Movie prime

ଶ୍ରାବଣ ମାସରେ ଅଘଟଣ ଦେଖନ୍ତୁ ଭାଙ୍ଗିଲା ଶିବ ମନ୍ଦିର ଅକାରଣରେ ଚାଲିଗଲା ଭକ୍ତ ମାନଙ୍କ ଜୀବନ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ,ପ୍ରବଳ ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଖାସ୍‌ କରି ପାହାଡ଼ିଆ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହୋଇଛି।
Special report
ତେବେ ବନ୍ଧୁଗଣ ଗତକାଲି ଶ୍ରାବଣ ମାସ ସୋମବାର ଥିବାରୁ ଭକ୍ତଙ୍କର ଲାଗିଥିଲା ଭିଡ଼। ତେବେ ଶ୍ରଦ୍ଧାଳୁ ମାନେ ମହାଦେବଙ୍କ ପୂଜାର୍ଚ୍ଚନା କରୁଥିଲେ ଆଉ ହଠାତ୍ ମାଡ଼ି ଆସିଲା ସେମାନଙ୍କ ଉପରକୁ ମୃତ୍ୟୁର କଳା ଛାଇ। 
କ୍ଷଣିକରେ ଅକାଳରେ ମାଡ଼ି ଆସିଲା ବର୍ଷା। ତେବେ ସେହି ବର୍ଷା ଯୋଗୁଁ ହଠାତ୍ ଭୁଶୁଡ଼ି ପଡିଲା ମନ୍ଦିର। ଆଉ ସେହି ମନ୍ଦିର ତଳେ ଚାପି ହୋଇଗଲେ ଅନେକ ଲୋକ। ତେବେ ବନ୍ଧୁଗଣ ହିମାଚଳ ପ୍ରଦେଶ ସିମଲାରେ ହୋଇଛି ଭୂସ୍ଖଳନ।
Special report
ଏଠାରେ ଥିବା ଶିବ ମନ୍ଦିରରେ ଭୂସ୍ଖଳନ ଯୋଗୁଁ ୫୦ ଲୋକ ତଳେ ଦବିଥିବା ଅନୁମାନ କରାଯାଉଛି। ସକାଳ ୭ ଟା ସମୟରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ ହମାଚଳ ସିମଲାରେ ଥିବା ଶିବ ମନ୍ଦିରକୁ ସୋମବାର ଯୋଗୁଁ ଲୋକଙ୍କ ଭିଡ଼ ରହିଥିଲା। 
ଆଉ ଏହି ସମୟରେ ଭୂସ୍ଖଳନ ହେବା ଯୋଗୁଁ ଲୋକେ ଏହାତଳେ ଦବି ଯାଇଥିଲେ। ଲଗାତାର ଲ୍ୟାଣ୍ଡସ୍ଲାଇଡ ହେବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଅନେକ ଲୋକ ଏହାତଳେ ଦବି ଥିବା ସ୍ଥାନୀୟ ଲୋକେ କହିଛନ୍ତି।
Special report
ଏବଂ ସିମଲା ଏସପି ସଞ୍ଜୀବ ଗାନ୍ଧୀ କହିଛନ୍ତି ଅତ୍ୟଧିକ ବର୍ଷା ଯୋଗୁଁ ବଡ଼ ଭୂସ୍ଖଳନ ହୋଇଛି। ଏଥିରେ ଅନେକ ଘର ମାଟିରେ ମିଶି ଯାଇଛି। କିଛି ଆଦିବାସୀ ମାଟି ଗଦା ଭିତରେ ଫସି ରହୁଥିବା ଆଶଙ୍କା କରାଯାଉଛି। 
ଘଟଣା ସ୍ଥଳରେ ଆମ୍ବୁଲାନ୍ସ, ଏନଡିଆରଏଫ, ଏସଡିଆରଏଫ, ଜିଲ୍ଲା ପୋଲିସ ଉପସ୍ଥିତ ଅଛନ୍ତି। ଏହି ଭୂସ୍ଖଳନ ରେ ପ୍ରବଳ କ୍ଷତିଗସ୍ତ ହୋଇଥିବା ଅନୁମାନ କରାଯାଇଛି। ହିମାଚଳ ଏବଂ ଉତ୍ତରାଖଣ୍ଡରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି।
ଏହି କାରଣରୁ ଉଭୟ ରାଜ୍ୟରେ ହାହାକାର ସ୍ଥିତି ଦେଖା ଦେଇଛି। ତେବେ ହିମାଚଳ ପ୍ରଦେଶରେ ୪୮ ଘଣ୍ଟା ଭିତରେ ୬୦ ଜଣଙ୍କ ମୃ-ତ୍ୟୁ ହୋଇ ସାରିଲାଣି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.