Movie prime

ଗଲେ ଜୀବନ୍ତ ଆସିଲେ ମୃ-ତ ଶଶୁର ଘର ନୁହେତ ଯମପୂର ଦେଖନ୍ତୁ Exclusive

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡିଆରେ ଅନେକ ଖବର ଆସିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ପାଟଣାଗଡ଼ ଚାବ୍ରିପାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଯାହାକି ଜ୍ୱାଇଁକୁ ପିଟି ପିଟି ମାରିଦେଲେ ଶ୍ୱଶୁର ଘର ଲୋକ। ହ-ତ୍ୟା ପରେ ମୃ-ତଦେହକୁ ଜରି ବସ୍ତାରେ ଭର୍ତି କରି ଫିଙ୍ଗି ଦେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଜବତ କରିଥିଲା। ମୃ-ତ ବ୍ୟକ୍ତିଙ୍କ ନାଁ ହେଉଛି ରୁଦ୍ର ମେହେର। 
ପାରିବାରିକ କଳହକୁ ନେଇ ହ-ତ୍ୟା-କା-ଣ୍ଡ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜଭାଟିପଡା ଗାଁର ରୁଦ୍ର ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁର ସରୋଜିନୀ ମେହେରଙ୍କୁ ବିବାହ କରିଥିଲେ।
ତାଙ୍କର ଦୀର୍ଘ ଦିନ ହେବା ପାରିବାରିକ କଳହ ଲାଗି ରହିଥିଲା। ଗତ ବୁଧବାର ଦିନ ଗାଁରେ ହୋଲିଖେଳ ଚାଲୁଥିବା ସମୟରେ ରୁଦ୍ରମଣିଙ୍କର ଶ୍ବଶୁର ଘର ଲୋକଙ୍କ ସାଙ୍ଗରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।  
ବଚସା ଏତେ ଉଗ୍ର ନେଇଥିଲା ଯେ ରୁଦ୍ରମଣିକୁ ନିସ୍ତୁକ ମାଡ ମାରି ଏକ ଘରେ ବନ୍ଦ କରିଦେଇ ସମସ୍ତ ପରିବାର ପାଟଣାଗଡ଼ ରେ ଏକ ବିବାହ ଘରକୁ ଯୋଗ ଦେବାକୁ ଯାଇଥିଲେ। ପାଟଣାଗଡ଼ରୁ ରାତିରେ ମୃ-ତ-କ-ଙ୍କ ଶଶୁର ଓ
 ଶଳା ଘରକୁ ଫେରି ମୃ-ତ-କକୁ ଗୋଟିଏ ଜରି ବସ୍ତାରେ ଭର୍ତ୍ତି କରି ମୃତ ଦେହକୁ ଫିଙ୍ଗି ଦେବାକୁ ଉଦ୍ୟମ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ଦୁଇଜଣଙ୍କୁ ମାଡ଼ିବସିବା ସହିତ ଗାଡି ଓ ଶବକୁ ଜବତ କରିଛି। 
ପୁଲିସ ରୁଦ୍ରଙ୍କ ମୃ-ତ-ଦେ-ହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ କିଛି ଲୋକଙ୍କୁ ଅଟକ ରଖି ଖପ୍ରାଖୋଲ ପୁଲିସ ପଚରାଉଚରା କରୁଛି। ଏହା ସହିତ ଘଟଣା ସ୍ଥଳରୁ ରୁଦ୍ରଙ୍କ ଶ୍ବଶୁର ଉଦ୍ଧବ ମେହେର ଏବଂ
 ଶଳା ସୁନୀଲ କୁମାର ମେହେରଙ୍କୁ ଥାନାକୁ ଆଣିଥିଲା ପୋଲିସ। ଏବଂ ପାଟଣାଗଡକୁ ଯାଇଥିବା ଅନ୍ୟ ୩ ଜଣକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.