Movie prime

ସୋଫା ରେ ବସି ଟିଭି ଦେଖୁଥିଲା ବେଳେ..ଅଚାନକ ମରିଗଲେ ମିସ ଇଣ୍ଡିଆ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କର୍କଟ ରୋଗ ନେଇ ଯାଇଛି ଏବେ ମିସ୍ ଇଣ୍ଡିଆ ଙ୍କ ଜୀବନ।୨୮ ବର୍ଷରେ ହିଁ ସେ ଏହି ଦୁନିଆ ରୁ ବିଦାୟ ନେଇଛନ୍ତି। ସ୍ତନ କର୍କଟ ରୋଗରେ ପୀଡିତ ହୋଇ ସବୁଦିନ ପାଇଁ ଆଖି ବୁଜିଦେଲେ
Special report
ମିସ ଇଣ୍ଡିଆ ତ୍ରିପୁରା ରିଙ୍କି ଚକ୍ମା।୨୦୧୭ ରେ ଫେମିନା ମିସ୍ ଇଣ୍ଡିଆ ତ୍ରିପୁରା ର ଟାଇଟଲ ଜିତିଥିଲେ। ମିସ୍ ଇଣ୍ଡିଆ ଟାଇଟଲ ଜିତିବା ପରେ ସେ ନିଜ ପାଇଁ ଅନେକ କିଛି ସ୍ବପ୍ନ ମଧ୍ୟ ଦେଖି ଥିଲେ।
ହେଲେ ତାଙ୍କର ଏହି ସୁନ୍ଦର୍ ସ୍ୱପ୍ନରେ କଣ୍ଟା ସାଜିଥିଲା କର୍କଟ ରୋଗ। ଗତ ଦୁଇ ବର୍ଷ ହେବ ସେ ସ୍ତନ କର୍କଟ ରୋଗ ରେ ପୀଡ଼ିତ ଥିଲେ। ଫେବୃଆରୀ ୨୨ ରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା।
ଏହାପରେ ତାଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ଆଉ ଏବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ହିଁ ସେ ସାରା ଦୁନିଆକୁ ଛାଡ଼ି ଚାଲି ଯାଇଛନ୍ତି।
Special report
୨୦୨୨ ରେ ତାଙ୍କୁ ସ୍ତନ କର୍କଟ ରୋଗ ହୋଇଥିବା ଜାଣିବାକୁ ପାଇଥିଲେ ରିଙ୍କି। ଏହାପରେ ତାଙ୍କର ସର୍ଜରୀ ମଧ୍ୟ ହୋଇଥିଲା ହେଲେ ସେତେବେଳକୁ କ୍ୟାନ୍ସର ତାଙ୍କର ମସ୍ତିଷ୍କ ଓ ଫୁସଫୁସ କୁ ପ୍ରଭାବିତ କରି ସାରିଥିଲା।
ଏହାପରେ ତାଙ୍କ ମସ୍ତିଷ୍କରେ ଟ୍ୟୁମର ହେବା ଫଳରେ ଡ଼ାକ୍ତର ତାଙ୍କୁ ସର୍ଜରୀ କରିବା ପାଇଁ କହିଥିଲେ। କେମୋ ଥେରାପି ନେଇ ୩୦ ପ୍ରତିଶତ ସୁସ୍ଥ ହେବା ପରେ ହିଁ ସର୍ଜରୀ ହୋଇ ପାରିବ ବୋଲି ଡ଼ାକ୍ତର କହୁଥିଲେ।
ହେଲେ ତାଙ୍କର କେମୋ ଥେରାପି ଚାଲିଥିବା ବେଳେ ହିଁ ୨୦୨୨ ରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ହେଲେ ଗୁରୁବାର ଦିନ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ଫେମିନା ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକ୍ମା।
ଏହି ଖବର ଏବେ ଚାରିଆଡ଼େ ଖୁବ୍ ଚହଳ ସୃଷ୍ଟି କରିଛି। ଆମେ ତାଙ୍କର ଅମର ଆତ୍ମାର ସଦ୍ ଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ। ତାଙ୍କୁ ଭଗବାନ ତାଙ୍କ ନିକଟରେ ଶାନ୍ତି ରେ ରଖନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.