Movie prime

ରାତି କୁ ୫୦୦ , ଭୁବନେଶ୍ୱର ରେ ଧରା ହେଲେ ଯୁବତୀ ସେ-କ୍ସ ଗ୍ୟାଙ୍ଗ !

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବକ ବେଙ୍ଗାଲୁରରୁ ଆସି ଭୋର ୩ଟାରେ ଭୁବନେଶ୍ୱର ରେଳଷ୍ଟେସନରେ ଓହ୍ଲାଇଥିଲେ।
ସେଠାରୁ ସେ ଚାଲି ଚାଲି ରୂପାଲି ଛକ ଅଭିମୁଖେ ଯାଉଥିଲେ। ରାମ ମନ୍ଦିର ଛକ ପୂର୍ବରୁ ଏକ ଗଳିରୁ ଜଣେ ଯୁବତୀ ବହାରି ଆସି ଇଶାରା କରି ଡ଼ାକିଥିଲେ। ଯୁବକ ଜଣକ ଯୁବତୀଙ୍କ ପାଖକୁ ଯାଇଥିଲେ। ଆଉ ହଠାତ୍ ଯୁବତୀ ଜଣକ ଯୁବକଙ୍କୁ ଜାବୁଡ଼ି ଧରିଥିଲେ। 
କିଛି ବୁଝିବା ପୂର୍ବରୁ ଅନ୍ୟ ଜଣେ ଯୁବତୀ ଯାଇ ସେଠାରେ ପହଞ୍ଚି ଯାଇଥିଲେ। ଉଭୟ ମିଶି ରାହୁଲଙ୍କ ଠାରୁ ମୋବାଇଲ ଓ ମନିପର୍ସ ଲୁଟି ନେଇଥିଲେ। ଯୁବକ ଜଣଙ୍କ ପ୍ରତିବାଦ କରିବାରୁ ଉଭୟ ମିଶି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
Special Report
ଭୟରେ ଯୁବକ ଜଣଙ୍କ ଦୌଡ଼ିଥିଲେ। କିଛି ଦୂରରେ ଛିଡ଼ା ହୋଇଥିବା ପିସିଆର ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପିସିଆର ପୋଲିସ ସଙ୍ଗେ ସଙ୍ଗେ ଯୁବକଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେଠାରେ କେହି ହେଲେ ନଥିଲେ। 
ଶେଷରେ ପୋଲିସ ସଙ୍ଗେ ସଙ୍ଗେ ଚାରିଆଡ଼େ ଖୋଜାଖୋଜି କରି ୨ ଯୁବତୀଙ୍କୁ ଠାବ କରିଥିଲେ। ଯୁବକ ଜଣଙ୍କ ସେହି ଯୁବତୀ ମାନଙ୍କୁ ଚିହ୍ନଟ କରିଥିଲେ। ପୋଲିସ ଦୁଇ ଯୁବତୀଙ୍କୁ ପଚାରିବାରୁ ସେମାନେ ଓଲଟି ପୋଲିସକୁ ଗାଳିଗୁଲଜ କରିଥିଲେ।
ପିସିଆର ପୋଲିସ ଠାରୁ ଖବର ପାଇ ଖାରବେଳନଗର ଥାନା ପୋଲିସ ସେଠାରେ ପହଞ୍ଚି ଯାଇଥିଲେ। ୨ ଯୁବତୀଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛନ୍ତି। ଉଭୟ ଯୁବତୀଙ୍କ ଠାରୁ ପୋଲିସ ଲୁଟ ମୋବାଇଲ ଓ ମନିପର୍ସ ଜବତ କରିଛି। 
ପୋଲିସ ତଦନ୍ତରୁ ଜଣାପଡିଛି, ଏହିପରି କିଛି ଲେଡି ଲୁଟେରା ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟୀନରୁ ରାଜମହଲ ଓ ମାଷ୍ଟରକ୍ୟାଣ୍ଟୀନରୁ ବାଣୀବିହାର ରାସ୍ତାରେ ସେ-କ୍ସ୍ ଆଳରେ ଯାତ୍ରୀଙ୍କୁ ଲୁଟପାଟ କରୁଛନ୍ତି।
ତେଣୁ ଧରାପଡ଼ିଥିବା ଲେଡି ଲୁଟେରା ଏପରି କେତେ ଜଣଙ୍କୁ ଲୁଟପାଟ କରିଛନ୍ତି ସେ ନେଇ ପୋଲିସ ଦୁଇ ଯୁବତୀଙ୍କୁ ପଚରାଉଚରା କରୁଛି। ତଦନ୍ତ ଜାରି ରହିଥିବାରୁ ପୋଲିସ ଦୁଇ ଲେଡି ଲୁଟେରାଙ୍କ ବିଷୟରେ କୌଣସି ସୂଚନା ଦେଉନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.