Movie prime

୫୦ ହଜାର ମିଳିବ କେବଳ ୫ ମିନିଟ ରେ ,ଦେଖନ୍ତୁ ଆବେଦନ ପକ୍ରିୟା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ୨୦୨୩ ରେ ଏସବିଆଇ ଇ-ମୁଦ୍ରା ଲୋନ ବାହାର କରିଛି। ଏହି ଲୋନ ଅନ୍ତର୍ଗତ ଗ୍ରାହକମାନଙ୍କୁ ମୁଦ୍ରା ଲୋନ ଦିଆଯିବ। ଏସବିଆଇର ଇ-ମୁଦ୍ରା ଲୋନ ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଯୋଜନା ଦ୍ବାରା ଅନ୍ତର୍ଗତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଖାତା ଧାରକମାନଙ୍କ ପାଇଁ ଆରମ୍ଭ କରିଛି।
ଏହି କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବା ପାଇଁ ଇଚ୍ଛୁକ ଗ୍ରାହକମାନେ ଏହି ଯୋଜନାର ଲାଭ ଉଠାଇପାରିବେ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଇ-ମୁଦ୍ରା ଲୋନର ସୁବିଧାକୁ ସେହି ମାନଙ୍କ ପାଇଁ ଆରମ୍ଭ କରିଛନ୍ତି
 ଯେଉଁମାନଙ୍କ ପାଖରେ ବ୍ୟବସାୟ କରିବା ପାଇଁ ଟଙ୍କା ନାହିଁ। ଏହି ଯୋଜନା କେବଳ ବଡ଼ ଲୋକ ନୁହେଁ ବରଂ ଛାତ୍ରଛାତ୍ରୀ ସହ ମହିଳାମାନଙ୍କୁ ମଧ୍ୟ ସାହାଯ୍ୟ କରିବ। 
ଏହି ଲୋନ ପ୍ରକୃତରେ ସରକାରଙ୍କ ତରଫରୁ ଦିଆଯିବ। ତେଣୁ ଏହାକୁ କେବଳ ଆପଣ ସରାକରୀ ବ୍ୟାଙ୍କରେ ହିଁ ପାଇପାରିବେ। ଏଥିରେ ଏସବିଆଇ ହେଉଛି ଏକ ପ୍ରମୁଖ ବ୍ୟାଙ୍କ।
ଏସିବଆଇ ଇ-ମୁଦ୍ରା ଲୋନ ର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ହେବ। ଏଥିପାଇଁ ପିଡ଼ିଏଫ ଲିଙ୍କ ମଧ୍ୟ ବ୍ୟାଙ୍କ ଦେଇଛି।
ପ୍ରକୃତରେ ଏସିବଆଇର ଇ ମୁଦ୍ରା ଲୋନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଏକ ଅଂଶ ଅଟେ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହା ଅପ୍ରେଲ ୮ ତାରିଖରେ ଲଞ୍ଚ କରିଥିଲେ। 
ଏସବିଆଇ ଇ-ମୁଦ୍ରା ଲୋନ ଅନଲାଇନରେ ଆବେଦନ କରିବାର ଉପାୟ: 
୧- ପ୍ରଥମେ ଆପଣ ଏସବିଆଇର ଅଧିକାରିକ ୱେବସାଇଟ sbi.co.inକୁ ଯାଆନ୍ତୁ।
୨- ଏଥିରେ ଆପଣ ବର୍ତ୍ତମାନ other services ଅପସନକୁ ଯାଆନ୍ତୁ। ହୋମ ପେଜରୁ ଇ-ମୁଦ୍ରା କୁ ଚୟନ କରନ୍ତୁ। 
୩- ପରେ click here ଅପସନରେ କ୍ଲିକ କରନ୍ତୁ। ଏଥିରେ ଆପଣଙ୍କୁ ଏକ ନୂଆ ସ୍କ୍ରିନ ଦେଖାଯିବ।
୪- ଏଥିରେ ଦିଆଯାଇଥିବା ଫର୍ମକୁ ଆପଣ ପୂରଣ କରନ୍ତୁ।
୫- ଏହାପରେ ଆପଣଙ୍କ ନିକଟକୁ ଏକ ଓଟିପି ନମ୍ବର ଆସିବ। ଏହାକୁ ଏଣ୍ଟର କରାଇ ସବମିଟ କରନ୍ତୁ।
୬- ପୁଣିଥରେ ଏକ ନୁଆ ପେଜ ଆପଣଙ୍କ ସାମ୍ନାକୁ ଆସିବ।
୭- ଏହାପରେ ଆପଣ ନିଜର ଆକାଉଣ୍ଟ ନମ୍ବର ଦେଇ ଲୋନ ରାଶିକୁ ଏଣ୍ଟର କରାନ୍ତୁ।
୮- ଏହାପରେ proceed ଉପରେ କ୍ଳିକ କରନ୍ତୁ।
୯- ଏହାପରେ ନିଜର ପର୍ସନାଲ ଡିଟେଲ୍ସକୁ ଭରନ୍ତୁ। ପୁଣିଥରେ ପ୍ରୋସିଡ ଅପସନକୁ କ୍ଲିକ କରନ୍ତୁ।
୧୦- ପରେ ନିଜ ବ୍ୟବସାୟ ସମ୍ପର୍କରେ ସମସ୍ତ ସୂଚନା ଦିଅନ୍ତୁ।
ଶେଷରେ ଆପଣଙ୍କର ଫର୍ମ ଆସିଯିବ। ଯଦି ଆପଣଙ୍କୁ ସବୁ ଟର୍ମ ଆଣ୍ଡ ସର୍ଭିସ ଠିକ ଲାଗେ ତେବେ ହିଁ ଆପଣ ଏହାକୁ ସ୍ୱୀକାର କରନ୍ତୁ। ଶେଷରେ proceed to this signକୁ କ୍ଳିକ କରନ୍ତୁ।
ଏହାପରେ ଆପଣଙ୍କ ନିକଟକୁ ଏକ ଓଟିପି ନମ୍ବର ଯିବ। ପରେ ଇ-ସାଇନ କରନ୍ତୁ। ପରେ କନର୍ଫର୍ମେସନ କରି ପ୍ରୋସିଡ ଉପରେ କ୍ଳିକ କରନ୍ତୁ। ଶେଷର ଅବେଦନକୁ ଆକ୍ସେପ୍ଟ କରିବା ପରେ ଏହାର ଏକ ପ୍ରିଣ୍ଟ ବାହାର କରି ନିଜ ପାଖରେ ରଖନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.