Movie prime

ଶେଷରେ ବହୁ ପ୍ରତିକ୍ଷିତ କପିଲ ଶର୍ମା ଙ୍କ ଫିଲ୍ମ ର ଟ୍ରେଲର ହେଲା ରିଲିଜ୍ , ଲୋକେ କହିଲେ ଏହା ଦମନ କୁ ବି କାଟିଦେବ

 
Special report
ଜ୍ୱିଗାଟୋ ବୟ ର ସଂଘର୍ଷ କାହାଣୀ ଦେଖିଲେ ଆପଣ ମାନଙ୍କ ଆଖିରେ ଲୁହ ଚାଲି ଆସିବ।ଜଣେ ଡେଲିଭରି ବୟ ଗୋଟିଏ ବାଇକ୍ ରେ ସାରା ସହରକୁ ଖାଦ୍ୟ ଯୋଗାଉ ଥାଏ।ତାର ସଂଘର୍ଷମୟ ଜୀବନର କାହାଣୀ ବହୁତ କଷ୍ଟ ଦାୟକ ରହିଥାଏ।
ତାହା ପରଦାରେ ଗଢି ତୋଳିବା ପାଇଁ ଚେଷ୍ଟା କରିଛନ୍ତି କମେଡିଆନ୍ କପିଲ ଶର୍ମା।କମେଡିଆନ୍ କପିଲ ଶର୍ମା ଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ।
କ ମେଡିଆନ୍ କପିଲ ଶର୍ମା ନିଜର ସବୁଠାରୁ ସିରୀୟସ ଅବତାର ସହିତ ବଡ଼ ପରଦାରେ କମ୍ ବ୍ୟାକ୍ କରିବାକୁ ଯାଉଛନ୍ତି।କପିଲ ଙ୍କ ଚଳଚ୍ଚିତ୍ର ଜ୍ୱିଗାଟୋ ର ଟ୍ରେଲର ରିଲିଜ୍ ହୋଇ ସାରିଛି।
ଏହି ଟ୍ରେଲର ରେ ଆପଣମାନେ କପିଲ ଶର୍ମା ଙ୍କୁ ଏକ ଫୁଡ୍ ଡେଲିଭରି ବୟ ହୋଇଥିବାର ଦେଖିବାକୁ ପାଇବେ।କପିଲ ଙ୍କ ଚରିତ୍ର ଏକ ଗରିବ ପରିବାରର ଉପରେ ଆଧାରିତ ହୋଇଛି।ତାଙ୍କ ପିଲାମାନେ ଚାହାଁନ୍ତି ନାହିଁ କି ସେ ଫୁଡ୍ ଡେଲିଭରି କରନ୍ତୁ।
ଜ୍ୱିଗାଟୋ ର ଟ୍ରେଲର ରିଲିଜ୍ ହୋଇଛି।ଟ୍ରେଲର ର ଆରମ୍ଭ ରେ ଦେଖିବାକୁ ପାଇବେ ଯେ କପିଲ ଶର୍ମା ଜଣଙ୍କ ଘର ଭିତରକୁ ଝାଙ୍କୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ତାଙ୍କ ହାତରେ ଏକ ଖାଦ୍ୟ ଡବା ରହିଛି।ପିଠି ଉପରେ ବ୍ୟାଗ୍ ଆଉ ମୁଣ୍ଡ ଉପରେ ବାଇକ୍ ଡ୍ରାଇଭ୍ କରୁଥିବାରୁ ହେଲମେଟ ପିନ୍ଧିଥିଲେ।ଆଉ ତାଙ୍କ ସାର୍ଟ ରେ ଡେଲିଭରି ବୟ ଲେଖା ହୋଇଛି।
ଏହାପରେ ଯେଉଁ ବ୍ୟକ୍ତି ଅର୍ଡର ଦେଇଥିଲେ ସେହି ବ୍ୟକ୍ତି ଙ୍କ ଘରକୁ ଯାଇଥିଲେ।କିନ୍ତୁ ସେ ଯାଇ ଦେଖିଲେ ଯେଉଁ ବ୍ୟକ୍ତି ଅର୍ଡର ଦେଇଥିଲେ ତାଙ୍କ ଘର କବାଟ ଖୋଲି ଅଛି ଆଉ ସେ ସୋଇଛନ୍ତି।
କପିଲ ତାଙ୍କ ଘର ଭିତରକୁ ଯାଇ ଖାଇବାକୁ ଆଣିଛନ୍ତି ବୋଲି କହିଥିଲେ।କପିଲ ଙ୍କ ପାଖରେ ଏକ ଛୋଟ ଘର ଆଉ ତାଙ୍କ ପରିବାର ଅଛନ୍ତି।ତାଙ୍କ ଝିଅ ସବୁବେଳେ ଏହି କାମ ନ କରି ଅଲଗା କାମ କରିବାକୁ କହିଥାନ୍ତି।
ଡେଲିଭରି ବୟ ହେବା ଏକ ସହଜ କଥା ନୁହେଁ।ଆଉ ଏଥିପାଇଁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ। ସାରା ଦିନ ଆଉ ସାରା ରାତି ବାଇକ୍ ରେ ବୁଲି ବୁଲି ବିଭିନ୍ନ ପ୍ରକାର ଲୋକ ଖାଇବା ଡେଲିଭରି କରିଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.