Movie prime

ଶୁଆ ଦେଲା ମାଲିକିଆଣୀ ହ-ତ୍ୟା ର ଗୋଟିଏ ଗୋଟିଏ ପ୍ରମାଣ ଦେଖନ୍ତୁ ମାଇଁ କୁ କିପରି ହ-ତ୍ୟା କରିଥିଲା ଭଣଜା

 
Special report
ବର୍ତମାନ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।ଶୁଆ କହିଛି ନିଜ ମାଲିକାଣୀ କୁ ହ-ତ୍ୟା କରିଥିବା ଅଭିଯୁକ୍ତ ର ନାମ।ଶୁଆ ପାଖରୁ ହ-ତ୍ୟା-କା-ରୀ ର ନାମ ଶୁଣିବା ପରେ
 ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ।ବର୍ତମାନ ଦୋଷୀ କୁ ଆଜୀବନ କାରାଦଣ୍ଡ ର ଶୁଣାଣି କରାଯାଇଛି।ହ-ତ୍ୟା କରିବା ପରେ ଅଭିଯୁକ୍ତ ଜଣଙ୍କ ବଡ଼ ଆରାମରେ ନିର୍ଭୟ ରେ ବାହାରେ ବୁଲୁଥିଲେ।
ଦୋଷୀ କୁ ଲାଗିଥିଲା ଯେ ପୋଲିସ ତାଙ୍କୁ କେବେ ହେଲେ ଧରି ପାରିବେ ନାହିଁ।କିନ୍ତୁ ଘରର ପୋଷା ଶୁଆ ଯାହା ଦେଖୁଥିଲ ପୋଲିସ ଙ୍କ ଆଗରେ ଅଭିଯୁକ୍ତ ଙ୍କ ନାମ କହିଥିଲା।ଏହି ଘଟଣା ଜାଣିବା ପରେ କୋର୍ଟ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି।
ଏହି ଘଟଣା ଟି ୨୦୧୪ ରେ ହୋଇଥିଲା।ତେବେ ଫେବୃଆରୀ ୨୧ ତାରିଖ ରେ ଗୋଟିଏ ଖବର କାଗଜର ସମ୍ପାଦକ ବିଜୟ ଶର୍ମା ନିଜ ସମ୍ପର୍କୀୟ ଙ୍କ ବାହାଘର କୁ ଯାଇଥିଲେ।ଆଉ ଘରେ ସ୍ତ୍ରୀ ନିଲମ ଏକା ଥିଲେ।
ଏହି ସମୟରେ ଫାଇଦା ନେଇ କିଛି ବଦମାସ୍ ଘରେ ପଶିଥିଲେ।ଆଉ ନିଲମ ଙ୍କୁ ଜୀବନରୁ ମାରି ଦେଇଥିଲେ।ଏହା ସହିତ ତାଙ୍କ କୁକୁର କୁ ମଧ୍ୟ ହ-ତ୍ୟା-କା-ରୀ ମାନେ ମାରି ଦେଇଥିଲେ।
କାରଣ ମାଲିକାଣୀ କୁ ଆକ୍ରମଣ କରୁଥିବାର ଦେଖି ପ୍ରତି ଆକ୍ରମଣ କରିଥିଲା କୁକୁର।ମହିଳା ଙ୍କ ଉପରେ ୧୪ ଥର ଆକ୍ରମଣ ଏବଂ କୁକୁର କୁ ୯ଥର ଆକ୍ରମଣ କରାଯାଇଥିଲା ବୋଲି ସବ ବ୍ୟବଚ୍ଛେଦ ରିପୋର୍ଟ ରୁ ଜଣାପଡିଛି।
ତେବେ ହ-ତ୍ୟା ପରେ ହ-ତ୍ୟା-କା-ରୀ ମାନେ ଘରେ ଲୁଟ ମଧ୍ୟ କରିଥିଲେ।ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲେ।ସବୁଠାରୁ ବଡ଼ କଥା ହେଉଛି ଯେ ହ-ତ୍ୟା ପରଠାରୁ ମୃ-ତ-କ ଙ୍କ ଘରେ ଥିବା
 ଶୁଆ ରାଜା ଲଗାତାର ମହିଳାଙ୍କ ଭଣଜା ଆଶୁତୋଷ ଙ୍କ ନାମ ନେଉଥିଲା।ଏପରିକି ଯେତେବେଳେ ଘରେ ଆଶୁତୋଷ ଙ୍କ ନାମ ନିଆ ଯାଉଥିଲା ସେତେବେଳେ ମଧ୍ୟ ଶୁଆଟି ଜୋର ଜୋର ରେ ଚିଲ୍ଲେଇ ଥିଲା।
ଏହାପରେ ପରିବାର ଲୋକମାନେ ସନ୍ଦେହ କରିଥିଲେ।ପୋଲିସ ଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇଥିଲେ।ଏହାପରେ ପୋଲିସ ଆଶୁତୋଷ ଙ୍କୁ ଅଟକ ରଖି ପଚରାଉଚରା କରିଥିଲେ।
ପଚରାଉଚରା ବେଳେ ଆଶୁତୋଷ ତାଙ୍କ ସାଙ୍ଗ ସହିତ ମିଶି ହ-ତ୍ୟା କରିଥିବା କଥା ସ୍ବୀକାର କରିଥିଲେ।୨୦୨୦ ରେ କରୋନା ଯୋଗୁ ଖବର କାଗଜର ସମ୍ପାଦକ ବିଜୟ ଶର୍ମା ଙ୍କ ଦେହାନ୍ତ ହୋଇଥିଲା।
ଏଣୁ ମୃ-ତ୍ୟୁ ପରେ ତାଙ୍କ ଝିଅ ମାନେ କେଶ କୁ ଆଗକୁ ନେଇଥିଲେ।ଏହି ୯ ବର୍ଷ ତଳର କେଶ ରେ ଶେଷରେ ପରିବାର କୁ ନ୍ୟାୟ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.