Movie prime

ପ୍ରବଳ ଖରାରେ ସିଝିବ ଓଡ଼ିଶାର ଏହିସବୁ ଜିଲ୍ଲା ଦେଖନ୍ତୁ କେଉଁ କେଉଁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ଜାଣିପାରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗ ବିଷୟରେ ଜାଣିପାରିବେ । ଅସହ୍ୟ ଖରା ଆଉ ଗୁଳୁଗୁଳି ଅନୁଭୁତ ହେଉଛି । ଆଉ ଏହି ଖରା ରାଜ୍ୟର ସବୁ ଜିଲ୍ଲାରେ ଅନୁଭୂତ ହେଉଛି । ଅସହ୍ୟ ଖରା ଆଉ ଗୁଳୁଗୁଳିରେ ଜଳୁଛି ଓଡ଼ିଶା ।
Bb
ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଖରାର ତାପମାତ୍ରା । ଦିନ ସମୟରେ ମୁଣ୍ଡଫଟା ଖରା ଅନୁଭୂତ ହେଉଥିବା ବେଳେ ରାତିର ତାପମାତ୍ରା ମଧ୍ୟ ବଢ଼ି ବଢ଼ି ଚାଲିଛି । ଏବେ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି କି ଆଗାମୀ ସମୟରେ ପ୍ରବଳ ଖରା ଅନୁଭୂତ ହେବ ।
ପାରଦ ସ୍ଵାଭାବିକ ଠାରୁ ଅଧିକ ରହିବ ବୋଲି ଖବର ଆସିଥିବା ବେଳେ ଅସହ୍ୟ ତାତି ହେବ ବୋଲି ସୂଚନା ମିଳିଛି । ଏସବୁ ଭିତରେ ପ୍ରବଳ ତାତି ହେଉଥିବାରୁ ଅନେକ ଅଞ୍ଚଳ ତାତିରେ ଫୁଟୁଛି ।
ଅଧିକାଂଶ ସମୟରେ ଖରାର ତାପମାତ୍ରା ବହୁତ ଅଧିକ ରହୁଛି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରହୁଛି । ଏହି ଗରମ ପରିସ୍ଥିତି ଲୋକମାନଙ୍କୁ ଅସ୍ତବ୍ୟସ୍ତ କରି ଦେଉଛି । ଆସନ୍ତା ୪ ଆଉ ୫ ତାରିଖରେ ଅନେକ ଜିଲ୍ଲାକୁ ହିଟ ୱେଭରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
Bb
ଦିନ ୯ ରୁ ଘରୁ ବାହାରିବା କଷ୍ଟକର ହୋଇଗଲାଣି । ଦିନ ୧୧ ସମୟରୁ ପାରଦ ୪୦ ଡିଗ୍ରୀ ପହଞ୍ଚି ଯାଉଛି ଆଉ ଏହି କାରଣରୁ ଲୋକଙ୍କୁ ଘରୁ ଦିନ ୧୧ ସମୟରୁ ବାହାରିବାକୁ ମନା କରାଯାଇଛି ।
ଆସନ୍ତା ଦୁଇଦିନରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଆସନ୍ତା ୪ ତାରିଖରେ ଯାଜପୁର, ଭଦ୍ରକ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଆଉ କଟକ ଜିଲ୍ଲାରେ ହିଟ ୱେବ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଉ ଏହାସହ ଅନେକ ଜନଜୀବନ ଏବଂ ଅନ୍ୟାନ୍ୟ ସବୁ ପ୍ରକାରର ଜୀବଙ୍କୁ ଏହି ତାତି ପ୍ରଭାବିତ କରୁଛି । ଏପ୍ରିଲ ମାସରେ ଅସହ୍ୟ ତାତି ପାଇଁ ସମସ୍ତ ହସ୍ପିଟାଲ ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।