Movie prime

ଏପ୍ରିଲ ରୁ ପୁଣି ଫେରିବ ଗ୍ରୀଷ୍ମ ... ରୁହନ୍ତୁ ସାବଧାନ...ପୁରା ୫୦°c ତାପମାତ୍ରା ରେ ଜଳିବ ସାରା ଓଡ଼ିଶା..

 
Bh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଉପାନ୍ତରୁ ପଶ୍ଚିମ ,ପ୍ରବଳ ତାତିରେ ସିଝୁଛି ଓଡ଼ିଶା। ମାର୍ଚ୍ଚ ନ ସୁରୁଣୁ ୪୦ ଡ଼ିଗ୍ରୀ ମୁହାଁ ରାଜ୍ୟରେ ପାରଦ। ୩୯ ଡ଼ିଗ୍ରୀ ଉପରେ ୫ ସହରର ତାପମାତ୍ରା।
ବୌଦ୍ଧ ସବୁଠୁ ତତଲା ସହର ଭାବେ ରେକର୍ଡ। ଡହ ଡହ ଖରାରେ ଭାଜି ହେଲା ରାଜଧାନୀ। ଭବାନୀପାଟଣା, ଟିଟିଲାଗଡ, ନୟାଗଡ଼ ରେ ବି ୩୯ ଡ଼ିଗ୍ରୀ ପାର୍। ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହୋଇ ଗଲାଣି ଟାଣ ଖରା। 
Bb
ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟ କର ହୋଇପଡୁଛି। ଆଗକୁ ଆହୁରି ତାପମାତ୍ରା ବାଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଆଜି ସକାଳ ସାଢେ଼ ୧୧ଟା ସୁଦ୍ଧା ଚାନ୍ଦବାଲି ର ତାପମାତ୍ରା ୩୬ ଡ଼ିଗ୍ରୀ ପାର କରିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ର ଟୁଇଟ୍ ଅନୁସାରେ ଦିନ ସାଢେ଼ ୧୧ଟା ସୁଦ୍ଧା ଚାନ୍ଦବାଲି ର ସର୍ବାଧିକ ତାପମାତ୍ରା ୩୬.୨ ରେକର୍ଡ କରାଯାଇଛି।
Bb
ସେହିପରି ରାଜଧାନୀ ଭୁବନେଶ୍ବର ରେ ୩୬ ଡିଗ୍ରୀ ଓ କେନ୍ଦୁଝର ରେ ୩୬ ଡିଗ୍ରୀ,ଝାରସୁଗୁଡ଼ା ରେ ୩୫.୪ ଡିଗ୍ରୀ,ସମ୍ବଲପୁର ରେ ୩୫.୨ ଡିଗ୍ରୀ,ହୀରାକୁଦ ରେ ୩୪.୬ ଡିଗ୍ରୀ,ଗୋପାଳପୁର ରେ ୩୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ କହିଛନ୍ତି ଯେ ଆଜି ଓ କାଲି ତାପମାତ୍ରା ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି।ଏବଂ ତାହା ସହିତ କିଛି ସ୍ଥାନ ରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଅଞ୍ଚଳ ରେ ପ୍ରାୟ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରେକର୍ଡ ରହିଛି।
ଏପ୍ରିଲ ମାସର ପ୍ରଥମ ସପ୍ତାହ ରେ ସେଥିରେ ବର୍ଷା ର ବିଶେଷ ପ୍ରଭାବ ରହିବ ନାହିଁ।ତେଣୁ ତାପମାତ୍ରା ଏହିପରି ବୃଦ୍ଧି ହେବ।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.