Movie prime

କଣ ସୌମ୍ୟ ଙ୍କ ଏହି ମୁଁହ ଖୋଲା କଥା କହିବା ପ୍ରକୃତି ପାଇଁ ବିଜେଡି ଗଡ ଧୂଳିସାତ ହେଇଯିବ ? ଆଗାମୀ ନିର୍ବାଚନ ରେ କଣ ବିଜେଡି ନଥିବ??

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କ ବିବାଦ ବିଷୟ ରେ।ଏହି ବିବାଦ କମିବାର ନା ଧରୁ ନାହି।ଏହା ଦିନ କୁ ଦିନ ବଢ଼ିବାରେ ଲାଗିଛି।
Special report
ସୌମ୍ୟ ରଞ୍ଜନ ପଟ୍ଟନାୟକ ତାଙ୍କ ନିଜ ଦଳ ବିଜେଡି ବିରୋଧୀ ମନ୍ତବ୍ୟ ଦେଇ ଏବେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।ସେ ୫ ଟି ସଚିବ ଙ୍କୁ ନେଇ ତାଙ୍କ ଖବର କାଗଜ ରେ ଏକ ଲେଖା ଲେଖି ଥିଲେ।ସେ ସେଥିରେ ସରକାର ଙ୍କ ଦୋଷ ଦୁର୍ବଳତା କୁ ପଛରେ ପକାଇ ଦେଇଥିଲେ।ଏହା ପରେ ଆରମ୍ଭ ହୋଇ ଥିଲା କଳି।
ସୂଚନା ଅନୁସାରେ ସୌମ୍ୟ ରଂଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାୟକ ହେବା ସହ ସମ୍ବାଦ ଖବର କାଗଜ ର ସମ୍ପାଦକ ଅଟନ୍ତି।ସେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତି ଗତ ସଚିବ ଭି କେ ପାଣ୍ଡିଆନ ପସନ୍ଦ କରୁ ନାହାନ୍ତି।ତାଙ୍କ କହିବା ଅନୁଯାୟୀ ମୁଖ୍ୟ ମନ୍ତ୍ରୀ ଥାଉ ଥାଉ ପାଣ୍ଡିଆନ କାହିଁକି ଶାସନ ଚଳାଇବ।
ରାଜ୍ୟ ରେ ଦୁର୍ନୀତି,ଖଣି ଖାଦାନ ସବୁ ବଢିବାରେ ଲାଗିଛି।ମନ୍ତ୍ରୀ ମାନେ ସେମାନଙ୍କ ଇଚ୍ଛା ଅନୁସାରେ ଶାସନ କରୁଛନ୍ତି।ଲୋକ ଙ୍କ ଦୁଃଖ କୁ କେହି ବି ବୁଝି ନାହାନ୍ତି।ସମସ୍ତଙ୍କୁ କେବଳ ନିଜ ସ୍ବାର୍ଥ ଦେଖା ଯାଉଛି।
Special report
ଏଭଳି ଲେଖା କୁ ସହି ପାରି ନ ଥିଲେ କିଛି ବିଜେଡି କର୍ମୀ ଓ ନେତା ମାନେ।ସେମାନେ ଏଥିପାଇଁ ଖୁବ୍ ବିରୋଧ କରିଥିଲେ ସୌମ୍ୟ ରଂଜନ ପଟ୍ଟନାୟକ ଙ୍କୁ।ସେମାନେ କହିଥିଲେ କି ଦଳ ରେ ରହି ଏଭଳି କାମ କରିବା ଠିକ୍ ନୁହେଁ।
ଏହା ପରେ ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ଦଳ ର ଉପସଭାପତି ପଦ ରୁ ତାଙ୍କୁ ବହିଷ୍କାର କରିଥିଲେ।ଯାହାକୁ ନେଇ ରାଜନୀତି ରେ ଜୋର୍ ଚର୍ଚ୍ଚା ହେବାକୁ ଲାଗିଲା।ଏବେ କିଛି ବିରୋଧୀ ଦଳ ର ନେତା ମାନେ ସୌମ୍ୟ ଙ୍କ ସମର୍ଥନ ରେ ଠିଆ ହୋଇଛନ୍ତି।
ସୌମ୍ୟ ରଞ୍ଜନ ପଟ୍ଟନାୟକ ପୂର୍ବ ରୁ ଜଣେ ସମାଜ ସେବୀ ରୂପରେ ଲୋକ ଙ୍କ କଥା କୁ ଖବର କାଗଜ ରେ ଉପସ୍ଥାପନ କରୁଥିଲେ।କିନ୍ତୁ ସେ ବିଜେଡି ଦଳ ରେ ମିଶିବା ପରେ ଏ ସବୁ କାମ ରୁ ଦୂରେଇ ଯାଇଥିଲେ।
ଏବେ କୁହା ଯାଉଛି କି ସେ ପୁଣି ଥରେ ସେ ପୂର୍ବ ଭଳି ନିଜ କମ୍ ରେ ଯୋଗ ଦେବେ।ସରକାର ଙ୍କ ଦୋଷ ଦୁର୍ବଳତା କୁ ପଛରେ ପକାଇ ଦିଅନ୍ତୁ ସେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.