Movie prime

ସିଦ୍ଧାର୍ଥ ରାଉତରାୟ ନୂଆ ପାର୍ଟି ଗଢିଲେ...କାହାର ହେବ ଲାଭ ଆଉ କାହାର ହେବ କ୍ଷତି...

 
Tg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bb
ଅଚାନକ ମତ ପରିବର୍ତ୍ତନ କଲେ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। କହିଲେ, ନିମାପଡ଼ା ନୁହେଁ, ଏଥର ଜଟଣୀରୁ ଲଢ଼ିବେ ନିର୍ବାଚନ। କାହା ସହ ରହିବେ ବାପା ସୁରେଶ ରାଉତରାୟଙ୍କ ସମର୍ଥକ ?
କଂଗ୍ରେସ ଟିକେଟ ନୁହେଁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ସିଦ୍ଧାର୍ଥ। ଚକିତ କଲା ଭଳି ବୟାନ ଦେଲେ ସିଦ୍ଧାର୍ଥ, କହିଲେ ନୂଆ ପାର୍ଟି ଗଢ଼ିବେ। ନୂଆପାର୍ଟି ଗଢ଼ିଲେ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ପାଇଁ ପ୍ଲସ୍ ହେବ ନା ମାଇନସ ହେବ ? 
ସିଦ୍ଧାର୍ଥ ରାଉତରାୟ ଜଣେ ଭଲ ପର୍ବାତାରୋହୀ। ବାହାରେ ରହୁଥିବା ସିଦ୍ଧାର୍ଥ ଗତବର୍ଷ ହିଁ ଓଡିଶା ଆସିଥିଲେ। ସେ ସମୟରେ ସୁର କହିଥିଲେ ସିଦ୍ଧାର୍ଥ ନିର୍ବାଚନ ଲଢିବେ। ତେବେ ସେ କେଉଁଠୁ ଲଢିବେ ତାହା ସ୍ପଷ୍ଟ ହୋଇନଥିଲା।
Gg
ଏବେ ଜଟଣୀରୁ ସ୍ୱାଧୀନ ଲଢିବେ ବୋଲି ଘୋଷଣା କରିଥିଲେ ବି କଂଗ୍ରେସକୁ ପ୍ରଂଶସା କରିଛନ୍ତି ସିଦ୍ଧାର୍ଥ। ଆଉ କହିଛନ୍ତି, ବାପା ଯାହା ଭୁଲ କରିଛନ୍ତି ତାକୁ ଠିକ କରିବା ଦାୟିତ୍ୱ ବଡପୁଅର। 
କଂଗ୍ରେସ ପ୍ରତି ସମ୍ମାନ ଓ ସମର୍ଥନ ରହିଆସିଛି। କଂଗ୍ରେସରୁ ଠିଆହେଲେ ଭୁଲ ବାର୍ତ୍ତା ଯିବ। ତେଣୁ ସେ ଏକାକୀ ଲଢିବେ।ସିଦ୍ଧାର୍ଥଙ୍କ ବାପା ସୁର ରାଉତରାୟ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ୬-୬ ଥର ବିଧାୟକ ଅଛନ୍ତି।
ଏଠାରେ କଂଗ୍ରେସର ପକେଟ ଭୋଟ ଅଛି। କିନ୍ତୁ ସିଦ୍ଧାର୍ଥ ସ୍ୱାଧୀନ ଛିଡାହେଲେ ସୁରଙ୍କ ଭୂମିକା କଣ ହେବ? ବଡପୁଅ ନା ସାନପୁଅ ପାଇଁ ପ୍ରଚାର କରିବେ ତାହା ସୁରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.