Movie prime

ସରୁନି ସଂଘର୍ଷ ପୁଣି ତାଲା ମାରିଲେ ପରିବାର ଲୋକେ ଦେଖନ୍ତୁ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା। ଗତବର୍ଷ ପ୍ରାୟ ୬ ମାସ କାଳ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ସେ ।
Special report
ନ୍ୟାୟ ମିଳିବା ଆଶାରେ ଧାରଣାରୁ ଉଠିଯାଇଥିଲେ। ପୁଣି ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା। ନ୍ୟାୟ ମିଳିବା ବିଳମ୍ବିତ ହେଉଥିବା ଯୋଗୁ ସେ ବାଧ୍ୟ ହୋଇ ପୁଣି ଧାରଣାରେ ବସିଥିବା କହିଛନ୍ତି। 
ଏବେ ଦୀପିକାଙ୍କ କେସ ହାଇକୋର୍ଟରେ ବିଚାରାଧୀନ ରହିଛି। ତେବେ ବନ୍ଧୁଗଣ ବାଥରୁମ ଯାଇଥିବା ବେଳେ ଦୀପିକାଙ୍କୁ ତାଲା ପକାଇ ଦେଲେ ଦିନେଶଙ୍କ ପରିବାର ଲୋକେ। ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି ଦୀପିକା।
Special report
ଦିନେଶଙ୍କ ବାପା ମାଆ ତାଙ୍କୁ ଗ୍ୟାରେଜରେ ତାଲା ପକାଇ ଦେଇଥିଲେ ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ଏହି ଘଟଣା ଘଟିଥିବା ବେଳେ ଦିନେଶଙ୍କ ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ଦୀପିକାଙ୍କ ଅଭିଯୋଗ ଅନୁସାରେ, ଦିନେଶଙ୍କ ଗ୍ୟାରେଜ ଖୋଲା ଥିଲା। 
ମୋତେ ଟୟଲେଟ୍ ଲାଗିବାରୁ ଗ୍ୟାରେଜକୁ ଯାଇଥିଲି। ଦିନେଶଙ୍କ ପରିବାର ଲୋକେ ସିସିଟିଭିରେ ମୋତେ ଗ୍ୟାରେଜକୁ ଟୟଲେଟ୍ ଯାଇଥିବାର ଦେଖି ସେମାନେ ତାଲା ପକାଇ ଦେଇଥିଲେ। ମୁଁ ଏନେଇ ବ୍ରହ୍ମପୁରଏସପି ସାରଙ୍କୁ ଫୋନ୍ କରି ଜଣାଇଥିଲି।
Special report
ଏସ୍‌ପି ପୁଲିସ ପଠାଇ ମୋତେ ସେଠାରୁ ଉଦ୍ଧାର କରିଥିଲେ। ସେମାନେ ମୋତେ ମାରି ଦେବାକୁ ଚେଷ୍ଟା କରୁଥିଲେ। ତେବେ ବନ୍ଧୁଗଣ ୨୦ ମିନିଟ ବାଥରୁମରେ ସଂଘର୍ଷ କରିଥିଲେ ଦୀପିକା। ପୋଲିସ ଆସି ତାଲା ଖୋଲି ବାଥରୁମରୁ ଉଦ୍ଧାର କରିଥିଲେ ଦିପିକାଙ୍କୁ। 
ଏନେଇ ବ୍ରହ୍ମପୁର ବଡ଼ ବଜାର ଥାନା ଅଧିକାରୀ କହିଛନ୍ତି, ଦୀପିକା ବାଥରୁମ ଯାଇଥିବା ବେଳେ ଦିନେଶଙ୍କ ବାପା ମା’ ଚାବି ପକାଇ ଦେଇଥିଲେ। ଦୀପିକା ତାଙ୍କୁ ଫୋନ୍ କରି ଜଣାଇବା ପରେ ସେମାନେ ସେଠାରେ ପହଞ୍ଚିଥିଲେ।
ଏହାପରେ ଦିନେଶ ବାପାମା’ ତାଲା ଖୋଲି ଦେଇଥିଲେ। ତେବେ ଏନେଇ ଦୀପିକା ଲିଖିତ ଅଭିଯୋଗ କରିଛନ୍ତି। ତେବେ ବନ୍ଧୁଗଣ ଏହି କେସକୁ ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.