Movie prime

ଏଣିକି ସରକାରୀ ଚାକିରିଆ ଙ୍କ ପାଇଁ ଖୁସି ଖବର, ମିଳିବ ୪୨ ଦିନିଆ ସରକାରୀ ଛୁଟି , ଦେଖନ୍ତୁ କେବେ ଠୁ ହେବ ଲାଗୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସରକାର ସଦା ସର୍ବଦା ଲୋକ ମାନଙ୍କର ଭଲ ହିଁ ଚିନ୍ତା କରିଥାଆନ୍ତି। ଲୋକ ମାନଙ୍କ ସୁବିଧା ସୁଯୋଗ କୁ ମଧ୍ୟ ଆଖି ଆଗରେ ରଖି ସେ ସମସ୍ତ ନିଷ୍ପତ୍ତି ନିଅନ୍ତି।
ଏବଂ ତାଙ୍କ ନିଷ୍ପତ୍ତି ଦ୍ବାରା କାହାକୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବାକୁ ପଡୁ ସେ ସଂପର୍କରେ ସରକାର ସଦା ସର୍ବଦା ଚିନ୍ତା ମଧ୍ଯ କରନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଲୋକ ମାନଙ୍କ ହିତ ପାଇଁ,
ସରକାର ଅନେକ ଯୋଜନା ନେଇ ଆସୁଛନ୍ତି। ଯାହା ଫଳରେ ହିଁ ଲୋକ ମାନେ ସେହି ସମସ୍ତ ଯୋଜନାର ଭରପୁର ଭାବରେ ଫାଇଦା ଉଠାଇ ପାରୁଛନ୍ତି। ଏବେ ମଧ୍ୟ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଖୁସି ହୋଇ ଯିବେ।
Sp
ଆଜ୍ଞା ହଁ ଏବେ କେନ୍ଦ୍ର କର୍ମଚାରୀ ମାନଙ୍କୁ ଦିଆ ଯାଉଥିବା ଛୁଟି କୁ ବୃଦ୍ଧି କରାଯାଇଛି। ତେବେ ଆପଣ ମାନେ ଜାଣିଥିବେ ଯେଉଁ ସରକାରୀ କର୍ମଚାରୀ ମାନେ ଅଙ୍ଗ ଦାନ କରିଥିବେ,
ତାଙ୍କୁ ତାଙ୍କର ସ୍ବାସ୍ଥ୍ୟ ର ଉନ୍ନତି ଆଣିବାକୁ ହେଲେ ଛୁଟି ନେବାକୁ ପଡ଼ିଥାଏ। ମାତ୍ର ଯେତିକି ଛୁଟି ମିଳିଥାଏ ତାହା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ହୋଇ ନଥାଏ। ସେହି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବେଳେ ବେଳେ ମଧ୍ୟ ସେମାନେ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ହୋଇ ନଥାନ୍ତି।
ଏହି ଛୁଟି ଆଗରୁ ୩୦ ଦିନ ଥିବା ବେଳେ ଏବେ ଏହାକୁ ବଢାଇ ଦିଆ ଯାଇ ୪୨ ଦିନ ପର୍ଯ୍ୟନ୍ତ କରାଯାଇଛି। ଯାହା ଦ୍ୱାରା ସେମାନେ ସୁସ୍ଥ ହେବା ପାଇଁ ଅଧିକ ସମୟ ନେଇ ପାରିବେ।
Special Report
ଏହା କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କେବଳ ଗୋଟିଏ ସମୟରେ ହିଁ ଏହି ଛୁଟି ନିଆ ଯାଇ ପାରିବ। ତେବେ ଯଦି ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିବ ତେବେ ସେମାନେ ଡ଼ାକ୍ତର ଙ୍କ ସୁପାରିଶ ଅନୁସାରେ
ଏହି ଛୁଟି କୁ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି ମଧ୍ୟ କରି ପାରିବେ। ଏବେ କେନ୍ଦ୍ର କର୍ମଚାରୀ ମାନଙ୍କ ପାଇଁ ଏହା ହେଉଛି ଏକ ବହୁତ ବଡ଼ ଖୁସୀ ଖବର। ଆଉ ସେମାନେ ଏବେ ଖୁବ ଖୁସୀ ମଧ୍ୟ ହେଇ ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.