Movie prime

ସୁଶାନ୍ତଙ୍କ ସହ ବିତାଇଥିବା ଆଜିବି ଏହିସବୁ ସମୟକୁ ମନେ ରଖିଛନ୍ତି ଅଙ୍କିତା ଦେଖନ୍ତୁ କହିଲେ ପୁରୁଣା ସମୟର ଏହି ଅଭୂଲା ସୃତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋ ରେ ପ୍ରଥମଥର ପାଇଁ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ବିଗବୋସ ୧୭ରେ ଖେଳା ପାଇଁ ଅଙ୍କିତା ଲୋଖଣ୍ଡେ ଜଣେ ଭଲ କମ୍ପିଡିଟର ହୋଇ ପାରିଛନ୍ତି।
Special report
ଏହି ଅଭିନେତ୍ରୀ ତାଙ୍କ ବ୍ୟବସାୟୀ ସ୍ଵାମୀ ବିକିଙ୍କ ସହିତ ସଲମାନଖାନଙ୍କ ସୋରେ ପ୍ରବେଶ କରିଛନ୍ତି। ଏହି ସମୟରେ ସୋରେ ପ୍ରଥମଥର ପାଇଁ ଅଙ୍କିତା ବିଲିଓଡର ଅଭିନେତା ତଥା ପୂର୍ବତନ ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ବିଗବୋସ ୧୭ରେ କଥା ହୋଇଥିଲେ। 
ଅଭିନେତ୍ରୀ ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କ ବ୍ରେକଅପ୍ ବିଷୟରେ କଥା ହୋଇଥିଲେ। ସୁଶାନ୍ତ ଏବଂ ଅଙ୍କିତାଙ୍କ ସମ୍ପର୍କ ପବିତ୍ର ରିସ୍ତା ସେଟରେ ଆରମ୍ଭ ହୋଇଥିଲା। ସେମାନେ ୨୦୧୦ରେ ଡେଟିଂ ଆରମ୍ଭ କରିଥିଲେ। ଏବଂ ପରେ ୨୦୧୬ରେ ବ୍ରେକଅପ ହୋଇଥିଲା।
ବର୍ତ୍ତମାନ ବିଗବୋସ୍ ୧୭ର ଶେଷ ଏପିସୋଡରେ ଅଙ୍କିତା ଲୋଖଣ୍ଡେ ସହ ପ୍ରତିଯୋଗୀ ମୁନାବାରଙ୍କ ସହ ସୁଶାନ୍ତ ସିଂ ରାଜପୁତଙ୍କ ସହ ସଂପର୍କ ଓ ବ୍ରେକଅପ ବିଷୟରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଥିଲା। ଅଙ୍କିତା ମୁନାବାରଙ୍କୁ କହିଥିଲେ ଯେ ସୁଶାନ୍ତ ସିଂ ରାଜପୁତଙ୍କୁ ସେ ସାତବର୍ଷ ପାଇଁ ଡେଟ କରିଥିଲେ। 
Special report
କିନ୍ତୁ ପରେ ସୁଶାନ୍ତ ତାଙ୍କ ସହ ହଠାତ୍ ସମ୍ପର୍କ ଶେଷ କରିଦେଲେ। ମୁନାଙ୍କ ସହ କଥା ବାର୍ତ୍ତା ବେଳେ ଅଙ୍କିତା କହିଛନ୍ତି ସେ ସେହି ରାତିରେ କଥା କେବେ ଭୁଲି ପାରିବେ ନାହିଁ। ଏହାପୂର୍ବରୁ ଅଙ୍କିତା ଉଲ୍ଲେଖ କରିଥିଲେ ଯେ ସୁଶାନ୍ତଙ୍କ ସହ ବ୍ରେକଅପ ପରେ ତାଙ୍କୁ ଆଗକୁ ବଢ଼ିବାକୁ ପ୍ରାୟ ଅଢେଇ ବର୍ଷ ସମୟ ଲାଗିଛି।
କିନ୍ତୁ ସୁଶାନ୍ତ ବ୍ରେକଅପ ପରେ ଆଗକୁ ବଢିଥିଲେ। ହେଲେ ଏହାପରେ ମଧ୍ୟ ଅଙ୍କିତା ଅନ୍ୟ କାହା ସହ ମଧ୍ୟ ଡେଟିଂ ପାଇଁ ଚିନ୍ତା କରିନଥିଲେ। ଅଙ୍କିତା ଆଉ ସୁଶାନ୍ତ ପବିତ୍ର ରିସ୍ତାରେ ଅର୍ଚ୍ଚନା ଏଵଂ ମାନବ ଭୂମିକାରେ ଅଭିନୟ କରିଥିଲେ। 
ଯେଉଁଥିରେ ଦର୍ଶକ ସେମାନଙ୍କ ଯୋଡିକୁ ବହୁତ୍ ପସନ୍ଦ କରିଥିଲେ। କିନ୍ତୁ ସୁଶାନ୍ତ ସିଂ ରାଜପୁତ ବଲିଉଡ୍ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସୋ ଛାଡିଥିଲେ। କିନ୍ତୁ ୨୦୧୦ ରେ ସେ ଅଭିନେତାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଥିଲା।
ମୃତ୍ୟୁ ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ରିୟା ଚକ୍ରବର୍ତ୍ତୀ ଙ୍କୁ ଡେଟ୍ କରୁଥିଲେ। ଅଙ୍କିତା ବର୍ତ୍ତମାନ ବିକି ଜେନଙ୍କୁ ବିବାହ କରିଛନ୍ତି। ଅଙ୍କିତା ତାଙ୍କୁ ୨୦୨୧ ରେ ବିବାହ କରିଥିଲେ। ଗତ କିଛି ସାକ୍ଷାତକାର ରେ ଅଙ୍କିତା ସୁଶାନ୍ତ ଙ୍କ ବିଷୟରେ ଖୋଲା ଖୋଲି ଭାବରେ କଥା ବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.