Movie prime

ସ୍ଵାମୀ କୁ ସିଧା ସିଧା କହିଲା ସ୍ତ୍ରୀ କି ମତେ ମୋ ପ୍ରେମିକ ସହ ଆଜି ଶୋଇବାର ଅଛି, ସ୍ଵାମୀ ମନା କରିବାକୁ ବ୍ଲେଡ ରେ ସ୍ଵାମୀ ତଣ୍ଟି କାଟି ଦେଲା ସ୍ତ୍ରୀ

 
Special Report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ପ୍ରେମିକ ତାଙ୍କୁ ବ୍ଲେଡ ଦେଲେ।
ତାଙ୍କ ସ୍ୱାମୀର ବେକ କାଟି ମାରି ଦେବାକୁ ଧମକ ଦେଲେ।ଏହାପରେ ମହିଳା ଜଣଙ୍କ ମିଛ ରେ ଭୂତ ର ଅଭିନୟ କରିବାକୁ ଲାଗିଲେ।ନିଛାଟିଆ ଯାଗାରେ ସ୍ବାମୀ ଙ୍କ ର ବେକ ବ୍ଲେଡ୍ ରେ କାଟିଦେଲେ।
ମହିଳା ଙ୍କ ନାମ ହେଉଛି ସୂମେକ୍ଷା କୁମାରୀ। ସୂମେକ୍ଷା କୁମାରୀ ବିହାରରେ କୃଷ୍ଣ ଚନ୍ଦ୍ର ଦାସ ଙ୍କୁ ବିବାହ କରିଥିଲେ।ବିବାହ ପୂର୍ବରୁ ଅନ୍ୟ କାହାର ପ୍ରେମିକା ଥିଲେ ସୂମେକ୍ଷା କୁମାରୀ।
Special Report
ସୂମେକ୍ଷା କୁମାରୀ ତାଙ୍କ ପ୍ରେମିକ ଙ୍କୁ ବାହା ହେବାପାଇଁ କଥା ଦେଇଥିଲେ।ଅନ୍ୟ କାହାକୁ ବାହା ନ ହେବାପାଇଁ ମଧ୍ୟ କହିଥିଲେ।ପରିବାର ଲୋକେ କିନ୍ତୁ ସୂମେକ୍ଷା କୁମାରୀ ଙ୍କୁ ଅନ୍ୟତ୍ର ବିବାହ କରାଇ ଦେଇଥିଲେ।
ଏହାପରେ ସୂମେକ୍ଷା ଅନିଚ୍ଛା ସତ୍ତ୍ବେ ଅନ୍ୟତ୍ର ବିବାହ କରିବା ପାଇଁ ରାଜି ହୋଇଥିଲେ ମଧ୍ୟ ପ୍ରେମିକ ସହିତ ସୂମେକ୍ଷା ସମ୍ପର୍କ କାଟି ନଥିଲେ।ବିବାହର ଦୁଇ ମାସ ପରେ ପ୍ରେମିକ ଙ୍କ ପାଖକୁ ଚାଲି ଯାଇଥିଲେ।
ଏହାପରେ ପ୍ରେମିକ ସହିତ ସୂମେକ୍ଷା ମିଶି ନିଜ ସ୍ଵାମୀ ଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ।ଯୋଜନା ମୁତାବକ ସ୍ବାମୀ କୃଷ୍ଣ ଚନ୍ଦ୍ର ଙ୍କ ସହିତ ଶାଶୁଘର କୁ ଫେରି ଆସିବା ପାଇଁ ସ୍ବାମୀ ଙ୍କୁ କହିଥିଲେ।
ନିଜ ପ୍ରେମିକ ଘରୁ ଆସି ନେଇଯିବା ପାଇଁ ସୂମେକ୍ଷା ତାଙ୍କ ସ୍ଵାମୀ ଙ୍କୁ କହିଲେ।ତାଙ୍କ ସ୍ଵାମୀ କିନ୍ତୁ ଏସବୁ କିଛି ବୁଝି ପାରିନଥିଲେ।ସ୍ବାମୀ ଆସି ନେଇ ଯାଇଥିଲେ।ଏହାପରେ ନିଛାଟିଆ ଜାଗା ଦେଖି ସୂମେକ୍ଷା ଭୂତ ଆସୁଛି ବୋଲି ଅଭିନୟ କରିଲେ।
ସ୍ବାମୀ କୃଷ୍ଣ ଚନ୍ଦ୍ର କିଛି ବୁଝିବା ପୂର୍ବରୁ ସୂମେକ୍ଷା ହାତରେ ଧରି ଥିବା ବ୍ଲେଡ଼ ରେ ସ୍ବାମୀଙ୍କ ବେକ କାଟି ଦେଲେ।କିନ୍ତୁ କୃଷ୍ଣ ଚନ୍ଦ୍ର ବଂଚିଗଲେ।ବର୍ତମାନ ସୂମେକ୍ଷା ଏବଂ ତାଙ୍କ ପ୍ରେମିକ ଜେଲ ଭିତରେ ଅଛନ୍ତି।