Movie prime

ସ୍ତ୍ରୀ ପାଇଁ ଲିପ୍ ଷ୍ଟିକ୍ କିଣିବ ବୋଲି ଲାଞ୍ଚ ମାଗିଥିଲା ଏବେ ଜେଲ୍ ରେ ଯାଇ ଘଣା ପେଶିବ ପୋଲିସ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ତ୍ରୀ ଲିପଷ୍ଟିକ୍ ଲଗେଇବ ବୋଲି ଲୋକଙ୍କ ଠାରୁ ଲାଞ୍ଚ ନେଉଥିଲା ଏହି ଲାଞ୍ଚୁଆ ଅଧିକାରୀ ଜଣକ। ତାଙ୍କୁ ଯେତିକି ଦରମା ମିଳୁଥିଲା ସେତିକିରେ ସେ ତାଙ୍କର ସ୍ତ୍ରୀ ପାଇଁ ଲିପଷ୍ଟିକ କିଣି ପାରୁ ନଥିଲେ।
Special report
ଯାହା ଫଳରେ କି ସ୍ତ୍ରୀ ପାଇଁ ଲିପଷ୍ଟିକ କିଣିବ ବୋଲି କହି ଲୋକଙ୍କୁ ଲାଞ୍ଚ ମାଗୁଥିଲା। ସ୍ୱାମୀର ଲାଞ୍ଚ ଟଙ୍କାରେ ସ୍ତ୍ରୀ ଲିପଷ୍ଟିକ ଲଗାଇ ବୁଲୁଥିଲା। ଏହି ବଡ଼ ବାବୁ ଜଣକ ହେଉଛନ୍ତି ଜଣେ ପ୍ରଶାସନିକ ଅଧିକାରୀ।
ତାଙ୍କର ମାସିକ ଦରମା ମଧ୍ଯ ୪୦ ହଜାର ରୁ ଅଧିକ ଟଙ୍କା। ବାବୁ ଜଣକ ଅନେକ ପଇସା ରୋଜଗାର କରୁଥିଲେ ମଧ୍ୟ ତାଙ୍କର ସ୍ତ୍ରୀ ଙ୍କ ମନ ସେତିକି ଟଙ୍କା ରେ ଶାନ୍ତି ହୋଇ ନଥିଲା। ଆଉ ସେ ନିଜର ସାଉଜ୍ ପୂରା କରିବାକୁ ଚାହୁଁଥିଲେ।
ସେଥିପାଇଁ ସେ ବଡ଼ ବାବୁ ଜଣକୁ ଲାଞ୍ଚ ନେବା ପାଇଁ କହୁଥିଲେ ବୋଲି ଏହା ଶୁଣିବାକୁ ମିଳିଛି। ନିଜ ସ୍ତ୍ରୀ କୁ ଖୁସୀ କରିବା ପାଇଁ ବାବୁ ଜଣକ ହାତ ଗୁଞ୍ଜା ମଧ୍ଯ ତାଙ୍କ ଠାରୁ ନେଉଥିଲେ।
Special report
ହେଲେ ତାଙ୍କର ସବୁ ଖେଳ ଶେଷ ହୋଇ ଯାଇଥିଲା। ଏହି ଲାଞ୍ଚୁଆ ଅଧିକାରୀ ଙ୍କ ଉପରେ ଭିଜଲାନ୍ସ ର ଦୃଷ୍ଟି ପଡି ଯାଇଥିଲା। ଲାଞ୍ଚ ପାଇଁ ପାଗଳ ଥିଲେ ବଡ଼ ବାବୁ। ଆଉ ତାଙ୍କୁ ଲାଞ୍ଚ ମିଳିଗଲେ ସେ ସବୁ କାମ ଚଟାପଟ୍ କରି ଦେଉଥିଲେ।
ଏହି କର୍ମଚାରୀ ଜଣକ ତାଙ୍କର ଦରମା ଟଙ୍କାରେ ଆଦୌ ସନ୍ତୁଷ୍ଟ ନଥିଲେ। ଲାଞ୍ଚ ନଦେଲେ ଏହି ସରକାରି ଅଫିସ୍ ରେ ବର୍ଷ ବର୍ଷ ଧରି ଫାଇଲ ପଡି ରହୁଛି। ତେଣୁ ଅନେକ ସମୟରେ ହାତ ଗୁଂଜା ଦେଇ କାମ କରନ୍ତି ହିତାଧିକାରୀ।
ଉପୁରି ପାଇଁ ପାଗଳ ଥିବା ବାବୁ ଜଣକ ଏବେ ଭିଜିଲାନ୍ସ ହାତରେ ଧରା ପଡି ଯାଇଛନ୍ତି। ଏହି ବାବୁ ଜଣକ ହେଉଛନ୍ତି ଜିଲା ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ। ତାଙ୍କର ନାମ ମଧ୍ୟ ହେଉଛି ସୁବ୍ରତ କୁମାର କାନୁନଗୋ।
ସେ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଧରି ପକାଇଛି। ଆଉ ଏହି ଘଟଣା ଏକ ବହୁତ୍ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।