Movie prime

କମିଲା ଗ୍ୟାସ ସିଲିଣ୍ଡର ଦର ଦେଖନ୍ତୁ ମୋଦୀ ଦେଲେ ବଡ ଉପହାର ଜାଣନ୍ତୁ କେତେ କମିଲା ଗ୍ୟାସ ଦର

 
Hg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଗୃହିଣୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ କରିବାକୁ ମୋଦୀ ଆଜି ଘୋଷଣା କରିଛନ୍ତି।
ଏକ୍ସରେ ପୋଷ୍ଟକରି ପିଏମ ମୋଦି ଏ ନେଇ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଆଜି ମହିଳା ଦିବସ ଅବସରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଛି।
Fg
ଏହାଦ୍ଵାରା ନାରୀ ଶକ୍ତିଙ୍କ ଜୀବନ ସହଜ ହେବା ସହ କୋଟି କୋଟି ପରିବାରର ଆର୍ଥିକ ବୋଝ ମଧ୍ୟ ହ୍ରାସ ହେବ। ଏହି ପଦକ୍ଷେପ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟକ ହେବ, ଯାହା ସମଗ୍ର ପରିବାରର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ। ”
ଏହା ବ୍ୟତୀତ ଆନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇ ମୋଦୀ କହିଛନ୍ତି, “ଆନ୍ତର୍ଜାତୀୟ ମହିଳା ଦିବସର ଅନେକ ଅନେକ ଶୁଭେଚ୍ଛା!
Hh
ଆମେ ଆମର ମହିଳା ଶକ୍ତିର ଧର୍ୟ୍ୟ, ସାହସ ଏବଂ ଶକ୍ତିକୁ ସଲାମ କରୁଛୁ ଏବଂ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସଫଳତାକୁ ପ୍ରଶଂସା କରୁଛୁ। ଆମ ସରକାର ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ କରୁଛନ୍ତି।
ଏହା ଛଡା ଉଦ୍ୟୋଗ, କୃଷି, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ଅଟୁ।
ଏହା ଗତ ଦଶନ୍ଧିରେ ଆମର ସଫଳତାରେ ମଧ୍ୟ ପ୍ରତିଫଳିତ ହୋଇଛି।” ଏହି ଘୋଷଣା ପରେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ୯୩୦ ଟଙ୍କାରୁ ହ୍ରାସ ପାଇ ୮୩୦ରେ ପହଞ୍ଚିଛି।
ସେହିପରୀ ରାଜଧାନୀ ଦିଲ୍ଲୀରେ ଏହା ୯୦୩ ଟଙ୍କାରୁ ୮୦୩ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ୮୦୨ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୮୧୮.୫୦ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.