Movie prime

ମଣିଷ ପଣିଆ ଦେଖାଇଲେ ଲୋକପ୍ରିୟ ହିରୋ Sidhanta Mohapatra ( Muna Bhai ) ଦେଖନ୍ତୁ ଧାଇଁ ଆସି ବଞ୍ଚାଇଲେ ଜୀବନ - Live

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରବିବାର ଖରାବେଳେ ପାହାଳ ପାଖ ରାଜପଥ ଉପରେ ସିନେମାର ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଜଣେ ଗୁରୁତର ଆ-ଘା-ତପ୍ରାପ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ଉଦାହରଣ ସୃଷ୍ଟି କରିଥିଲେ।
ସୂଚନା ଅନୁଯାୟୀ, ନରଣପୁରସ୍ଥିତ କେଏମବିବି ଯୁକ୍ତ ଦୁଇ ବିଜ୍ଞାନ କଲେଜର ଏକ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଯୋଗଦେଇ ସିଦ୍ଧାନ୍ତ ମହାପାତ୍ର ବାଲିକୁଦା ଗୋପାଳପୁର ପଟରୁ ଆସି ଜାତୀୟ ରାଜପଥରେ ଭୁବନେଶ୍ବର ଫେରୁଥିଲେ। 
Special Report
ପାହାଳ ପାଖ ଏକ ହୋଟେଲ ସାମନାରେ ଅପରାହ୍ନ ୨ଟା ୧୫ରେ ତାଙ୍କ କାର ସାମନା ପ୍ରାୟ କୋଡ଼ିଏ ମିଟର ଦୂରରେ ଏକ ଭ୍ୟାନ୍ ପଛପଟୁ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ମାରି ବହୁବାଟ ଘୋଷାଡି ନେଇଥିବା ଦେଖିଥିଲେ ସିଦ୍ଧାନ୍ତ ମହାପାତ୍ର।
ବାଇକ ଆରୋହୀ ଆହତ ଆଇନଜୀବୀ ମଦନ ସ୍ବାଇଁଙ୍କ ଗୋଟିଏ ଗୋଡ଼ ପ୍ରାୟ ଶରୀରରୁ ଅଲଗା ହେବା ସହ ପ୍ରଚୁର ର-କ୍ତସ୍ରାବ ହେଇଥିଲା। 
Special Report
ନିଜ ଗାଡ଼ି ଅଟକାଇ ଆହତ ବ୍ୟକ୍ତିଙ୍କୁ ଆଗ ଡାକ୍ତରଖାନା ନେବା ପାଇଁ ସିଦ୍ଧାନ୍ତ ମହାପାତ୍ର ବ୍ୟବସ୍ଥା କଲେ। ତାଙ୍କ ପ୍ରଚେଷ୍ଟା ଉପସ୍ଥିତ ଯୁବକ, ପୁଲିସମାନଙ୍କ ମନରେ ଉତ୍ସାହ ଭରିଦେଇଥିଲା।
ଦ୍ରୁତ ଗତିରେ ନିଜ ଗାଡ଼ିରେ ଆମ୍ବୁଲାନ୍ସକୁ କେବଳ ପାଇଲଟିଂ କରି ବାଟ କଢ଼ାଇଲେ ନାହିଁ, ପୁଲିସ କମିସନରଙ୍କ ସାହାଯ୍ୟ ନେଇ ବେହେରାସାହିଠାରୁ ପିସିଆର୍ ଭ୍ୟାନ୍ ଯୋଗେ ଆମ୍ବୁଲାନ୍ସକୁ ଆହୁରି ଶୀଘ୍ର ବାଟ କଢ଼ାଇବାର ବ୍ୟବସ୍ଥା କରାଇଥିଲେ ସିଦ୍ଧାନ୍ତ। 
Special Report
ଫରେଷ୍ଟ ପାର୍କ ସ୍ଥିତ ସୁଶ୍ରୁତ ହସପିଟାଲରେ ତାଙ୍କୁ ନେଇ ଭର୍ତ୍ତି କରାଇଥିଲେ। ଆହତ ବ୍ୟକ୍ତିଙ୍କ ମୋବାଇଲ ଫୋନରୁ ବହୁ କଲ୍ କରି ଶେଷରେ ମଦନ ସ୍ବାଇଁଙ୍କ ପରିବାରବର୍ଗଙ୍କୁ ଖବର ଦେବାରେ ସଫଳ ହେଲେ।
ସେମାନେ ସାଢ଼େ ଚାରିଟାରେ ଆସିବା ଯାଏ ନିଜେ ହସପିଟାଲରେ ଅପେକ୍ଷା କରିଥିଲେ ସିଦ୍ଧାନ୍ତ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.