Movie prime

ସ୍ୱାମୀକୁ ବନ୍ଧା ପକାଇ ସ୍ତ୍ରୀ ହେଲା ଫେରାର ଦେଖନ୍ତୁ ସ୍ତ୍ରୀ ଫଟୋ ଧରି ବୁଲି ବୁଲି ଖୋଜୁଛନ୍ତି ସ୍ଵାମୀ କାନ୍ଦୁଛନ୍ତି ଦୁଇ ଛୁଆ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଅନେକ ଅଞ୍ଚଳର କାହାଣୀ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special Report
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ସ୍ବାମୀ ସ୍ତ୍ରୀକୁ ଖୋଜୁଛି ବୋଲି ଜଣାପଡିଛି ।ଏହି ବ୍ୟକ୍ତି ଜଣଙ୍କର ସ୍ତ୍ରୀ କେଉଁଆଡେ ଚାଲି ଯାଇଛନ୍ତି ଆଉ ଏବେ ତାଙ୍କୁ ସେ ଖୋଜୁଛନ୍ତି । ସ୍ତ୍ରୀକୁ ଖୋଜି ଖୋଜି ନୟାନ୍ତ ହୋଇ ଗଲାଣି ସ୍ବାମୀ ।
କିନ୍ତୁ ଏହି ଯୁବକ ଜଣକ ତାଙ୍କ ସ୍ତ୍ରୀକୁ ପାଉ ନାହାଁନ୍ତି । ଆଉ ତାଙ୍କର ଦୁଇଛୁଆ ମଧ୍ୟ ମାକୁ ଝୁରୁଛନ୍ତି । ପ୍ରତି ମୁହୂର୍ତ୍ତରେ ପିଲାମାନେ ମାଆକୁ ଖୋଜୁଛନ୍ତି କିନ୍ତୁ ମାଆ ଆସୁନାହିଁ । ମାଆ ନିଖୋଜ ହେବା ଦିନରୁ ଘରେ ଚୁଲି ଜଳୁ ନାହିଁ କି ସେମାନେ କିଛି ଖାଉ ନାହାଁନ୍ତି ।
Special Report
ସ୍ବାମୀ ଖୋଜି ଖୋଜି ସ୍ତ୍ରୀକୁ ପାଉ ନାହିଁ ଆଉ ଏବେ ହତାଶ ହୋଇଯାଇଛି ସ୍ବାମୀ । ଏହି ଘଟଣାକୁ ୮ ଦିନ ହୋଇଗଲାଣି କିନ୍ତୁ ସ୍ତ୍ରୀର କୌଣସି ଖବର ପାଉ ନାହାଁନ୍ତି ସ୍ବାମୀ ।
ସ୍ତ୍ରୀର ଫଟୋକୁ ଧରି ସହର ବଜାର, ଗଳି କନ୍ଧି ସବୁଆଡେ ଖୋଜିଲେନି କିନ୍ତୁ ସ୍ତ୍ରୀର ଏଯାଏଁ ବି ସନ୍ଧାନ ମିଳୁନାହିଁ । ଏଭଳି ଘଟଣା ଜଗତସିଂହପୁର ଥାନା ସମଙ୍ଗ ଗ୍ରାମରେ ଘଟିଛି ।
Special Report
ଏହି ଗ୍ରାମର ପ୍ରବୀଣ କୁମାର ପରିଡ଼ାଙ୍କ ପୁଅ ରାକେଶ ପରିଡ଼ା ୨୦୧୨ ମସିହା ମେ ୧୨ ତାରିଖରେ ଚୌଦ୍ଵାର ସ୍ଥିତ ଚଞ୍ଚୁଆ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଚିନ୍ମୟୀ ପରିଡାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ରାକେଶ ପରିବାରର ପ୍ରତିପୋଷଣ ପାଇଁ ଡୁବୁରୀ ସ୍ଥିତ କମ୍ପାନୀରେ କାମ କରିଥିଲେ ।
ରାକେଶଙ୍କ ସ୍ତ୍ରୀ ଘରର ଅଭାବ ପାଇଁ ଗାଁର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ଅନେକ ଟଙ୍କା ଋଣ ଆଣିଥିଲେ ଆଉ ସେ ଟଙ୍କା ଶୁଝି ପାରିନଥିଲେ । ସେଥିପାଇଁ ସେ ସବୁବେଳେ ଚିନ୍ତାରେ ରହୁଥିଲେ । ଆଉ ଘରେ ମଧ୍ୟ ଏନେଇ ଝଗଡ଼ା ହେଉଥିଲା ।
ହଠାତ୍ ଚିନ୍ମୟୀ ସ୍ବାସ୍ଥ୍ୟ ଖରାପ କହି କଟକ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇଥିଲେ । ସେ ଆଉ ଘରକୁ ଫେରି ନାହାଁନ୍ତି । ଏହାପରେ ଘରଲୋକ ତାଙ୍କୁ ଖୋଜୁଛନ୍ତି । ଏବେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ କରୁଛି ।