Movie prime

୨୦ ଏପ୍ରିଲ ସୂର୍ଯ୍ୟ ପରାଗ ଦେଖନ୍ତୁ ଏହି ୪ ରାଶି ଙ୍କୁ ସତର୍କ ରହିବା ନିହାତି ଜରୁରୀ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚଳିତବର୍ଷ ଏପ୍ରିଲ ମାସ ଏକ ତାରିଖ ଅର୍ଥାତ୍ ରୁକ୍ମିଣୀ ଅମାବାସ୍ୟା ଗୁରୁବାର ଦିନ ବର୍ଷ ୨୦୨୩ର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।
ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯ୍ୟପରାଗ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟକୁ ଅଶୁଭ ସମୟ କୁହାଯାଇଥାଏ। କାରଣ ଏହି ସମୟରେ ସୂର୍ଯ୍ୟଙ୍କ ଠାରୁ ବାହାରୁଥିବା ରଶ୍ମି ବା ଆଲୋକ ସିଧା ସଳଖ ଭାବରେ ପୃଥିବୀ ପୃଷ୍ଠରେ ପଡ଼ି ପାରିନଥାଏ।
ଯାହା ଫଳରେ ଏହି ସମୟରେ ନାକାରତ୍ମକ ଶକ୍ତି ମାନେ ଜାଗ୍ରତ ହୋଇ ଉଠନ୍ତି। ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟ ସୀମା ମଧ୍ୟରେ କେତେକ କାର୍ଯ୍ୟ କରିବାକୁ ମଧ୍ୟ ବାରଣ କରାଯାଇଥା। 
ବନ୍ଧୁଗଣ ସୂର୍ଯ୍ୟପରାଗର ଆରମ୍ଭ ଏପ୍ରିଲ ୨୦ ତାରିଖ ସକାଳ ୭: ୦୫ ମିନିଟରୁ ଆରମ୍ଭ ହୋଇ ଦ୍ବିପ୍ରହର ୧୨: ୨୯ ମିନିଟରେ ସମାପ୍ତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ ଭାରତରେ ଦେଖା ଯିବ ନାହିଁ।
ଏହି ସୂର୍ଯ୍ୟ ପରାଗ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆଣ୍ଟଲାଟିକା ସମେତ ପୃଥିବୀର ପ୍ରାଶ୍ଚ୍ୟାତ ଦେଶ ମାନଙ୍କରେ ଦୃଶ୍ୟମାନ ହେବ। ଭାରତରେ ସୂର୍ଯ୍ୟପରାଗ ଦେଖା ନଯିବାରୁ ସୂତକ କାଳ ମାନ୍ୟ ହେବ ନାହିଁ।
ଗ୍ରହଣ କାଳ ସମୟରେ କୌଣସି ଧାର୍ମିକ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ କରାଯିବ ନାହିଁ ଏବଂ ଗର୍ଭବତୀ ମହିଳା ମାନେ ଏହି ସମୟରେ ଘରୁ ବାହାରକୁ ବାହାରିବା ଅନୁଚିତ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ କାରଣରୁ ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥାନରେ ପରିବର୍ତ୍ତନ ହେବାକୁ ଯାଉଛି। 
ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶି ମାନଙ୍କ ଉପରେ ଏହି ସୂର୍ଯ୍ୟପରାଗର ଅଶୁଭ ଦୃଷ୍ଟି ପଡ଼ିଥିବା ବେଳେ କେତେକ ରାଶି ମାନଙ୍କ ଉପରେ ଶୁଭ ଦୃଷ୍ଟି ମଧ୍ୟ ପଡ଼ିବାକୁ ଯାଉଛି।
ତେବେ ଏହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଇଛନ୍ତି ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି, କୁମ୍ଭ ରାଶି ଏବଂ ମୀନ ରାଶି ଏଥି ସହିତ ମେଷ ରାଶି, ମୀନ ରାଶି, ସିଂହ ରାଶି ଏବଂ ମକର ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଏହି ସୂର୍ଯ୍ୟପରାଗ ଯଥେଷ୍ଟ କୁପ୍ରଭାବ ପଡ଼ିବାକୁ ଯାଉଛି।
ତେଣୁ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଏହି ସୂର୍ଯ୍ୟପରାଗ ସମୟରେ ଭଗବାନଙ୍କ ନାମ ଜପ କରନ୍ତୁ। ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟ ସୀମା ମଧ୍ୟରେ କେତେକ କାର୍ଯ୍ୟ କରିବା ପାଇଁ ବାରଣ କରାଯାଇଛି। 
ସେଗୁଡ଼କହେଲା:- 
୧- ଖାଦ୍ୟ ତିଆରି କରନ୍ତୁ ନାହିଁ। କାରଣ ସୂର୍ଯ୍ୟ ପରାଗ ସମୟରେ ରନ୍ଧା ଯାଇଥିବା ଖାଦ୍ୟକୁ ଅଶୁଭ ମାନା ଯାଇଥାଏ। ଏହି ସମୟରେ ରନ୍ଧା ଯାଇଥିବା ଖାଦ୍ୟ ଜ୍ୟୋତିଷ ଶାସ୍ତ୍ରଅନୁସାରେ ଅଶୁଦ୍ଧ ହେଇଥାଏ।
୨- ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହି ସମୟରେ ରନ୍ଧା ଯାଇଥିବା ଖାଦ୍ୟ ଗ୍ରହଣ କରିବା ନିଷେଧ ଅଟେ। ଜ୍ୟୋତିଷ ଶାସ୍ତ୍ରଅନୁସାରେ ସୂର୍ଯ୍ୟପରାଗ ସମୟରେ ରନ୍ଧା ଯାଇଥିବା ଖାଦ୍ୟ ଖାଇଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଗ୍ରହଣ ବା ପରାଗ ଲାଗୁଥିବା ସମୟରେ ଶୁଖିଲା ଖାଦ୍ୟ ବା ଫଳ ମୂଳ ଗ୍ରହଣ କରିପାରିବେ।
୩- ସୂର୍ଯ୍ୟପରାଗ ସମୟରେ କୌଣସି ଶୁଭ କାର୍ଯ୍ଯ କରନ୍ତୁ ନାହିଁ। ଏବଂ କୌଣସି ଶୁଭ କାର୍ଯ୍ଯ କରିବାକୁ ମଧ୍ୟ ଆଲୋଚନ କରନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କର ପରିବାରର ଅନିଷ୍ଟ ହୋଇଥାଏ।
୪- ସୂର୍ଯ୍ୟପରାଗ ସମୟରେ ଦେବିଦେବତା ପୂଜା ନିଷେଧ ଅଟେ। ସୂର୍ଯ୍ୟପରାଗ ସମୟରେ କୌଣସି ପ୍ରକାରର ଆଳତି ବା ପୂଜା କରିବା ମନା ହେଇଥାଏ। ଏମିତି କରିବା ଦ୍ବାରା ଗୃହରେ ଦାରିଦ୍ର୍ୟତା ଲାଗିରହିଥାଏ।