Movie prime

ଦେଖନ୍ତୁ ନିଜ ସଫଳତାରେ ଲୋକମାନଙ୍କ ରହସ୍ୟକୁ ନେଇ କଣ କହିଲେ ପ୍ରାଚୀ ନିଗମ - Exclusive

 
Cf
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଉତ୍ତରପ୍ରଦେଶ ଦଶମ ବୋର୍ଡ ପରୀକ୍ଷା-୨୦୨୪ରେ ପ୍ରାଚୀ ନିଗମ ୯୮.୫୦ ପ୍ରତିଶତ ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏହି ସଫଳତା ପାଇବା ପରେ ପ୍ରାଚୀଙ୍କ ସଫଳତାକୁ ଅଣଦେଖା କରି କିଛି ଲୋକ ତାଙ୍କ
ଚେହେରାକୁ ନେଇ ଟ୍ରୋଲ କରିଥିଲେ। ଯାହାକୁ ନେଇ ପ୍ରାଚୀ ନିଜ ସୁନ୍ଦର ବୟାନରେ ଟ୍ରୋଲର୍ସଙ୍କୁ ଉଚିତ ଜବାବ ଦେଇଥି‌ଲେ। ପ୍ରାଚୀ ନିଗମ ଉତ୍ତରପ୍ରଦେଶର ସୀତାପୁରର ନିବାସୀ। ସେ ପିଲା ଦିନରୁ ପାଠ ପଢ଼ାରେ ବେଶ ଭଲ। 
Hh
ହେଲେ ତାଙ୍କ ମୁହଁରେ ଅଧିକ ଚୁଟି ଥିବା ଯୋଗୁଁ ସେ ଲୋକଙ୍କ ଟାହି ଟାପରାର ଶିକାର ହୋଇ ଆସୁଥିଲେ। ନିକଟରେ ୟୁପି ଦଶମ ବୋର୍ଡ ପରୀକ୍ଷାରେ ଟପ୍ପର ହେବାପରେ ତାଙ୍କ ନିକଟକୁ ଶୁଭେଚ୍ଛା ସୁଅ ଛୁଟି ଥିଲା।
ହେଲେ ଏହି ସମୟରେ ଅନେକ ଲୋକ ତାଙ୍କ ଚେହେରାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ। କିଛି ଦିନ ଚୁପ ରହିବା ପରେ ତାଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ ଜବାବ ଦେବାକୁ ନିଷ୍ପତ୍ତି ନେଇଥିଲେ ପ୍ରାଚୀ। ଏନେଇ ସେ ବିବିସିକୁ ଦେଇଥିବା ଏକ ଇଣ୍ଟରଭ୍ୟୁ ସେ ପ୍ରତିକ୍ରିୟା ରଖିଥିଲେ।
ସେ କହିଥିଲେ, “ଆମ ସମାଜରେ ଝିଅମାନେ ନିଜର ରୂପ, ରଙ୍ଗ ତଥା ଶାରୀରିକ ଗଠନକୁ ନେଇ ଅଧିକାଂଶ ସମୟରେ ସମାଲୋଚନାର ଶିକାର ହୋଇଥାନ୍ତି। ମୋ କ୍ଷେତ୍ରରେ ଏହା କିଛି ନୂଆ କଥା ନୁହେଁ।
Gg
ମୋ ଚେହେରା ପାଇଁ ମୁଁ ପିଲାଦିନୁ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଆସିଛି। ଏବେ ମତେ ଏଥିରେ କିଛି ଫରକ ପଡୁନାହିଁ। ମୁଁ ସେ ସବୁ ସମାଲୋଚନାକୁ ଖାତିର ନକରି ନିଜର ସମସ୍ତ ଧ୍ୟାନ ପାଠ ପଢ଼ାରେ ଲଗାଉଛି। ମୋର ସଫଳତା ହିଁ ମୋର ପରିଚୟ ପାଲଟିବ।”
ସେ ଆହୁରି କହିଥିଲେ, “ଆମ ଦେଶରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ମଧ୍ୟ ତାଙ୍କର କେଶ ପାଇଁ ସମାଲୋଚନା କରାଯାଇଥିଲା, ମୁଁ ତ ସାଧାରଣ ଝିଅ ଟିଏ। ଭଗବାନ ମତେ ଯେମିତି ଗଢ଼ିଛନ୍ତି, ମୁଁ ସେଥିରେ ଖୁସି ଅଛି। କୌଣସି ଲୋକଙ୍କୁ ଯଦି ଆମେ ଖୁସି ଦେଇ ପାରୁନାହୁଁ ।
ତେବେ ତାଙ୍କୁ ଥଟ୍ଟା ପରିହାସ କରିବା ଉଚିତ ନୁହେଁ।” ଉତ୍ତରପ୍ରଦେଶର ୫୫ ଲକ୍ଷ ଛାତ୍ରଛତ୍ରୀଙ୍କୁ ପଛରେ ପକାଇ ଦଶମ ବୋର୍ଡ ପରୀକ୍ଷାରେ ପ୍ରାଚୀ ନିଗମ ଟପ୍ପର ହୋଇଛନ୍ତି। ସେ ଭବିଷ୍ୟତରେ ଜଣେ ଭଲ ଇଞ୍ଜିନିୟର ହେବାକୁ ଲକ୍ଷ ରଖିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.