Movie prime

୧୦୦ କୋଟି ଟଙ୍କା ଜାଲିଆତିରେ ED ହାତରେ ଧରା ପଡ଼ିଲେ ଏହି ଲୋକପ୍ରିୟ ଯୋଡ଼ି ଦେଖନ୍ତୁ କଣ ହେଲା ଏମିତି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଥରେ ସମସ୍ୟାରେ ଅଭିନେତ୍ରୀ ଶିଳ୍ପା ସେଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା।ବିଟକଏନ ପଞ୍ଜିସ୍କାମ ମାମଲାରେ କୁନ୍ଦ୍ରାଙ୍କ ୯୮କୋଟି ମୂଲ୍ୟର ସମ୍ପତି ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ।
ଜବତ ସମ୍ପତି ମଧ୍ୟରେ ରହିଛି ଜୁହୁ ସ୍ଥିତ ଏକ ବିରାଟ ଘର, ପୁଣେର ଏକ ବଙ୍ଗଳା, ଇକ୍ୟୁଟି ସେୟାର ସହ ବହୁ ମୂଲ୍ୟ ସ୍ଥାବର ଅସ୍ଥାବର ସମ୍ପତି। ତେବେ ବନ୍ଧୁଗଣ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ବଡ ପଦକ୍ଷେପ ନେଇଛି ଇଡି। 
Hh
ଇଡିର ମୁମ୍ବାଇ ବ୍ରାଞ୍ଚ ପିଏମଏଲ୍‌ଏ ଆକ୍ଟ ଜରିଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟି ଟଙ୍କାର ସଂପତ୍ତି ଜବତ କରିଛି। ଇଡି ସୂତ୍ରରୁ ଜଣାଯାଇଛି ଜବତ କରାଯାଇଥିବା ସଂପତ୍ତିରେ ଜୁହୁସ୍ଥିତ ଥିବା ଏକ ବଙ୍ଗଳା ବି ରହିଛି ଯାହା ଶିଳ୍ପାଙ୍କ ନାମରେ ଥିଲା।
ଏହାସହିତ ପୁନେରେ ଥିବା ଏକ ବଙ୍ଗଳା ବି ସାମିଲ ରହିଛି। ଏହାସହିତ ରାଜ କୁନ୍ଦ୍ରାଙ୍କ ନାମରେ ଥିବା କିଛି ସେୟାର ବି ଇଡି ଜବତ କରିଛି। ଇଡି ମହାରାଷ୍ଟ୍ରରେ ଦାଖଲ ଅଲଗା ଅଲଗା ଏଫଆଇଆର୍ ଆଧାରରେ ପିଏମଏଲ୍‌ଏ ଆକ୍ଟ ଜରିଆରେ ଯାଞ୍ଚ ଆରମ୍ଭ କରିଥିଲା। 
ଅଭିଯୋଗ ଥିଲା କି ୨୦୧୭ରେ ମେସର୍ସ ଭେରିଏବଲ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ , ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ଏବଂ ଅନ୍ୟ ଏମଏଲ୍‌ଏମ୍ ଏଜେଣ୍ଟ ପ୍ରାୟ ୬୬୦୦କୋଟି ଟଙ୍କାର
Gh
ବିଟକଏନ୍ ମିଛ ପ୍ରତିଶ୍ରୁତି ଆଧାରରେ ନିବେଶକଙ୍କ ଠାରୁ ହାସଲ କରିଥିଲେ। ନିବେଶକଙ୍କୁ ୧୦% ଲାଭର ଭରସା ଦିଆଯାଇଥିଲା। କିନ୍ତୁ ସେମାନେ ଏହାକୁ ନିଜ ହିତରେ ବିନିଯୋଗ କରିଥିଲେ। 
ଇଡିର ଅଭିଯୋଗ ରହିଛି କି ଏହି ଘୋଟାଲାର ମାଷ୍ଟରମାଇଣ୍ଡ ଠାରୁ ଶିଳ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରା ୨୮୫ ବିଟ୍ କଏନ୍ ହାସଲ କରିଥିଲେ। ଏହି ସମସ୍ତ ବିଟକଏନ୍ ଅମିତ ଭରଦ୍ୱାଜ ନିବେଶକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ହାସଲ କରିଛନ୍ତି ଓ ୟୁକ୍ରେନ୍‌ରେ
ବିଟକଏନ୍ ମାଇନିଂରେ ନିବେଶ କରିଛନ୍ତି। ରାଜ କୁନ୍ଦ୍ରାଙ୍କ ପାଖକୁ ଏହି ଘୋଟାଲାରେ ୨୮୫ ବିଟ୍ କଏନ୍ ଆସିଛି ଯାହାର ମୂଲ୍ୟ ୧୫୦ କୋଟି ଟଙ୍କାରୁ ଅଧିକ ହେବ। ଏହି ମାମଲାରେ ଇଡି ରେଡ୍ କରି ପୂର୍ବରୁ ୩ ଜଣଙ୍କୁ ଗିରଫ କରିଛି।