Movie prime

ସାମ୍ବାଦିକ ଙ୍କ ପ୍ରଶ୍ନ ରେ ରାଗିଗଲେ ସୁର.. ମୋ ଦୁଇ ପୁଅ ଙ୍କୁ କିଏ କିଛି କହିଲେ ହା-ଣି-ଦେବି

 
Gh
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ସୁର ରାଉତରାୟ ଙ୍କୁ ନେଇ ଏବେ ପୁଣି ଥରେ ସବୁଠାରେ ଚର୍ଚ୍ଚା କରା ଯାଉଛି।ଆପଣ ମାନେ ସମସ୍ତେ ଜାଣି ଥିବେ କଂଗ୍ରେସ ନେତା ସୁର ରାଉତରାୟ ଙ୍କ ପୁଅ ମନ୍ମଥ ରାଉତରାୟ ଏବେ ବିଜେଡି ଦଳ ର ଲୋକ ସଭା ପ୍ରାର୍ଥୀ ରୂପେ ଚୟନ କରା ଯାଇଛି।
କିଛି ଲୋକ ଙ୍କ କହିବା ଅନୁଯାୟୀ ଜଟଣୀନିର୍ବାଚନ ମଣ୍ଡଳୀ ରେ ସୁର ରାଉତରାୟ ଙ୍କ ପୁଅ ମାନଙ୍କୁ ପ୍ରବେଶ କରିବାକୁ ଦିଆ ଯିବ ନାହିଁ।ଏହାକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।
Hu
ତାଙ୍କ କହିବା ଅନୁଯାୟୀ ଜଟଣୀ ନିର୍ବାଚନ ମଣ୍ଡଳୀ ରୁ ମୁଁ ଦୀର୍ଘ ୫୦ ବର୍ଷ ହେବ କଂଗ୍ରେସ ଦଳ ରେ ରହିଛି।ଏପରି କାହାରି ସାହାସ ନାହିଁ ଯେଉଁ ମାନେ ମୋ ଦୁଇ ପୁଅ ଙ୍କୁ ଏଠାରୁ ବାହାର କରିବେ।ଏପରି ଯେଉଁ ମାନେ କରିବେ ଆମେ ସେମାନଙ୍କୁ କେବେ ବି ଛାଡ଼ିବୁ ନାହିଁ।
ମୋ ଦୁଇ ପୁଅ ଙ୍କ ସହିତ ମୁଁ ସବୁବେଳେ ରହିଛି।ଦୁଇ ପୁଅ ହେଉଛନ୍ତି ମୋର ଦୁଇଟି ବାହୁ।ମୁଁ ଗୁଣ୍ଡା ନୁହଁ ହେଲେ ମୋ ପୁଅ ମାନଙ୍କୁ ଏଭଳି କହିଲେ ମୁଁ ଘରେ ପଶି ହାଣିବି ବୋଲି କହିଥିଲେ ସୁର ରାଉତରାୟ।
Bb
ତାଙ୍କ କହିବା ମୁତାବକ ମନ୍ମଥ ରାଉତରାୟ ଏଥର ନିର୍ବାଚନ ରେ ବିଜୟ ହାସଲ କରନ୍ତୁ ବୋଲି ସମସ୍ତେ ଚାହୁଁଛନ୍ତି।ଗାଁ ଗାଁ ରେ ଘୁରି ବୁଲୁଛନ୍ତି ମନ୍ମଥ ରାଉତରାୟ।ତେବେ ସୂଚନା ଅନୁସାରେ ସୁର ରାଉତରାୟ ଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏ ନେଇ ଅନେକ ଥର ମୁହଁ ଖୋଲିଛନ୍ତି।
ତାଙ୍କ ମତ ରେ ସାନ ଭାଇ ମନ୍ମଥ ରାଉତରାୟ ବିଜେଡି ଦଳ ରେ ଯୋଗ ଦେଇ କିଛି ବି ଠିକ୍ କରି ନାହାନ୍ତି।ଏବେ ବି ସମୟ ଅଛି ସେ କଂଗ୍ରେସ ଦଳ କୁ ଚାଲି ଆସନ୍ତୁ ବୋଲି କହି ଥିଲେ।
ଏଥିରୁ ଜଣା ପଡୁଛି କି ଏବେ ସୁର ପରିବାର ରେ ଲାଗିଚି ଘମାଘୋଟ ଲଢେଇ।ଅନ୍ୟ ପଟେ ଶୁଣିବାକୁ ମିଳୁଛି ସିଦ୍ଧାର୍ଥ ରାଉତରାୟ ଜଟଣୀ ରୁ ସ୍ଵାଧୀନ ପ୍ରାର୍ଥୀ ରୂପେ ଏଥର ନିର୍ବାଚନ ଲଢ଼ିବେ।ତେବେ ଦେଖିବାକୁ ବାକି ରହିଲା କେଉଁ ଦଳ ଏଥର ବିଜୟ ହାସଲ କରୁଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.