁ ଲାଭ ମିଳେ ନାହିଁ।
ଏଭଳି ଅନେକ ପଇସା ଖର୍ଚ୍ଚ ହେଉଛି ମାତ୍ର କୌଣସି ଲାଭ ମିଳୁ ନାହିଁ। ଏଭଳି ଅନେକ ସିନେମା ଅଛି ଯାହାକି କପି କରାଯାଇଛି ବୋଲି ଲୋକମାନେ କୁହନ୍ତି। ହେଲେ ଏହା ପଛରେ ସତ କଥା ହେଉଛି କି ଓଡିଆ ସିନେମା ପାଖରେ ଏତେ ମାତ୍ରାରେ ପଇସା ନାହିଁ।
ତେବେ ଏଥିପାଇଁ ଏବେ କଳାକାର ମାନେ ସରକାର ଙ୍କ ପାଖରେ ନ୍ୟାୟ ପାଇଁ ଆନ୍ଦୋଳନ କରିଛନ୍ତି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।