Movie prime

ସରକାରୀ ଅଫିସ ରେ ଭିଜିଲାନ୍ସ ଚଢ଼ାଉ ଦେଖି କାନ୍ଦି କାନ୍ଦି ଭୟ ରେ ରାସ୍ତା ରେ ଦୌଡିଲେ ସରକାରୀ କର୍ମଚାରୀ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଡବିଲ ତହସିଲର ,ବିଲେଇ ପଦା ଆରଆଇ ପିର ଖାନ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଏବେ ଚାରିଆଡ଼େ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
Special Report
ସେ ଭିଜିଲାନ୍ସ ଅଧିକାରି ଙ୍କୁ ଦେଖିବା ପରେ ହଠାତ୍ ଦୌଡ଼ିବା ପାଇଁ ଆରମ୍ଭ କରି ଦେଇଥିଲେ। ଅଫିସ୍ ବାହାରେ ଉଭୟଙ୍କ ଭିତରେ ଛକା ପଞ୍ଝା ଚାଲିଥିଲା। ଏହାପରେ ଶେଷରେ ଭିଜିଲାନ୍ସ ଟିମ ଏହି ବାବୁଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନେଇଥିଲା।
ତଥାପି ଏହି ବାବୁ ଜଣକ କଳେ ବଳେ କୌଶଳେ ଖସି ଯିବା ପାଇଁ ବସିଛନ୍ତି। ହେଲେ ବାବୁ ମାନେ ତାଙ୍କୁ ବୁଝାଇ ଶୁଝାଇ ଅଫିସ୍ ଭିତରକୁ ଟାଣି ଟାଣି ନେଉଛନ୍ତି। ପୂରା ନାକେଦମ୍ ହେବା ପରେ ହିଁ ତାଙ୍କୁ ସିଟ ଉପରେ ବସାଇ ଜେରା କରୁଛନ୍ତି।
ଜମି ପଟ୍ଟା କରାଇ ଦେବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଏମିତି କିଛି ହଟହଟା ର ଶୀକାର ହୋଇଥିଲେ ଏହି ବାବୁ ଜଣକ।
Special Report
ଯୋଡ଼ା ବ୍ଳକ ,ମୂର୍ଗବଳା ଅଞ୍ଚଳର ଦୁଗରା ଝେମ୍ବ୍ରମ୍ ଅନଲାଇନ ରେ ଜମି ପଟା ଆବେଦନ କରିଲା ପରେ ମଧ୍ୟ ସେ ଜମି ପଟା ପାଇ ପାରୁ ନଥିଲେ। ଏନେଇ ସେ ବିଲେଇ ପଦା ଆରଆଇ ଙ୍କ ନିକଟରେ ମଧ୍ୟ ଅନେକ ଥର ନେହୁରା ମଧ୍ୟ ହୋଇଥିଲେ।
ଜମି ପଟା କରାଇ ଦେବା ପାଇଁ ସେ ଦୁଗରା ଝେମ୍ବ୍ରମ୍ ଙ୍କ ଠାରୁ ୫୦ ହଜାର ଟଙ୍କା ଦାବୀ କରିଥିଲେ। ଏତେ ଟଙ୍କା ଲାଞ୍ଚ ମାଗିବା ନେଇ ସେ ଭିଜିଲାନ୍ସ ଙ୍କ ଦ୍ବାରସ୍ଥ ମଧ୍ଯ ହୋଇଥିଲେ।
ଯୋଜନା ମୁତାବକ ମଧ୍ଯ ପିର ଖାନ ଉକ୍ତ ବ୍ୟକ୍ତିଙ୍କ ନିକଟରୁ ୨୦ ହଜାର ଟଙ୍କା ଲାଞ୍ଚ ମଧ୍ୟ ନେଇଥିଲେ। ସେ ଟଙ୍କା କୁ ଧରି ନିଜର ଟେବୁଲ୍ ଡ୍ର ରେ ମଧ୍ଯ ରଖିଥିଲେ। ଏହାପରେ ତାଙ୍କୁ ସେଠାରେ ହିଁ ଭିଜିଲାନ୍ସ ଟିମ ମାଡି ବସିଥିଲା।
ଏହାପରେ ଭିଜିଲାନ୍ସ ଟିମ୍ ଏବେ ନିଜ ହେପାଜତ କୁ ନେଇ ତଦନ୍ତ ଜାରି ରଖିଛି। ଏବେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ମାନେ ଜାଣି ପାରୁଥିବେ କି ବଡ଼ ବଡ଼ ବାବୁ ମାନେ ଏବେ ପଇସା ପାଇଁ କଣ କରୁଛନ୍ତି।