Movie prime

ବାହା ହେବାକୁ ଆସି ଶିଶୁପାଳ ହୋଇ ଫେରିଲା ବର୍ ଦେଖନ୍ତୁ ଏହି କାରଣ ଜାଣି ସମସ୍ତେ କଲେ ଛି ଛି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଡ ଧୁମ୍‌ଧାମରେ ଚାଲିଥିଲା ବିବାହ ଆୟୋଜନ। ସଜା ମଣ୍ଡପ ସହ କନିଆ ମଧ୍ୟ ହୋଇଥିଲା ରେଡି। ବର ପହଞ୍ଚିଲା ଉଭୟଙ୍କ ବିବାହ ବି ହେଇଥାନ୍ତା।
କିଛି ଘଣ୍ଟା ପରେ ଝିଅ ଯାଇଥାନ୍ତା ବେଦୀକୁ, ହେଲେ ତା ପୂର୍ବରୁ ହୋଇ ଗଲା ସବୁ ଓଲଟପାଲଟ। ଝିଅ ଘରକୁ ବନ୍ଧୁ ବାନ୍ଧବ ଆସିଥିଲେ। ରୋଷେଇ କାର୍ଯ୍ୟ ଶେଷ ହୋଇଥିଲା। 
ସାହିପଡ଼ିଶା ଓ ବନ୍ଧୁବାନ୍ଧବ ଖାଇ ସାରିବା ପରେ ବର ଯାତ୍ରୀଙ୍କ ପାଇଁ ସମସ୍ତେ ଅପେକ୍ଷା କରିଥିଲେ। ହେଲେ ତା'ପୂର୍ବରୁ ପହଞ୍ଚି ଯାଇଥିଲେ ଚାଇଲ୍ଡ ଲାଇନ୍‌ ଓ ପୋଲିସ । ଆଉ ପହଞ୍ଚି ଯିବା ପରେ ବିବାହ ବନ୍ଦ ହୋଇଥିଲା।
Special Report
ବିବାହ ବନ୍ଦ ହେବାର କାରଣ ହେଉଛି ଝିଅର ବୟସ ହୋଇ ଥିଲା ୧3ବର୍ଷ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରଣପୁର ଡମ ସାହି ଗ୍ରାମରେ ଏକ ବାଲ୍ୟ ବିବାହ ହେଉଥିଲା। 
ଏହାର ଖବର ପାଇ ରଣପୁର ଥାନାର ସହାୟତାରେ ଚାଇଲ୍ଡ ଲାଇନ୍ ବିଭାଗ ଚଢ଼ାଉ କରି ନାବାଳିକା କନ୍ୟାକୁ ଉଦ୍ଧାର କରିଥିଲେ। ତେବେ କନ୍ୟାର ବୟସ ମାତ୍ର ୧୩ ବର୍ଷ ହୋଇଥିବା ବେଳେ
 ସେ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣା ପଡ଼ିଛି। ନୟାଗଡ଼ ଚାଇଲ୍ଡ ଲାଇନ ବିଭାଗ କନ୍ୟାକୁ ଶିଶୁ ମଙ୍ଗଳ ସମିତି ରେ ହାଜର କରି ସଠିକ୍ କେନ୍ଦ୍ରରେ ରଖିଛି। 
ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ସ୍ଵୟଂ ସହାୟକା ଗୋଷ୍ଠୀର ମାଆ ମାନେ କନ୍ୟାର ଘର ଲୋକଙ୍କୁ ଅନେକ ବୁଝାଇଥିଲେ ମଧ୍ୟ କୌଣସି କଥା ଶୁଣିନଥିଲେ କନ୍ୟାର ପରିବାର ଲୋକେ।
ସେପଟେ କନ୍ୟାକୁ ଶିଶୁ ମଙ୍ଗଳ ବିଭାଗ ନେଇଯିବା ବେଳେ ବର ଶିଶୁପାଳ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.